Indus Valley Times

ଫ୍ରେଣ୍ଡସ ଗ୍ରୁପର ଗଣେଷ ପୂଜା ପ୍ରସ୍ତୁତି ବୈଠକ

 Breaking News

ଫ୍ରେଣ୍ଡସ ଗ୍ରୁପର ଗଣେଷ ପୂଜା ପ୍ରସ୍ତୁତି ବୈଠକ

July 19
21:46 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୯/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ସ୍ଥିତ ଫ୍ରେଣ୍ଡସ ଗ୍ରୁପ ର ନବମ ବାର୍ଷିକ ଗଣେଷ ପୂଜା ପ୍ରସ୍ତୁତି ବୈଠକ ସଭାଗୃହ ନିକଟରେ ଅନୁଷ୍ଠିତ ହୋଇଯାଇଛି ।
ଏହି ପରିପ୍ରେକ୍ଷୀରେ ଚଳିତ ବର୍ଷ ର ଗଣେଷ ପୂଜା ଅଗଷ୍ଟ ମାସ ୨୭ ତାରିଖ ରେ ଆୟୋଜନ ହେବ, ଏହାକୁ ଦୃଷ୍ଟି ରେ ରଖି ଗ୍ରୁପ ପକ୍ଷରୁ ପୂର୍ବ ବର୍ଷ ମାନଙ୍କ ଠାରୁ ଚଳିତ ବର୍ଷର ଗଣେଷ ପୂଜା କୁ ଆହୁରି ସରସ ସୁନ୍ଦର କରି ଆୟୋଜନ କରାଯିବା ପାଇଁ ଆଲୋଚନା କରାଯାଇଥିଲା ।
ସେଥି ମଧ୍ୟରେ ପାଟଖଣ୍ଡା ମନ୍ଦିର ପରିସରରେ ଥିବା ପୂଜା ମଣ୍ଡପ ରେ ପୂଜା କରାଯିବ, ଲାଇଟ ଓ଼ ସାଜସଜ୍ଜା, ପ୍ରସାଦ ବଣ୍ଟନ, ୧୦୮ ଆଳତୀ କାର୍ଯ୍ୟକ୍ରମ ଭଳି ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଯିବା ପାଇଁ ଗ୍ରୁପ ର ସମସ୍ତ ସଦସ୍ୟ ଙ୍କ ସହମତି ରେ ନିଷ୍ପତ୍ତି ନିଆଯାଇ ଦାୟିତ୍ୱ ବଣ୍ଟନ କରାଯାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031