Indus Valley Times

ବଜାରକୁ ଆସିଲା ଓମ୍ଫେଡ଼ ଗୋଲ୍ଡ ପ୍ଲସ୍ କ୍ଷୀର, ନୂଆ ପ୍ୟାକେଟ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମ୍ଫେଡ଼ ଭେଣ୍ଡିଂ ମେସିନ୍

 Breaking News

ବଜାରକୁ ଆସିଲା ଓମ୍ଫେଡ଼ ଗୋଲ୍ଡ ପ୍ଲସ୍ କ୍ଷୀର, ନୂଆ ପ୍ୟାକେଟ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମ୍ଫେଡ଼ ଭେଣ୍ଡିଂ ମେସିନ୍

ବଜାରକୁ ଆସିଲା ଓମ୍ଫେଡ଼ ଗୋଲ୍ଡ ପ୍ଲସ୍ କ୍ଷୀର, ନୂଆ ପ୍ୟାକେଟ୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ : ଖୁବ୍‌ଶୀଘ୍ର ଆରମ୍ଭ ହେବ ଓମ୍ଫେଡ଼ ଭେଣ୍ଡିଂ ମେସିନ୍
September 13
16:11 2024

ଭୁବନେଶ୍ୱର, ୧୩/୯ : ରାଜଧାନୀ ବାସୀଙ୍କ ପାଇଁ ଖୁସି ଖବର ଆସିଛି । ଖୁବ୍ ଶୀଘ୍ର ଭୁବନେଶ୍ୱର ସହରରେ ଓମଫେଡ୍ ଭେଣ୍ଡିଂ ମେସିନ୍ ସ୍ଥାପନା କରାଯିବ । ଡିଜିଟାଲ ପେମେଣ୍ଟ କରି ଗ୍ରାହକ କ୍ଷୀର ପ୍ୟାକେଟ୍ ନେଇପାରିବେ । ଏ ନେଇ ଯୋଜନା କରାଯାଇଥିବା ଓମଫେଡ୍ ମ୍ୟାନେଜିଂ ଡାଇରେକ୍ଟର ବିଜୟ ଅମୃତ କୁଲାଙ୍ଗେ ସୂଚନା ଦେଇଛନ୍ତି ।
ଓମଫେଡ୍ ଏମଡିଙ୍କ ସୂଚନା ମୁତାବକ ପ୍ରାଥମିକ ପର‌୍ୟ୍ୟାୟରେ ଜନପଥରେ ଭେଣ୍ଡିଂ ମେଶିନ୍ ବସାଇବାକୁ ଯୋଜନା ହୋଇଛି । ପରେ ସହରର ବିଭିନ୍ନ ସ୍ଥାନରେ ୨୦ଟି ଭେଣ୍ଡିଂ ମେସିନ ବସାଯିବ । ସ୍ଥାନ ସ୍ଥିର କରିବାକୁ ଭୁବନେଶ୍ୱର ମହାନଗର ନିଗମ ସହିତ ଆଲୋଚନା କରାଯାଉଛି । ଆଜି ଲୋକ ସେବା ଭବନରେ ଡେମୋ ମେସିନ ପ୍ରଦର୍ଶିତ ହୋଇଛି ।
ତେବେ ବଜାରକୁ କମଳା ରଙ୍ଗ ପ୍ୟାକେଟ୍‌ରେ ଛଡ଼ାଯିବା ନେଇ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ ଓମ୍‌ଫେଡ୍ କ୍ଷୀରର କମଳା ରଙ୍ଗର ପ୍ୟାକେଟ୍ ବଜାରକୁ ପରୀକ୍ଷାମୂଳକ ଭାବେ ଛଡ଼ାଯାଇଛି । ଏହା ଓମ୍‌ଫେଡ୍‌ର ନୂତନ ପ୍ରଡକ୍ଟ । ପୂର୍ବରୁ କମଳା ରଙ୍ଗ ପ୍ୟାକେଟରେ ଚା’ ପାଇଁ ସ୍ୱତନ୍ତ୍ର କ୍ଷୀର ମିଳୁଥିଲା । ମାତ୍ର ତାର ଭଲ ବ୍ୟବସାୟ ହେଉ ନ ଥିଲା । ତାକୁ ଆହୁରି ପରୀକ୍ଷା କରାଯାଇ ନୂତନ ପ୍ୟାକେଟ୍ ଅଣାଯାଇଛି । ଏଥିରେ ଅଧିକ ଫ୍ୟାଟ୍ ରହିଛି, ଯାହାକୁ ଗୃହିଣୀ, ଚା ଦୋକାନୀ ପସନ୍ଦ କରିବେ ବୋଲି ସେ କହିଛନ୍ତି । ସରକାରଙ୍କ ସହ ଆଲୋଚାନା କରିବା ପରେ ଆସନ୍ତା ୧୦/୧୫ ଦିନ ଭିତରେ ବଜାରକୁ ନିୟମିତ ଭାବେ ଛଡାଯିବ ବୋଲି ସେ କହିଛନ୍ତି ।
କମଳା ରଙ୍ଗର ପ୍ୟାକେଟ୍‌ର ଆସିବା ପରେ ବିଜେପି ସରକାରକୁ ଆକ୍ଷେପ କରାଯାଇଥିଲା । ସରକାର ବଦଳିଲା ପରେ ଏବେ କ୍ଷୀରରେ ମଧ୍ୟ ଗେରୁଆ ରଙ୍ଗ ଲାଗିଲା ବୋଲି ଚର୍ଚ୍ଚା ଜୋର୍ ଧରିଥିଲା ।

About Author

indadmin

indadmin

Related Articles

Archives

Calendar

September 2024
M T W T F S S
 1
2345678
9101112131415
16171819202122
23242526272829
30