Indus Valley Times

ବଂଶୀଧର ଫାଉଣ୍ଡେସନ ପକ୍ଷରୁ ଚାରାବଣ୍ଟନ ଓ ପଦଯାତ୍ରା

 Breaking News

ବଂଶୀଧର ଫାଉଣ୍ଡେସନ ପକ୍ଷରୁ ଚାରାବଣ୍ଟନ ଓ ପଦଯାତ୍ରା

October 04
19:57 2020

ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ
ନୂଆଗାଁ,୪/୧୦: ବଂଶୀଧର ଇଂଟରନାସିନଲ ଫାଉଣ୍ଡେସନ ପକ୍ଷରୁ ନୟାଗଡ଼ ଜିଲ୍ଲା ନୂଆଗଁକ୍ଷ ବ୍ଲକର ବିଭିର୍ଣ୍ଣ ସ୍ଥାନରେ ଚାରାବଣ୍ଟନ ଓ ସବୁଜ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫାଉଣ୍ଡେସନ ଅଧକ୍ଷ ମନୋଜ ସାହୁଙ୍କ ଅଧକ୍ଷତାରେ ବ୍ଲକର ନୂଆଗଁକ୍ଷ ଓ ଆଛୁପଡ଼ା ଗ୍ରାମରେ ୧୦୦୦ରୁ ଊର୍ଧ୍ୱ ସଜନା ଓ ଅମୃତଭଣ୍ଡା ଚାରା ବଣ୍ଟନ କରାଯାଇଥିଲା । ଚଳିତ ମାସ ଗାନ୍ଧୀଜୟନ୍ତୀ ଠାରୁ ଅନୁଷ୍ଠାନ ପକ୍ଷରୁ ଆୟୋଜିତ ହୋଇଥିବା ଏହି ମେଗା ଚାରାବଣ୍ଟନ କାର୍ଯ୍ୟକ୍ରମ ଓ ସବୁଜ ନୟାଗଡ଼ ପଦଯାତ୍ରା ଅବସରରେ ଅନୁଷ୍ଠାନର ସ୍ବେଛାସେବୀ ମାନେ ଘର ଘର ବୁଲି ଲୋକଙ୍କୁ ଗଛ ଲଗାଇବା ପାଇଁ ଜନସଚେତନତା ସୃଷ୍ଟି କରିବା ସହ ଚାରା ବଣ୍ଟନ କରିଥିଲେ । ଆଜିର କାର୍ଯ୍ୟକ୍ରମରେ ପ୍ରଫେସର ନୀଳମାଧଵ ବେହେରା, ଧିରେନ ଦାଶ, ଯୁବ ସମାଜସେବୀ ଶିବରାମ ମହାପାତ୍ର, ପ୍ରମୁଖ ଅତିଥି ଭାବେ ଯୋଗଦେଇଥିବା ବେଳେ ଅନୁଷ୍ଠାନ ପକ୍ଷରୁ ଲଡୁକିଶୋର ଷଡ଼ଙ୍ଗୀ, ନିର୍ମଳ ରଥ, ନାରାୟଣ ସାହୁ, ରାଜୀବ ମିଶ୍ର, ପ୍ରଶାନ୍ତ ପୃଷ୍ଟି, ପ୍ରଦ୍ୟୁମ୍ନ ସାହୁ, ଅନ୍ତର୍ଯ୍ୟାମୀ ସାହୁ, ତ୍ରିଲୋଚନ ପ୍ରଧାନ ଓ ରମେଶ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031