Indus Valley Times

ଫିଲ୍ମ ‘କାଶ୍ମୀର ଫାଇଲ’କୁ ନେଇ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ରିଟ୍ବିଟ୍ କରି ଖୁସି ବ୍ୟକ୍ତ କଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

 Breaking News

ଫିଲ୍ମ ‘କାଶ୍ମୀର ଫାଇଲ’କୁ ନେଇ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ରିଟ୍ବିଟ୍ କରି ଖୁସି ବ୍ୟକ୍ତ କଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ

ଫିଲ୍ମ ‘କାଶ୍ମୀର ଫାଇଲ’କୁ ନେଇ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ, ରିଟ୍ବିଟ୍ କରି ଖୁସି ବ୍ୟକ୍ତ କଲେ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ
March 13
11:22 2022

ମୁମ୍ବାଇ, ୧୩/୩ : ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କାଶ୍ମୀର ଫାଇଲ’ ବର୍ତ୍ତମାନ ଖୁବ୍ ଚର୍ଚ୍ଚାରେ । କୁହାଯାଉଛି କି ଆଗାମୀ ଦିନରେ ଏହି ଫିଲ୍ମ ରେକର୍ଡ କରିପାରେ । କାହିଁକି ନା ଏହା ପଛର କାରଣ ହେଉଛି ଚଳଚ୍ଚିତ୍ରର ବିଷୟବସ୍ତୁ। ଏହି ଚଳଚ୍ଚିତ୍ରଟି କଶ୍ମୀରୀ ପଣ୍ଡିତମାନଙ୍କ ଉପରେ ନିର୍ମିତ।
ଏହି ଚଳଚ୍ଚିତ୍ରରେ ୧୯୯୦ରେ କଶ୍ମୀରର ହିଂସା ତଥା ଚାଲିଥିବା ବିବାଦକୁ ଦେଖାଇବାକୁ ଏକ ପ୍ରୟାସରେ ପ୍ରସ୍ତୁତ କରାଯାଇଛି।
ନିର୍ମାତା ଅଭିଷେକ ଅଗ୍ରୱାଲ, ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ଏବଂ ଅଭିନେତ୍ରୀ ପଲ୍ଲବୀ ଯୋଶୀଙ୍କ ସମେତ ‘କାଶ୍ମୀର ଫାଇଲ’ର ପୂରା ଟିମ୍ ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ ଏହି ଫିଲ୍ମର ପ୍ରଶଂସା ଭୂରି ଭୂରି କରିଛନ୍ତି । ଯାହାର ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।
୧୯୯୦ ମସିହାରେ କାଶ୍ମୀରୀ ପଣ୍ଡିତଙ୍କ ନିକଟରେ ହୋଇଥିବା ଜନଶୁଣାଣି ଏବଂ ଅନ୍ୟାୟ ବିଷୟରେ ଅନୁପମ ଖେର, ମିଥୁନ ଚକ୍ରବର୍ତ୍ତୀ, ଦର୍ଶନ କୁମାର ଏବଂ ପଲ୍ଲବୀ ଯୋଶୀ ଏହି ଚଳଚ୍ଚିତ୍ରର କାହାଣୀ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ଅଭିଷେକ ଅଗ୍ରୱାଲ ସୋସିଆଲ ମିଡିଆରେ ନିଜର ଭାବନାକୁ ପ୍ରକାଶ କରିଛନ୍ତି।
ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ସାକ୍ଷାତ କରିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଏହା ସହକ୍ୟାପସନରେ ଲେଖିଛନ୍ତି – ‘ଆମର ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟି ବହୁତ ଖୁସି ଅଛୁ । ଫିଲ୍ମକୁ ନେଇ ତାଙ୍କର ପ୍ରଶଂସା ଆମକୁ ବହୁତ ଗର୍ବ ଅନୁଭବ କରାଇଛି ।
ଆମେ କେବେ ବି ଚଳଚ୍ଚିତ୍ର ନିର୍ମାଣକୁ ନେଇ ଆମେ କେବେ ଗର୍ବିତ ଅନୁଭବ କରିନଥିଲୁ। ଆଜି ଏସବୁକୁ ଦେଖି ବହୁତ ଖୁସି ଲାଗୁଛି । ଧନ୍ୟବାଦ ମୋଦୀ-ଜି।
ଏହା ବ୍ୟତୀତ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ମଧ୍ୟ ଏହି ଟ୍ବିଟ୍କୁ ରିଟ୍ୱିଟ କରି ଲେଖିଛନ୍ତି- ଯେ ମୁଁ ବହୁତ ଖୁସି ଅଛି ଏବଂ ‘ଅଭିଷେକ ତୁମ ପାଇଁ ମୁଁ ବହୁତ ଖୁସି ଅନୁଭବ କରୁଛି । ତେବେ ଫିଲ୍ମଟି ମାର୍ଚ୍ଚ ୧୧ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ।
-ପ୍ରମେୟ

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031