Indus Valley Times

ଫୁଲବାଣୀରେ ରଥ ଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବୈଠକ

 Breaking News

ଫୁଲବାଣୀରେ ରଥ ଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବୈଠକ

ଫୁଲବାଣୀରେ ରଥ ଯାତ୍ରା ଓ ବାହୁଡ଼ାଯାତ୍ରା ପାଇଁ ବୈଠକ
June 19
10:15 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
କନ୍ଧମାଳ, ୧୯/୬: କନ୍ଧମାଳ ଜିଲ୍ଲା ସଦର ମହକୁମ୍ମା ଫୁଲବାଣୀ ଠାରେ ଚଳିତ ବର୍ଷ ରଥ ଯାତ୍ରା ଓ ବାହୁଡା ଯାତ୍ରାକୁ ଶୃଙ୍ଖଳିତ ଭାବେ ସମାପନ କରିବା ପାଇଁ ଜିଲ୍ଲାପାଳ ଅମ୍ରିତ୍ ଋତୁରାଜଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା, ଫୁଲବାଣୀର ସମ୍ମୀଳନୀ କକ୍ଷରେ ଆୟୋଜିତ ହୋଇଯାଇଛି ।
ପୂର୍ବ ବର୍ଷ ମାନଙ୍କ ପରି ଚଳିତ ବର୍ଷ ମଧ୍ୟ ରଥ ଯାତ୍ରା ଓ ବାହୁଡା ଯାତ୍ରା ପାଇଁ ଜିଲ୍ଲା ପ୍ରଶାସନର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ ।
ବିଶେଷ କରି ରାସ୍ତା ଓ କୋଠାବାଡ଼ି, ପୋଲିସ , ପୌର ପରିଷଦ,ଟାଟା ପାୱାର, ଜନ ସ୍ୱାସ୍ଥ୍ୟ, ଅବକାରୀ,ଉଦ୍ୟାନ କୃଷି, ସଂସ୍କୃତି ଆଦି ବିଭାଗ ତରଫରୁ ମିଳୁଥିବା ସହଯୋଗ ଉପରେ ଜିଲ୍ଲାପାଳ ଆଲୋଚନା କରିଥିଲେ ।
ଯେହେତୁ ମାଉସି ମା\’ ମନ୍ଦିର ଟିକେ ଦୂରରେ ଅଛି, ଯଦି ସନ୍ଧ୍ୟା ସୁଦ୍ଧା ରଥ ମନ୍ଦିରକୁ ନ ପହଞ୍ଚେ, ତେବେ ରଥ ଟଣା କାର୍ଯ୍ୟକ୍ରମ ସନ୍ଧ୍ୟା ପରେ ନକରି ରଥ ଯେଉଁ ସ୍ଥାନକୁ ପହଞ୍ଚିଛି ସେ ସ୍ଥାନରେ ରହି ତା ପରଦିନ ରଥ ଟଣା କାର୍ଯ୍ୟକ୍ରମକୁ ଚାଲୁକରିବା ପାଇଁ ବୈଠକରେ ନିଷ୍ପତ୍ତି ନିଆଯାଇଛି ।
ପ୍ରାରମ୍ଭରେ, ବୈଠକର ଆବାହକ ତଥା ଫୁଲବାଣୀ ଉପ-ଜିଲ୍ଲାପାଳ ଭିକାରୀ ସାହୁ ସମସ୍ତଙ୍କୁ ସ୍ବାଗତ କରିଥିଲେ ।ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ସମ୍ପାଦକ ହରିଚନ୍ଦ୍ର ମହାରଣା ଙ୍କ ଆଲୋଚନାରୁ, ପ୍ରକାଶ ଯେ ତା ୨୬.୦୬.୨୦୨୫ ପ୍ରାତଃ ଘ. ୭.୦୦ମି.ରେ ନେତ୍ରୋତ୍ସବ ପୂଜା ଆରମ୍ଭ, ଦିବା ଘ. ୧୦.୩୦ ମି.ରେ ନବଯୌବନ ଦର୍ଶନ, ଦିବା ଘ. ୧୧.୦୦ ମି. ରେ ରଥ ପ୍ରତିଷ୍ଠା, ତା. ୨୭.୦୬.୨୦୨୫ ରିଖ ପ୍ରାତଃ ଘ.୪.୩୦ ମି. ଠାରୁ ଦିବା ଘ.୧୨.୩୦ ମି. ପର‌୍ୟ୍ୟନ୍ତ ମଙ୍ଗଳ ଆଳତୀ, ରୋଷଘର ହୋମ, ମଇଲମ ତଡ଼ପଲାଗି, ସୂର୍ଯ୍ୟ ପୂଜା, ଦ୍ଵାରପାଳଙ୍କ ପୂଜା, ଅବକାଶ,ରାଜଙ୍କୁ ନିମନ୍ତ୍ରଣ, ପୂଜା ଓ ମଙ୍ଗଳାର୍ପଣ, ପହଣ୍ଡି ଆରମ୍ଭ,ଛେରା ପହଁରା, ପ୍ରସାଦ ସେବନ ଇତ୍ୟାଦି ସମସ୍ତ ପୂଜାବିଧି ପରେ ଦିବା ଘ.୧.୩୦ମି. ସମୟରେ ରଥ ଟଣା କାର‌୍ୟ୍ୟ ଆରମ୍ଭ ହେବ ।
ସେହିପରି ଭାବରେ ତା.୦୫.୦୭.୨୦୨୫ ରିଖ ପ୍ରାତଃ ଘ.୪.୩୦ ମି. ଠାରୁ ଦିବା ଘ.୧୨.୩୦ ମି. ପର୍ଯ୍ୟନ୍ତ ମଙ୍ଗଳ ଆରତୀ, ମଇଲମ ଓ ତଡ଼ପଲାଗି, ଅବକାଶ, ସ୍ନାନ ଓ ବେଶ, ସୂର୍ଯ୍ୟ ପୂଜା, ଦ୍ଵାରପାଳଙ୍କ ପୂଜା, ରାଜଙ୍କୁ ନିମନ୍ତ୍ରଣ, ରଥ ଶୁଦ୍ଧିକରଣ, ମଙ୍ଗଳାର୍ପଣ, ଠାକୁରଙ୍କ ପହଣ୍ଡି ଆରମ୍ଭ,ଛେରା ପହଁରା ଓ ଆଳତୀ , ପ୍ରସାଦ ସେବନ ଇତ୍ୟାଦି କାର୍ଯ୍ୟ ପରେ ଦିବା ଘ.୧.୩୦ମି. ସମୟରେ ବାହୁଡ଼ା ଯାତ୍ରା ପାଇଁ ରଥ ଟଣା କାର‌୍ୟ୍ୟ ଆରମ୍ଭ ହେବ ।
ତା.୦୬.୦୭.୨୦୨୫ ରିଖ ରବିବାର ସୁନାବେଶ, ସୋମବାର ରାତ୍ରି ଘ.୭.୩୦ ମି. ଗତେ ଠାକୁରଙ୍କର ଅଧରପଣା ଭୋଗ, ତା.୦୮.୦୭.୨୦୨୫ ରିଖ ମଙ୍ଗଳବାର ସନ୍ଧ୍ୟା ଘ.୭.୩୦ ମି. ଗତେ ଶ୍ରୀ ଜୀଉଙ୍କର ନୀଳାଦ୍ରୀ ବିଜେ ଉତ୍ସବ ହେବ ବୋଲି ସୂଚନା ଦେଇଥିଲେ ।
ବୈଠକରେ ବନ ବିଭାଗ, ପୋଲିସ ବିଭାଗ ଏବଂ ଅନ୍ୟ ବିଭାଗ ସହ ମନ୍ଦିର ପରିଚାଳନା କମିଟି ଏବଂ ମାଉସୀ ମା’ ମନ୍ଦିର ପରିଚାଳନା କମିଟିର ସମସ୍ତ କର୍ମକର୍ତ୍ତମାନେ ଯୋଗ ଦେଇଥିଲେ ।
ମୌଳିକ ସୁବିଧରୁ ବଞ୍ଚିତ ଗଦାପୁର ପଞ୍ଚାୟତ: ବୃଦ୍ଧାଙ୍କ ମୃତ୍ୟୁରୁ ଉତ୍ତେଜନା, ରାସ୍ତା ଅବରୋଧ
ବାଲିଗୁଡା, ୧୯/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବ୍ରାହ୍ମଣୀଗାଁ ଥାନା ଗଦାପୁର ପଞ୍ଚାୟତରେ ମଙ୍ଗଳବାର ଜଣେ ବୃଦ୍ଧା ନାଳରେ ପଡ଼ି ମୃତ୍ୟୁବରଣ କରିଛନ୍ତି।
ମୃତକ ହେଲେ ଉକ୍ତ ଅଞ୍ଚଳର ଶାନ୍ତି ବଳିୟାର ସିଂ। ସ୍ଥାନୀୟ ଲୋକେ ତାଙ୍କୁ ନାଳରୁ ଉଦ୍ଧାର କରି ଗଦାପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ ତେବେ ସେଠାରେ ଫର୍ମାସିଷ୍ଟ କିମ୍ବା ଡାକ୍ତର କେହି ନଥିଲେ ସ୍ବାସ୍ଥ୍ୟକେନ୍ଦ୍ରରେ ମଧ୍ୟ ତାଲା ଝୁଲୁଥିଲା। ଫଳରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି।
ସେଠାରେ ବୃଦ୍ଧାଙ୍କ ମୃତଦେହ ବ୍ୟବଚ୍ଛେଦ ହୋଇପାରି ନ ଥିଲା। ଫଳରେ ମୃତଦେହ ଗଦାପୁରରୁ ବ୍ରାହ୍ମଣୀଗାଁ ଓ ସେଠାରୁ ପୁଣି ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବୁଧବାର ମଧ୍ୟାହ୍ନରେ ଅଣାଯାଇଛି। ଏହାକୁ ନେଇ ଗଦାପୁର ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ସହ ଡାକ୍ତର ନିୟମିତ ଡ୍ୟୁଟି କରୁ ନ ଥିବା ଅଭିଯୋଗ ହେବା ସହ ଗଦାପୁର ଅଞ୍ଚଳରେ ପାଣି ସମସ୍ୟା ମଧ୍ୟ ଲାଗିରହିଛି। ଯଦି ପାଣି ଥାଆନ୍ତା ତେବେ ବୃଦ୍ଧା ଜଣକ କାହିଁକି ନାଳକୁ ଗାଧୋଇବାକୁ ଯାଇ ମୃତ୍ୟୁବରଣ କରିଥାନ୍ତେ ବୋଲି ଅଭିଯୋଗ ହୋଇଛି।
ସେହିପରି ଅଞ୍ଚଳରେ ମୋବାଇଲ ନେଟ୍‌ଓ୍ବର୍କ ସେବା ବାରମ୍ବାର ଅଚଳ ଏବଂ ଦୀର୍ଘଦିନ ହେଲା ଡାକ୍ତର ପଦବୀ ଖାଲି ଯୋଗୁ ବୁଧବାର ଶହ ଶହ ଲୋକ ଗଦାପୁର ବଜାର ଛକରେ ଏକାଠି ହୋଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସମସ୍ତ ଚଳାଚଳ କରୁଥିବା ଗାଡ଼ିମୋଟରକୁ ଅଟକ ରଖିଛନ୍ତି।
ବିଭିନ୍ନ ଛକରେ ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏମିତିକି ଗଦାପୁରଠାରୁ ଯାଉଥିବା ସମସ୍ତ ପ୍ରକାର ସରକାରୀ ଏବଂ ବେସରକାରୀ ବସ୍‌କୁ ଯିବାକୁ ଦେଉନାହାନ୍ତି। ସେମାନଙ୍କ ଦାବି ପୁରଣ ନ ହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନ ଜାରି ରହିବ ବୋଲି ଉତ୍ତ୍ୟକ୍ତ ଲୋକେ ଦାବି କରିଛନ୍ତି।
ପ୍ରକାଶ ଯେ, ଦାରିଙ୍ଗବାଡ଼ି ବ୍ଲକ ହେଡ୍‌କ୍ୱାର୍ଟରଠାରୁ ଗଦାପୁରର ଦୂରତା ପ୍ରାୟ ୪୦ କିମି। ସେଠାରେ ଏକମାତ୍ର ବିଏସ୍‌ଏନ୍‌ଏଲ୍‌ର ମୋବାଇଲ ସେବା ରହିଥିବା ବେଳେ ନିୟମିତ ଏହି ସେବା ଲୋକଙ୍କୁ ମିଳୁନି। ଫଳରେ ସ୍ବାସ୍ଥ୍ୟସେବା ପାଇଁ ଆମ୍ବୁଲାନ୍ସ ଡକାଇବା ସମ୍ଭବ ହେଉନାହିଁ।
ସେହିପରି କ୍ଷୁଦ୍ର ବ୍ୟାଙ୍କ ସେବା ସହ ଅନଲାଇନ କାର୍ଯ୍ୟ ପାଇଁ ଅଞ୍ଚଳବାସୀ ବହୁ ସମସ୍ୟାର ସମ୍ମୁଖୀନ ଭୋଗୁଛନ୍ତି। ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତର ନିଯୁକ୍ତି ଦିଆଯାଇ ଥିଲେ ମଧ୍ୟ ତାଙ୍କୁ ପଡ଼ୋଶୀ ଗଜପତି ଜିଲା ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଡେପୁଟେଶନରେ ପଠାଯାଇଛି।
ଫାର୍ମାସିଷ୍ଟ ଅଛନ୍ତି କିନ୍ତୁ ସେ ନିୟମିତ ଗଦାପୁରରେ ରହୁନାହାନ୍ତି ଆସି ଡ୍ୟୁଟି କରି ସେ ବ୍ରାହ୍ମଣୀଗାଁରେ ରହିଛନ୍ତି। ଫଳରେ ସେଠାରେ ରୋଗୀ ସେବା ବ୍ୟାହତ ହୋଇଛି।
ପୋଲିସ ବୃଦ୍ଧାଙ୍କ ନାଳରେ ବୁଡି ମୃତ୍ୟୁ ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା (୬/୨୫)ରୁଜୁ କରି ଅଧିକ ତଦନ୍ତ ଚଳାଇଛି। ଘଟଣାସ୍ଥଳରେ ଦାରିଙ୍ଗବାଡି ବିଡିଓ ପ୍ରୀତିରଞ୍ଜନ ରଥ, ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍‌ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ, ବ୍ରାହ୍ମଣୀଗାଁ ଆଇଆଇସି ବିଜୟ କୁମାର ହାଇବୁରୁ, ସବଇନ୍ସପେକ୍ଟର ଅମରେନ୍ଦ୍ର ସୁବୁଦ୍ଧି ସଦଳବଳ ଗଦାପୁରରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ।
ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁଁ ରାସ୍ତା କାଦୁଅ ରେ ପଚ ପଚ: ଚଳାଚଳ ବନ୍ଦ, ଲୋକେ ହଟହଟା
ବାଲିଗୁଡା, ୧୯/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ବାଡ଼ାବାଙ୍ଗା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଏକ ନିର୍ମାଣାଧୀନ ପୋଲ ନିକଟ ଡାଇଭର୍ସନ ରାସ୍ତା କର୍ଦ୍ଦମାକ୍ତ ଯୋଗୁ ଗୋଟିଏ ଟ୍ରକ୍ କାଦୁଅରେ ଫସିଯିବା ପରେ ସେହି ରାସ୍ତାରେ ଯାତାୟାତ କରୁଥିବା ଅନ୍ୟ ଗାଡ଼ିମୋଟର ଅଟକି ରହିଛି।
ଫଳରେ ଶହଶହ ଯାତ୍ରୀ ସେଠାରେ ଫସି ରହିଛନ୍ତି। ନିମ୍ନମାନର ରାସ୍ତା କାର୍ଯ୍ୟ ଯୋଗୁ୍ ଯାତ୍ରୀ ହଟହଟା ଭୋଗୁଥିବା ଅଭିଯୋଗ ହୋଇଛି। ପ୍ରକାଶ ଯେ, ସିମନବାଡ଼ି ଠାରୁ ରାଇକିଆକୁ ସଂଯୋଗ କରୁଥିବା ରାସ୍ତା ସିମନବାଡ଼ି ଠାରୁ ସିକାକେତା ଗ୍ରାମ ପର୍ଯ୍ୟନ୍ତ ପ୍ରାୟ ୧୫ କିମି ଦୂରତା ଗତ ୩ ବର୍ଷରୁ ଊର୍ଦ୍ଧ୍ୱ ହେଲାଣି ନିର୍ମାଣ କାର‌୍ୟ୍ୟ ଚାଲିଛି। ସେହି ରାସ୍ତା ନିର୍ମାଣ ମଧ୍ୟରେ ୨ଟି ବଡ଼ ପୋଲ ନିର୍ମାଣ କାର୍ଯ୍ୟ ମଧ୍ୟ ଚାଲିଛି।
ତେବେ ଯେଉଁଠି ପୋଲ କାର୍ଯ୍ୟ ଚାଲିଛି ତାହା ନିକଟରେ ଗାଡ଼ିମୋଟର ଯାତାୟାତ ପାଇଁ ଡାଇଭର୍ସନ ରାସ୍ତା କରାଯାଇଛି। ଉକ୍ତ ରାସ୍ତାର ୨ ପାର୍ଶ୍ୱ ଉଠାଣି ଓ ଗଡ଼ାଣିଆ ରାସ୍ତା ରହିଛି। ତାକୁ ମେଟାଲ ଓ ପିଚୁ ପକା ନ ଯାଇ ମୋରମ ମାଟି ପକାଯାଇ ଛାଡ଼ି ଦିଆଯାଇଛି।
ଫଳରେ ଅଞ୍ଚଳରେ ଏବେ ଝିପିଝିପି ବର୍ଷା ଲାଗି ରହିଥିବାରୁ ଉକ୍ତ ଡାଇଭର୍ସନ ରାସ୍ତାଟି କର୍ଦ୍ଦମାକ୍ତ ହୋଇପଡ଼ିଛି। ଗାଡ଼ିମୋଟର ବିପଦପୂର୍ଣ୍ଣ ଭାବେ ଯାତାୟାତ କରୁଥିବା ବେଳେ ବୁଧବାର ସକାଳେ ଏହି କାଦୁଅରେ ଏକ ଟ୍ରକ୍ ଫସିଯାଇଛି।
ଫଳରେ ଏବେ ଟ୍ରକ୍‌ଟି ବାହାରିପାର ନ ଥିବା ବେଳେ ସେଠାରେ ୨ ପାର୍ଶ୍ୱରେ ବହୁ ଗାଡ଼ିମୋଟର ଅଟକି ରାସ୍ତା ଜାମ ହୋଇପଡ଼ିଛି। ସିମନବାଡ଼ି ଠାରୁ ରାଇକିଆ ଲୋକଙ୍କ ଲାଇଫ୍‌ଲାଇନ୍ କୁହାଯାଉଥିବା ଉକ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନରେ କୋଟି କୋଟି ଟଙ୍କା ବିନିମୟରେ ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ବିଭାଗ ଓ ଠିକାସଂସ୍ଥାର ଅବହେଳା ଯୋଗୁ ଏବେ ସେହି ରାସ୍ତା କାର୍ଯ୍ୟ ସରିବାର ନାମ ଧରୁନାହିଁ। ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କଲେ ମଧ୍ୟ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉ ନ ଥିବା ଅଭିଯୋଗ ହେଉଛି।
ସ୍ମାର୍ଟ ମଡେଲ ସବ ଷ୍ଟେସନ ନିର୍ମାଣରେ ବିଳମ୍ବ : ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ହନ୍ତସନ୍ତ
ବାଲିଗୁଡା,ତା, ୧୯/୬: କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ସିମନବାଡି ଫିଡ଼ରରେ ଦିନକୁ ଦିନ ବିଦ୍ୟୁତ ବିଭ୍ରାଟ ବଢୁଛି।
ତୁହାକୁ ତୁହା ବିଦ୍ୟୁତ କାଟ ଯୋଗୁଁ ଉପଭୋକ୍ତା ମାନେ ହଟହଟା ଭୋଗୁଛନ୍ତି । ବିଦ୍ୟୁତ ବିଭ୍ରାଟକୁ ନଜରରେ ରଖି ବିଦ୍ୟୁତ ବିଭାଗ ପକ୍ଷରୁ ୨୦୧୩ ମସିହାରେ ରାଜ୍ୟରେ ୩ଟି ସ୍ଥାନରେ ପ୍ରଥମ ଥର ପାଇଁ ସ୍ମାର୍ଟ ମଡେଲ ସବଷ୍ଟେଶନ ନିର୍ମାଣ ପାଇଁ ନିଷ୍ପତି ନିଆଯାଇଥିଲା ।
ସେଥିରେ ସିମନବାଡି ଅଗ୍ରଣୀ ତାଲିକାରେ ରହିଥିଲା । କୌଣସି କାରଣରୁ ତାହା ସେହିବର୍ଷ ଆରମ୍ଭ ହୋଇପାରି ନ ଥିଲା। ପରବର୍ତ୍ତୀ ୨୦୨୩ ଅର୍ଥାତ ଗୋଟିଏ ଦଶନ୍ଧି ପରେ ସିମନବାଡି ଠାରେ ସବଷ୍ଟେଶନ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ଆଜି ସୁଦ୍ଧା ଉକ୍ତ କାର୍ଯ୍ୟ ବିଳମ୍ବରେ ଚାଲିଛି। ଫଳରେ ଉକ୍ତ ଫିଡ଼ରରେ ଥିବା ୮ ପଞ୍ଚାୟତକୁ ଆଜି ସୁଦ୍ଧା ନୂଆ ସବଷ୍ଟେଶନରୁ ବିଦ୍ୟୁତ ସଂଯୋଗ ହୋଇପାରି ନାହିଁ। ଏହି ସବଷ୍ଟେଶନରୁ ସିମନବାଡି, କିରିକୁଟି ଏବଂ ବୁଡ଼ାଗୁଡା ୩ଟି ଫିଡ଼ର ବାହାରିବ କ୍ଷ ଯାହା ଫଳରେ ଆଉ ବିଦ୍ୟୁତ ସମସ୍ୟା ଉପୁଜିବନାହିଁ ବୋଲି କୁହାଯାଉଛି। କିନ୍ତୁ ବହୁ ବିଳମ୍ବ ଯୋଗୁଁ ଉପଭୋକ୍ତା ନିୟମିତ ବିଦ୍ୟୁତ ପାଇବାରୁ ବଞ୍ଚିତ ହେଉଛନ୍ତି।
ଏନେଇ ନୂଆ ସବଷ୍ଟେସନ ନିର୍ମାଣ କରୁଥିବା ଠିକା କମ୍ପାନୀର ପ୍ରକଳ୍ପ ପରିଚାଳକ ବିକାଶ ପଣ୍ଡାଙ୍କ ସହ ଯୋଗାଯୋଗ କରିବାରୁ ସେ କହିଛନ୍ତି, ସବଷ୍ଟେସନ କାର୍ଯ୍ୟ ସରିଛି ବିଦ୍ୟୁତ ସଂଯୋଗ ସହ ଟେଷ୍ଟିଂ ଶେଷ ହୋଇଛି। କେବଳ ସେଠାରେ ୧୧ କେଭି ବିଦ୍ୟୁତ ପାଇଁ ଫିଡ଼ର କାର‌୍ୟ୍ୟ ସରିଲେ ଖୁବଶୀଘ୍ର ନୂଆ ୩୩ କେଭି ସବଷ୍ଟେଶନରୁ ଉପଭୋକ୍ତା ଉତ୍ତମ ସେବା ପାଇପାରିବେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031