Indus Valley Times

ବଡ଼ଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ମହାଦେବ

 Breaking News

ବଡ଼ଓଷାରେ ଧବଳେଶ୍ଵର ପୀଠ ଲୋକାରଣ୍ୟ, ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ମହାଦେବ

November 13
10:22 2024

କଟକ, ୧୩/୧୧ : ବଡ଼ଓଷା ପାଇଁ ଧବଳେଶ୍ୱରଙ୍କ ପୀଠ ଆଜି ଲୋକାରଣ୍ୟ । ବଡ଼ଓଷାରେ ବଡସିଂହାର ବେଶରେ ଦର୍ଶନ ଦେଉଛନ୍ତି ବାବା ଧବଳେଶ୍ୱର । ରାତ୍ର ୩ଟାରେ ପହଡ଼ ଖୋଲାଯାଇ ସମସ୍ତ ପ୍ରକାର ନିତିକାନ୍ତି ସରିବା ପରେ ସାଧାରଣ ଦର୍ଶନ ନିମନ୍ତେ ଦ୍ୱାରଫିଟା ଯାଇଥିଲା।
ହଜାର ହଜାର ଶ୍ରଦ୍ଧାଳୁଙ୍କ ମଧ୍ୟରେ ପୀଠରେ ଚାଲିଛି ଶୃଙ୍ଖଳିତ ଦର୍ଶନ। ତ୍ରୟୋଦଶୀ ଓ ଚତୁର୍ଦ୍ଦଶୀର ସନ୍ଧି କ୍ଷଣରେ ଲାଗି ହେବ ବାବା ଧବଳେଶ୍ୱରଙ୍କର ଅତିପ୍ରିୟ ଭୋଗ ଗଜଭୋଗ ଓ ତରଣ। । ବଡ଼ଓଷା ତଥା କାର୍ତ୍ତିକ ବ୍ରତ କରିଥିବା ଶ୍ରଦ୍ଧାଳୁମାନେ ଗଜଭୋଗ ଓ ତରଣ ପାଇବା ପରେ ବ୍ରତ ଉଦଯାପନ କରିଥାନ୍ତି ।
ସେଥିପାଇଁ ଆଜି ରାତି ୩ଟାରେ ଦ୍ଵାର ଫିଟାଯାଇ୧୦୮ ଗରା ଜଳରେ ମହାସ୍ନାନ କରାଯାଇ, ମଇଲମ, ମଙ୍ଗଳ ଆଳତୀ ଆଦି ସମସ୍ତ ନୀତିକାନ୍ତି ପରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ପାଇଁ ଛଡ଼ା ଯାଇଥିଲା। ଆଜି ମଧ୍ୟ ରାତ୍ରରେ ଗଜ ଭୋଗ ଲାଗି ହେବା ପରେ ତାହାକୁ ଶ୍ରଦ୍ଧାଳୁଙ୍କ ମଧ୍ୟରେ ବିତରଣ କରାଯିବ। ଶାନ୍ତିଶୃଙ୍ଖଳା ଦର୍ଶନ ପାଇଁ ପୀଠରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଛି

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031