Indus Valley Times

ବଢ଼ିଲା ଇଞ୍ଜିନିୟରିଂ କଲେଜର ଆଡମିସନ ସମୟସୀମା

 Breaking News

ବଢ଼ିଲା ଇଞ୍ଜିନିୟରିଂ କଲେଜର ଆଡମିସନ ସମୟସୀମା

ବଢ଼ିଲା ଇଞ୍ଜିନିୟରିଂ କଲେଜର ଆଡମିସନ ସମୟସୀମା
December 17
10:49 2021

ଭୁବନେଶ୍ୱର,୧୭/୧୨: ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆଶାୟୀମାନଙ୍କ ପାଇଁ ଖୁସି ଖବର । ଆବେଦନ କରିନଥିଲେ ପୁଣି ମିଳିବ ଆଉ ଏକ ସୁଯୋଗ । ଚଳିତ ମାସ ୩୧ ତାରିଖ ଯାଏଁ ଓଡ଼ିଶାରେ ଥିବା ଇଞ୍ଜିନିୟରିଂ କଲେଜଗୁଡିକରେ ନାମଲେଖା ଆବେଦନ କରିହେବ ।
ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ଆସୋସିଏସନ୍(ଓପେକା) ପକ୍ଷରୁ ହୋଇଥିବା ଆଭ୍ୟନ୍ତରୀଣ ଆବେଦନର ଶୁଣାଣି କରି ସୁପ୍ରିମ୍କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ଗୁରୁବାର ଜଷ୍ଟିସ୍ ଏଲ୍ ନାଗେଶ୍ୱର ରାଓ, ଜଷ୍ଟିସ୍ ବି ଆର୍ ଗଭାଇ, ଜଷ୍ଟିସ୍ ବି ଭି ନାଗାରତ୍ନଙ୍କ ମିଳିତ ବେଞ୍ଚରେ ଶୁଣାଣି କରି ଆସନ୍ତା ୩୧ ପର୍ଯ୍ୟନ୍ତ ଓଡ଼ିଶାରେ ଇଞ୍ଜିନିୟରିଂ ନାମଲେଖା ଆବେଦନ ହୋଇପାରିବ ବୋଲି କହିଛନ୍ତି । ପୂର୍ବରୁ ଓଡ଼ିଶା ସରକାର ନଭେମ୍ବର ୩୦ ତାରିଖରେ ରାଜ୍ୟରେ ଇଞ୍ଜିନିୟରିଂ ପ୍ରଥମ ବର୍ଷ ନାମଲେଖା ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ନେଇଥିଲେ ।
ଯାହାର ପ୍ରତିବାଦ କରି ଓପେକା ସୁପ୍ରିମକୋର୍ଟରେ ଆବେଦନ ଶେଷ ତାରିଖ ଡିସେମ୍ବର ୩୧ ପର୍ଯ୍ୟନ୍ତ କରିବାକୁ ଅନୁରୋଧ କରିଥିଲା । ଏଆଇସିଟିଇର ସଂଶୋଧିତ ଏକାଡେମିକ୍ କ୍ୟାଲେଣ୍ଡର୍ ଅନୁସାରେ ୨୦୨୧-୨୨ ଶିକ୍ଷାବର୍ଷରେ ପ୍ରଥମ ବର୍ଷ ଇଞ୍ଜିନିୟରିଂରେ ନାମଲେଖା ଆବେଦନ ନଭେମ୍ବର ୩୦ରେ ସରିବା ସହିତ ପାଠପଢ଼ା ଆରମ୍ଭ ହେବାକୁ ସ୍ଥିର ହୋଇଥିଲା ।
ମାତ୍ର ଚଳିତବର୍ଷ କୋଭିଡ୍ ଭୟାବହତା ଯୋଗୁଁ ବହୁ ଛାତ୍ରଛାତ୍ରୀ ଓଜେଇଇ ଦେଇପାରିନଥିଲେ । ତେଣୁ ଘରୋଇ ଇଞ୍ଜିନିୟରିଂ କଲେଜଗୁଡିକର ହଜାର ହଜାର ସିଟ୍ ଖାଲି ପଡିଛି ।
ପରିସ୍ଥିତିକୁ ହୃଦୟଙ୍ଗମ କରି ସୁପ୍ରିମ କୋର୍ଟ ଇଞ୍ଜିନିୟରିଂ ନାମଲେଖା ଅବଧି ଆସନ୍ତା ୩୧ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଯାହାକୁ ଓପେକାର ସଚିବ ଇଞ୍ଜିିନିୟର୍ ବିନୋଦ କୁମାର ଦାଶ ସ୍ୱାଗତ କରିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031