Indus Valley Times

ବଙ୍ଗୋପସାଗରରେ ଘନଉଛି ଅବପାତ : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି

 Breaking News

ବଙ୍ଗୋପସାଗରରେ ଘନଉଛି ଅବପାତ : ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା, ବନ୍ଦରକୁ ୩ ନମ୍ବର ବିପଦ ସଂକେତ ଜାରି

September 08
16:31 2024

ଭୁବନେଶ୍ୱର,୮/୯: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଅବପାତରେ ପରିଣତ ହୋଇଛି। ଏହା ଘନୀଭୂତ ହୋଇ ଉତ୍ତରପଶ୍ଚିମ ଆଡ଼କୁ ମୁହାଁଇବ।
ଉତ୍ତର ପଶ୍ଚିମକୁ ଗତି କରି ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ମୁହାଁଇବ । ୨୪ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ଏହା ପ୍ରଭାବରେ ବର୍ଷା ଜାରି ରହିଛି।
୧୧ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ତେବେ ରବିବାର ପ୍ରବଳରୁ ଅତି ପ୍ରବଳ ବର୍ଷା (୭୦ରୁ ୨୦୦ ମି.ମି.) ନେଇ ୫ ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି। ଏହିସବୁ ଜିଲାଗୁଡ଼ିକ ମଧ୍ୟରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲା ରହିଛି।
ଏହା ସହ ୯ ଜିଲାକୁ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। ୯ ତାରିଖ ବେଳକୁ ରାଜ୍ୟରେ ବର୍ଷାର ପରିମାଣ ଏବଂ ବିସ୍ତୃତି ବଢ଼ିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି।
କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ଗଜପତି, ଗଞ୍ଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, କଟକ ଜିଲାକୁ ବଜ୍ରପାତ ସହ ବର୍ଷା ନେଇ ସତର୍କ କରାଯାଇଛି। ସେହିଭଳି ୧୬ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରିକରାଯାଇଛି।
୧୦ ତାରିଖ ପାଇଁ ୯ ଜିଲାକୁ ଆରେଞ୍ଜ ଓ୍ବାର୍ନିଂ ରହିଥିବାବେଳେ ଏହିସବୁ ଜିଲାଗୁଡ଼ିକ ମଧ୍ୟରେ କଳାହାଣ୍ଡି, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଅନୁଗୋଳ ଓ ଢେଙ୍କାନାଳ ଆଦି ରହିଛି ।
ପ୍ରବଳ ବର୍ଷା ସହ ଘଣ୍ଟା ପ୍ରତି ୪୦ ରୁ ୫୦ କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି। ସମୁଦ୍ର ଅଶାନ୍ତ ରହିବା ଆଶଙ୍କା ଥିବାରୁ ୧୦ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031