Indus Valley Times

ବକ୍ସ ଅଫିସରେ କମାଲ କଲା ଫିଲ୍ମ ଦି କାଶ୍ମୀର ଫାଇଲ୍ : ୧୦୦ କୋଟି କ୍ଲବରେ ସାମିଲ୍ , ବିଭିନ୍ନ ସ୍ଥାନରେ ସିନେମା ହଲ୍ ଫୁଲ୍

 Breaking News

ବକ୍ସ ଅଫିସରେ କମାଲ କଲା ଫିଲ୍ମ ଦି କାଶ୍ମୀର ଫାଇଲ୍ : ୧୦୦ କୋଟି କ୍ଲବରେ ସାମିଲ୍ , ବିଭିନ୍ନ ସ୍ଥାନରେ ସିନେମା ହଲ୍ ଫୁଲ୍

ବକ୍ସ ଅଫିସରେ କମାଲ କଲା ଫିଲ୍ମ ଦି କାଶ୍ମୀର ଫାଇଲ୍ : ୧୦୦ କୋଟି କ୍ଲବରେ ସାମିଲ୍ , ବିଭିନ୍ନ ସ୍ଥାନରେ ସିନେମା ହଲ୍ ଫୁଲ୍
March 18
17:34 2022

ମୁମ୍ବାଇ, ୧୮/୩: ବକ୍ସ ଅଫିସରେ କମାଲ କରୁଛି ଫିଲ୍ମ ‘ଦି କାଶ୍ମୀର ଫାଇଲ୍। ରିଲିଜ୍ ହେବାର ଗୋଟିଏ ସପ୍ତାହରେ ୧୦୦ କୋଟି କ୍ଲବ୍ରେ ସାମିଲ୍ ହୋଇ ରେକର୍ଡ କରିଛି ଏହି ଫିଲ୍ମ। ଅନେକ ସିନେମା ହଲ୍ ହାଉସ୍ ଫୁଲ୍ ଚାଲୁଛି। ଫିଲ୍ମକୁ ଦେଖିବାକୁ ସିନେମା ହଲ୍ରେ ଦର୍ଶକଙ୍କ ଅସମ୍ଭବ ଭିଡ଼ ଜମୁଛି। ଏଥିରୁ ଜଣାପଡ଼ୁଛି ଯେ ଦ୍ୱିତୀୟ ସପ୍ତାହରେ ଫିଲ୍ମ ଜବରଦସ୍ତ ଆୟ କରିବ।
୧୯୯୦ ମସିହାରେ କାଶ୍ମୀର ପଣ୍ଡିତଙ୍କ ସହିତ ହୋଇଥିବା ଅନ୍ୟାୟର କାହାଣୀକୁ ନେଇ ଏହି ଫିଲ୍ମ ତିଆରି କରାଯାଇଛି। ଏହାର ନିର୍ଦ୍ଦେଶନା ବିବେକ ରଞ୍ଜନ ଅଗ୍ନି ହୋତ୍ରୀ ଦେଇଥିବା ବେଳେ ମୁଖ୍ୟ ଭୂମିକାରେ ଅଛନ୍ତି ଅନୁପନ ଖେର। ତା ସହିତ ଫିଲ୍ମରେ ମିଥୁନ ଚକ୍ରବର୍ତ୍ତୀ, ପଲ୍ଲବୀ ଜୋଶୀ, ଦର୍ଶନ କୁମାର, ଚିନମୟୀ ମାଣ୍ଡଲେକର ଏବଂ ଭାଶା ସୁମ୍ବଲି ପ୍ରମୁଖ ଅଭିନୟ କରିଛନ୍ତି।
ଫିଲ୍ମର ୧୦୦ କୋଟି ଆୟ ସମ୍ପର୍କରେ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ସୂଚନା ଦେଇଛନ୍ତି ଅଭିନେତା ଅନୁପମ ଖେର। ଅନୁପମ ଏଥିରେ ପୁସ୍କରନାଥ ପଣ୍ଡିତ ଭୂମିକାରେ ଅଭିନୟ କରିଛନ୍ତି।
ଫିଲ୍ମର ଆୟ ସମ୍ପର୍କରେ ସୂଚନା ଦେଇ ସେ ଏକ ଫୋଟ ଶେୟାର କରିଛନ୍ତି। ଯେଉଁଥିରେ ଫିଲ୍ମ ଟି ୭ ଦିନରେ ୧୦୬.୮୦ କୋଟି ଆୟ କରିଥିବା ଲେଖାଯାଇଛି। ଏହି ଫଟୋରେ ସେ କ୍ୟାପ୍ସନ ଦେଇ ଲେଖିଛନ୍ତି “ଆମ ଫିଲ୍ମ ୰ଦିକାଶ୍ମୀରଫାଇଲ୍ସ ପ୍ରକୃତ ରଙ୍ଗ ଦେଖାଉଛି। ସମସ୍ତଙ୍କ ହୋଲି ଶୁଭେଚ୍ଛା ୰ଭଲପାଇବା ୰ସତ୍ୟରବିଜୟହୋଇଛି ୰ସିନେମାରମ୍ୟାଜିକ୍”।
ଏହା ପୂର୍ବରୁ ଆଜି ସିନେ ସମୀକ୍ଷକ ତରନ ଆଦର୍ଶର ଫିଲ୍ମର ଆୟ ସମ୍ପର୍କରେ ସୂଚନା ଦେଇ ଟ୍ୱିଟ୍ କରିଥିଲେ। ଫିଲ୍ମ ଖୁବ୍ଶୀଘ୍ର ୧୦୦ କୋଟି କ୍ଲବ୍ରେ ସାମିଲ୍ ହେବ ବୋଲି ସେ ଟ୍ୱିଟ୍ କରି ଲେଖିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031