Indus Valley Times

‘ପ୍ରୋଜେକ୍ଟ ସଞ୍ଜୋଗ ଏକ୍ସପ୍ରେସ୍‌: ଅପେକ୍ଷା ରୁ ମୁକ୍ତି’ ମାଧ୍ୟମରେ ୪୮ ଘଣ୍ଟାରେ ୯୫% ନୂଆ ବିଦ୍ୟୁତ ସଂଯୋଗ ଆବେଦନର ସମାଧାନ କଲା ଟିପିଏନଓଡିଏଲ୍‌

 Breaking News

‘ପ୍ରୋଜେକ୍ଟ ସଞ୍ଜୋଗ ଏକ୍ସପ୍ରେସ୍‌: ଅପେକ୍ଷା ରୁ ମୁକ୍ତି’ ମାଧ୍ୟମରେ ୪୮ ଘଣ୍ଟାରେ ୯୫% ନୂଆ ବିଦ୍ୟୁତ ସଂଯୋଗ ଆବେଦନର ସମାଧାନ କଲା ଟିପିଏନଓଡିଏଲ୍‌

‘ପ୍ରୋଜେକ୍ଟ ସଞ୍ଜୋଗ ଏକ୍ସପ୍ରେସ୍‌: ଅପେକ୍ଷା ରୁ ମୁକ୍ତି’ ମାଧ୍ୟମରେ ୪୮ ଘଣ୍ଟାରେ ୯୫% ନୂଆ ବିଦ୍ୟୁତ ସଂଯୋଗ ଆବେଦନର ସମାଧାନ କଲା ଟିପିଏନଓଡିଏଲ୍‌
November 15
17:30 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୧୫/୧୧ : ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ନର୍ଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନଓଡିଏଲ୍‌), ୯୫% ନୂତନ ବିଦ୍ୟୁତ୍ ସଂଯୋଗ ଆବେଦନର ଫଇସଲା ମାତ୍ର ୪୮ ଘଣ୍ଟା ମଧ୍ୟରେ ପ୍ରଦାନ କରି ଗ୍ରାହକ ସେବା କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି।
ଏହି ସଫଳତା ‘ପ୍ରୋଜେକ୍ଟ ସଞ୍ଜୋଗା ଏକ୍ସପ୍ରେସ୍: ଅପେକ୍ଷା ରୁ ମୁକ୍ତି’ ପଦକ୍ଷେପ ଯୋଗୁଁ ସମ୍ଭବ ହୋଇପାରିଛି। ନୂଆ ବିଦ୍ୟୁତ୍ ସଂଯୋଗ ପ୍ରକ୍ରିୟାକୁ ଦ୍ରୁତ, ସ୍ମାର୍ଟ ଏବଂ ଅଧିକ ଗ୍ରାହକ-କୈନ୍ଦ୍ରିକ କରିବା ହେଉଛି ଏହି ଅଭିଯାନର ମୁଖ୍ୟ ଉଦ୍ଦେଶ୍ୟ।
ପୂର୍ବରୁ ନୂଆ ବିଦ୍ୟୁତ୍ ସଂଯୋଗ ପାଇବାକୁ ହେଲେ ବ୍ୟକ୍ତିଗତ ଭାବେ ଅନେକଥର ଅଫିସ୍ ଯିବାକୁ ପଡ଼ୁଥିଲା ଏବଂ ଅନେକ କାଗଜପତ୍ର କାମ ସହିତ ପ୍ରତ୍ୟକ ସ୍ତରରେ ଏକାଧିକ ଥର ପେମେଣ୍ଟ କରିବାକୁ ପଡୁଥିଲା।
ଏହି ସମସ୍ୟାଗୁଡ଼ିକୁ ଧ୍ୟାନରେ ରଖି, ଟିପିଏନଓଡିଏଲ୍ ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ଆଧୁନିକୀକରଣ ଏବଂ ଡିଜିଟାଇଜ କରିବା ପାଇଁ ବିଜନେସ୍ ପ୍ରୋସେସ୍ ରି-ଇଞ୍ଜିନିୟରିଂ (ବିପିଆର) କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ସଂଶୋଧିତ ପ୍ରକ୍ରିୟା ଯୋଗୁଁ ଗ୍ରାହକ ସନ୍ତୁଷ୍ଟିରେ ଉନ୍ନତି ଆସିବା ସହିତ ବିଦ୍ୟୁତ୍ ସଂଯୋଗ ପ୍ରକ୍ରିୟା ଅଧିକ ଦକ୍ଷ ଏବଂ ସ୍ୱଚ୍ଛ ହୋଇପାରିଛି ।
ଏହି ପ୍ରୋଜେକ୍ଟ ମାଧ୍ୟମରେ, ଟିପିଏନଓଡିଏଲ୍ ଡିଜିଟାଲ୍ ସମାଧାନର ବ୍ୟବହାର କରି ଏବଂ ଏହାର ଆଭ୍ୟନ୍ତରୀଣ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରି ନୂତନ ସଂଯୋଗ ପ୍ରଦାନ ପ୍ରକ୍ରିୟାକୁ ସରଳ କରିପାରିଛି ।
ଏହା ଅଧୀନରେ ଅନେକ ପ୍ରମୁଖ ପଦକ୍ଷେପ କାର୍ଯ୍ୟକାରୀ କରାଯାଇଛି – ଯେପରିକି ଏକକ-ପଦକ୍ଷେପ ପ୍ରକ୍ରିୟାକରଣ, ଯାହା ଯୋଗ୍ୟ ମାମଲା ପାଇଁ ସାଇଟ୍ ଯାଞ୍ଚ ଏବଂ ମିଟର ସ୍ଥାପନକୁ ଏକା ସମୟରେ ସମ୍ଭବ କରିବ, ଯାହାଦ୍ୱାରା ସମାନ-ଦିନ ସଂଯୋଗ ପ୍ରଦାନ କରାଯାଇପାରିବ।
ସେହିଭଳି ଏକ ଜିଆଇଏସ – ଲିଙ୍କ୍ ହୋଇଥିବା ମୋବାଇଲ୍ ଆପ୍ ମାଧ୍ୟମରେ ଗ୍ରାଉଣ୍ଡରେ ଥିବା କର୍ମଚାରୀଙ୍କୁ ଆବଶ୍ୟକ ସମୟରେ ବକେୟା ଦେୟ ଯାଞ୍ଚ କରିବାକୁ ଅନୁମତି ଦେବା ସହିତ ଡିଜିଟାଇଜଡ୍ ଅନୁମୋଦନ ବ୍ୟବସ୍ଥା ଦ୍ଵାରା ନିର୍ବିଘ୍ନରେ କାଗଜପତ୍ର ଯାଞ୍ଚ ହୋଇ ସ୍ୱୟଂଚାଳିତ ଭାବେ ବିଲିଂ ପ୍ରକ୍ରିୟା ଆରମ୍ଭ ହୋଇପାରିବ ।
ଏହି ପଦକ୍ଷେପ ପାଇଁ ନୂଆ ବିଦ୍ୟୁତ୍ ସଂଯୋଗ ପ୍ରଦାନ କରିବାରେ ଲାଗୁଥିବା ସମୟ ଯଥେଷ୍ଟ ହ୍ରାସ ପାଇଛି ଏବଂ ଦ୍ରୁତ ସେବା ଏବଂ ତୁରନ୍ତ ବିଲିଂ ଆରମ୍ଭ ହେବା ଦ୍ଵାରା ଉପଭୋକ୍ତା ମାନେ ଉପକୃତ ହେବା ସହିତ ଆଉ କେତେ ଦିନରେ ସଂଯୋଗ ପ୍ରକ୍ରିୟା ସରିବ ତାହା ଟ୍ରାକ୍ କରିବାର ସୁବିଧା ମଧ୍ୟ ପାଉଛନ୍ତି।
ଏହି ସୁଧାରଗୁଡ଼ିକୁ, ଏକ ଦୃଢ଼ ଗୁଣବତ୍ତା ନିଶ୍ଚିତ କରୁଥିବା ବ୍ୟବସ୍ଥା, ସିଷ୍ଟମ୍‌-ଭିତ୍ତିକ ନିରୀକ୍ଷଣ ଏବଂ ଦ୍ରୁତ ଅଭିଯୋଗ ନିରାକରଣ ପ୍ରଣାଳୀ ଦ୍ୱାରା ସମ୍ଭବ ହୋଇପାରିଛି। ଏହା ଦାୟିତ୍ୱବୋଧତା ର ସହିତ ଉଚିତ ସମୟରେ ସମସ୍ୟାର ସମାଧାନକୁ ନିଶ୍ଚିତ କରୁଛି।
ଏହି ସଫଳତା ବିଷୟରେ ଟିପିଏନଓଡିଏଲ୍‌ର ସିଇଓ ଶ୍ରୀ ଗଜାନନ କାଲେ କହିଛନ୍ତି ଯେ, “ପ୍ରୋଜେକ୍ଟ ସଞ୍ଜୋଗ ଏକ୍ସପ୍ରେସ୍ ମାଧ୍ୟମରେ, ଆମେ କେବଳ ନୂତନ ସଂଯୋଗ ପ୍ରଦାନ କରିବାର ପ୍ରକ୍ରିୟାରେ ପରିବର୍ତନ ଆଣିନାହୁଁ, ବରଂ ପ୍ରତ୍ୟେକ ପ୍ରକ୍ରିୟାର କେନ୍ଦ୍ରରେ ଗ୍ରାହକଙ୍କୁ ସାମିଲ କରିବା ପ୍ରତି ଥିବା ଆମର ପ୍ରତିବଦ୍ଧତାକୁ ଆହୁରି ମଜବୁତ କରିଛୁ।
ପ୍ରଯୁକ୍ତିବିଦ୍ୟାର ଉପଯୋଗ କରି ଏବଂ ପୁରୁଣା ସିଷ୍ଟମଗୁଡ଼ିକ ରେ ସୁଧାର ଆଣି ଆମେ ପ୍ରତ୍ୟେକ ନୂଆ ଗ୍ରାହକଙ୍କ ପାଇଁ ଏକ ଦ୍ରୁତ, ସ୍ମାର୍ଟ ଏବଂ ଅଧିକ ନିର୍ଭରଯୋଗ୍ୟ ଅଭିଜ୍ଞତା ଆଣିଦେବାକୁ ଚାହୁଁଛୁ।\”
ପାଞ୍ଚଟି ଜିଲ୍ଲାରେ ଦୁଇ ମିଲିୟନ୍‌ରୁ ଅଧିକ ଗ୍ରାହକଙ୍କୁ ସେବା ଯୋଗାଇଆସୁଥିବା ଟିପିଏନଓଡିଏଲ୍ ନିରନ୍ତର ଭାବେ ଉତ୍କୃଷ୍ଠ ସେବା ପ୍ରଦାନରେ ଜୋର ଦେଉଛି। ଟାଟା ପାୱାରର ଦୀର୍ଘସ୍ଥାୟୀତ୍ୱ, ବିଶ୍ୱାସ ଏବଂ ଉତ୍କର୍ଷତାର ମୂଳ ମୂଲ୍ୟବୋଧ ଦ୍ୱାରା ପ୍ରେରିତ ହୋଇ, ଟିପିଏନଓଡିଏଲ୍ ବିଦ୍ୟୁତ ବଣ୍ଟନ ନେଟୱାର୍କକୁ ଆଧୁନିକ କରିବା, ସମୁଦାୟମାନଙ୍କୁ ସଶକ୍ତ କରିବା ଏବଂ ଡିଜିଟାଲ୍ ପରିବର୍ତ୍ତନ ଦ୍ୱାରା ଗ୍ରାହକ ଅନୁଭବରେ ଉନ୍ନତି ଆଣିବା ପାଇଁ ପ୍ରତିବଦ୍ଧ ରହିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031