Indus Valley Times

ବଦଳିଲେ ପୋଲିସ କମିଶନର, ସୌମେନ୍ଦ୍ରଙ୍କ ସ୍ଥାନ ନେଲେ ସଞ୍ଜୀବ ପଣ୍ଡା; କଟକ ଡିସିପିଙ୍କ ସହ ବଦଳିଲେ ୪ ଜୋନର ପୋଲିସ୍ ଆଇଜି

 Breaking News

ବଦଳିଲେ ପୋଲିସ କମିଶନର, ସୌମେନ୍ଦ୍ରଙ୍କ ସ୍ଥାନ ନେଲେ ସଞ୍ଜୀବ ପଣ୍ଡା; କଟକ ଡିସିପିଙ୍କ ସହ ବଦଳିଲେ ୪ ଜୋନର ପୋଲିସ୍ ଆଇଜି

ବଦଳିଲେ ପୋଲିସ କମିଶନର, ସୌମେନ୍ଦ୍ରଙ୍କ ସ୍ଥାନ ନେଲେ ସଞ୍ଜୀବ ପଣ୍ଡା; କଟକ ଡିସିପିଙ୍କ ସହ ବଦଳିଲେ ୪ ଜୋନର ପୋଲିସ୍ ଆଇଜି
January 24
21:02 2024

ଭୁବନେଶ୍ବର,୨୪/୧: ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି। ଗୃହ ବିଭାଗ ପକ୍ଷରୁ ଏନେଇ ବୁଧବାର ବିଜ୍ଞପ୍ତି ପ୍ରକାଶ ପାଇଛି।
ଗୁଇନ୍ଦା ବିଭାଗର ନିର୍ଦ୍ଦେଶକ ତଥା ଓପିଏଚ୍ଡବ୍ଲୁସିର ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ତଥା ୧୯୯୪ ବ୍ୟାଚ୍ର ଆଇପିଏସ୍ ସଂଜୀବ ପଣ୍ଡାଙ୍କୁ ରାଜ୍ୟ ସରକାର ଭୁବନେଶ୍ବର-କଟକ ଟୁଇନ୍ ସିଟି କମିସନର ଭାବେ ନିଯୁକ୍ତି ଦେଇଛନ୍ତି। ଏଠାରେ କାର୍ଯ୍ୟରତ ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରିଛନ୍ତି।
ଗୃହ ବିଭାଗର ସ୍ବତନ୍ତ୍ର ସଚିବ ଡ. ସନ୍ତୋଷ ବାଲାଙ୍କୁ ଓପିଏଚ୍ଡବ୍ଲୁସିରେ ଅତିରିକ୍ତ ଦାୟିତ୍ବ ମିଳିଥିବା ବେଳେ ଉତ୍ତରାଞ୍ଚଳ ଆଇଜି ଦୀପକ କୁମାରଙ୍କୁ ଏନସିଆର ତାଳଚେରକୁ ବଦଳି ହୋଇଛି। ତାଙ୍କୁ ଅନୁଗୁଳ ପିଟିସିର ଅତିରିକ୍ତ ଦାୟିତ୍ବ ମିଳିଛି।
ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇଙ୍କୁ ବାଲେଶ୍ବର ବଦଳି ହୋଇଥିବା ବେଳେ ଏସଟିଏଫରୁ ଜୟନାରାୟଣ ପଙ୍କଜଙ୍କୁ ବ୍ରହ୍ମପୁରରେ ନିଯୁକ୍ତି ମିଳିଛି।
ସେହିପରି ପୁରୀ ଏସ୍ପି କନୱର ବିଶାଲ ସିଂହଙ୍କୁ କଟକ ଡିସିପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ଭୁବନେଶ୍ବର ଡିସିପି ପିନାକ ମିଶ୍ରଙ୍କୁ ପୁରୀ ଏସ୍ପି ଭାବେ ବଦଳି ହୋଇଛି। ବି ଯୁଗଳ କିଶୋର କୁମାରଙ୍କୁ ପୁଲିସ ମୁଖ୍ୟାଳୟରୁ କେନ୍ଦ୍ରାପଡ଼ା ଏସ୍ଭାବେ ବଦଳି କରାଯାଇଛି।
କେନ୍ଦ୍ରାପଡ଼ା ଏସ୍ପିଙ୍କୁ ଢେଙ୍କାନାଳରେ ନିଯୁକ୍ତି ମିଳିଛି। ରାୟଗଡ଼ା ଏସ୍ପି ବିବେକାନନ୍ଦ ଶର୍ମାଙ୍କୁ ପୁଲିସ ମୁଖ୍ୟାଳୟରେ ନିଯୁକ୍ତି ମିଳିଛି। ଢେଙ୍କାନାଳ ଏସ୍ପିଙ୍କୁ ଭୁବନେଶ୍ବରକୁ ସ୍ପେଶାଲ ବ୍ରାଞ୍ଚରେ ଏସ୍ପି ଭାବେ ବଦଳି କରାଯାଇଥିବା ବେଳେ ସୋନପୁର ଏସ୍ପି ଅମରେଶ କୁମାର ପଣ୍ଡାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ ବଦଳି ହୋଇଛି।
ସେହିପରି ଦେବଗଡ଼ ଏସ୍ପି ପିକେ ମିଶ୍ରଙ୍କୁ ରାଉରକେଲା ଏସ୍ଆରପି ଭାବେ, ସ୍ପେଶାଲ ବ୍ରାଞ୍ଚ ଏସ୍ପି ରାମ ପ୍ରସାଦ ସାହୁଙ୍କୁ ଦେବଗଡ଼ ଏସ୍ପି ଭାବେ ନିଯୁକ୍ତି ମିଳିଛି। ଜୟପୁର ଏସ୍ଡିପିଓ ହରିଶ ବିସିଙ୍କୁ ରାୟଗଡ଼ା ଏସ୍ପି ଓ ବାଲିଗୁଡ଼ା ଏସ୍ଡିପିଓଙ୍କୁ ସୋନପୁରରେ ଏସ୍ପି ଭାବେ ନିଯୁକ୍ତି ମିଳିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031