Indus Valley Times

ଫୋନରେ ବ୍ରହ୍ମପୁର ମେୟରଙ୍କୁ ଧମକ

 Breaking News

ଫୋନରେ ବ୍ରହ୍ମପୁର ମେୟରଙ୍କୁ ଧମକ

ଫୋନରେ ବ୍ରହ୍ମପୁର ମେୟରଙ୍କୁ ଧମକ
November 02
11:29 2024

ବ୍ରହ୍ମପୁର, ୨/୧୧ : ବ୍ରହ୍ମପୁର ମେୟର୍ ସଂଘମିତ୍ରା ଦଳାଇଙ୍କୁ ଧମକପୂର୍ଣ୍ଣ ଫୋନ୍ କଲ୍ ଆସିଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏତଲା ଦେଇଛନ୍ତି ମେୟର।
ଗତ ୨୯ ତାରିଖ ଅପରାହ୍ମରେ ମେୟର ବ୍ରହ୍ମପୁର ମହାନଗର ନିଗମ କାର‌୍ୟ୍ୟାଳୟରେ ଥିଲେ। ଏହି ସମୟରେ କିଛି କର୍ପୋରେଟର ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଏକ ଅଜଣା ନମ୍ବରରୁ ମେୟରଙ୍କ ମୋବାଇଲକୁ କଲ୍ ଆସିଥିଲା।
ମେୟର କଲ୍ ରିସିଭ କରିବା ପରେ ଅପରପକ୍ଷରୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧମକ ଦେଇଥିଲେ ଜଣେ ବ୍ୟକ୍ତି। ଏନେଇ ଥାନାରେ ଅଭିଯୋଗ କରିଥିଲେ ମେୟର। ମେୟରଙ୍କ ଅଭିଯୋଗ ପରେ କଲ୍ ରେକର୍ଡ ଯାଞ୍ଚ କରିଥିଲା ପୁଲିସ। କଲ୍ ରେକର୍ଡ ଯାଞ୍ଚ ପରେ ଉକ୍ତ କଲଟି ବିଏମସିର ପୂର୍ବତନ ନିର୍ବାହୀ ଯନ୍ତ୍ରୀ ଲଳିତ ମୋହନ ଦାସ ବୋଲି ଜଣାପଡିଥିଲା।
ମେୟରଙ୍କ ଅଭିଯୋଗ ଆଧାରରେ ପୁଲିସ ଲଳିତ ମୋହନଙ୍କ ବିରୋଧରେ ମାମଲା ରୁଜୁ କରିଛି। ଦୀର୍ଘବର୍ଷ ଧରି ଲଳିତ ବ୍ରହ୍ମପୁର ମହାନଗର ନିଗମରେ ବହୁ ଗୁରୁତ୍ତ୍ୱପୂର୍ଣ୍ଣ ଦାୟିତ୍ୱରେ ରହିଥିଲେ। କିଛି ଦିନ ପୂର୍ବେ ସେ ନିୟୋଜିତ ଥିବା ଯୋଜନା ବନ୍ଦ ହୋଇଯିବାରୁ ତାଙ୍କୁ ଦାୟିତ୍ୱ ମୁକ୍ତ କରାଯାଇଥିଲା।
ତେବେ ମେୟରଙ୍କୁ ଲଳିତଙ୍କ ଦ୍ୱାରା କରାଯାଇଥିବା ବ୍ୟବହାର ସମସ୍ତଙ୍କୁ ଚକିତ କରିଛି। ତେବେ କାରଣ ପାଇଁ ଲଳିତ ମେୟରଙ୍କୁ ଏପରି ଧମକପୂର୍ଣ୍ଣ ଫୋନ୍ କଲ୍ କରିଥିଲେ ତାହା ଜଣାପଡ଼ି ନାହିଁ। ପୁଲିସ ଘଟଣାର ତଦନ୍ତ କରୁଛି। ଅନ୍ୟପକ୍ଷରେ ଏନେଇ ଲଳିତମୋହନ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930