Indus Valley Times

ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପାଠ୍ୟକ୍ରମରେ ସାମିଲକୁ ବିରୋଧ କରି ବୌଦ୍ଧଜିଲ୍ଲା କୋଶଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ

 Breaking News

ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପାଠ୍ୟକ୍ରମରେ ସାମିଲକୁ ବିରୋଧ କରି ବୌଦ୍ଧଜିଲ୍ଲା କୋଶଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ

ବନ୍ଦେ ଉତ୍କଳ ଜନନୀ ସଂଗୀତକୁ ପାଠ୍ୟକ୍ରମରେ ସାମିଲକୁ ବିରୋଧ କରି ବୌଦ୍ଧଜିଲ୍ଲା କୋଶଲ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ଦାବିପତ୍ର ପ୍ରଦାନ
June 29
20:03 2021

କମ୍ଭୁଧର କ୍ଷିତିଙ୍କ ରିପୋର୍ଟ
ବୌଦ୍ଧ,୨୯/୬: ବୌଦ୍ଧଜିଲ୍ଲା କୋସଲ ରାଜ୍ୟ ସମନ୍ୱୟ ସମିତି ଆହ୍ୱାନରେ ଜିଲ୍ଲା ଆବାହକ ସୁବେଦାର ଲଳିତ କୁମାର ସାହୁଙ୍କ ନେତୃତ୍ୱରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମଙ୍ଗଳବାର ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଛି । ମହାମାରୀ ଓ ତାଲାବନ୍ଦ ସମୟରେ ପ୍ରଥମେ ଓଡିଶା ସରକାର ତରବରିଆ ଭାବରେ “ବନ୍ଦେ ଉତ୍କଳ ଜନନୀ” ସଂଗୀତକୁ ପ୍ରାଦେଶିକ ସଂଗୀତର ମାନ୍ୟତା ଦେଇଥିଲେ । କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ସେତେବେଳେ ଏହାକୁ ବିରୋଧ କରାଯାଇଥିଲା । କିନ୍ତୁ ସରକାର କିଛି ମଧ୍ୟ ବିଚାରକୁ ନ ନେଇ ଏବେ ଏହି ଦୁର୍ଦ୍ଦିନ ସମୟରେ ମହାମାରୀର ଦ୍ୱିତୀୟ ଲହରର ଭୟାବହତାରୁ ଠାରୁ ଧ୍ୟାନ ହଟାଇବା ପାଇଁ ପୁଣି “ବନ୍ଦେ ଉତ୍କଳ ଜନନୀ” କୁ ରାଜ୍ୟ ଶିକ୍ଷା ପାଠ୍ୟକ୍ରମରେ ସାମିଲ କରି ସମଗ୍ର କୋସଲାଞ୍ଚଳର ଲୋକଙ୍କ ଭାବାବେଗ ସହିତ କୁଠାରଘାତ କରିଛନ୍ତି । ଏଣୁ ଏହାକୁ ଦୃଢ ଭାବରେ ବିରୋଧ କରି କୋସଲ ରାଜ୍ୟ ସମନ୍ୱୟ ସମିତି ତରଫରୁ ଆଜି ପଶ୍ଚିମାଞ୍ଚଳର ସବୁ ଜିଲ୍ଲାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ମାର୍ଫତରେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି । ଯଦି ଓଡିଶା ସରକାର ଏହି ଦାବିପତ୍ରକୁ ଅଣଦେଖା କରି ଶିକ୍ଷାପାଠ୍ୟକ୍ରମରୁ ଏହି ସଂଗୀତକୁ ନ ହଟାଇଲେ ଆଗାମୀ ଦିନରେ ସମଗ୍ର ପଶ୍ଚିମାଞ୍ଚଳରେ ଜନତା ଦୃଢ ଭାବରେ ପ୍ରତିବାଦ କରି ରାଜରାସ୍ତାରେ ନିଆଁ ଜଳାଇବାକୁ ବାଧ୍ୟହେବେ ଏବଂ ଏଥିପାଇଁ ଓଡିଶା ସରକାର ସମ୍ପୂର୍ଣ୍ଣ ଭାବରେ ଉତ୍ତର ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି । ଏହି ବିକ୍ଷୋଭ ପ୍ରଦର୍ଶନ ଶୋଭାଯାତ୍ରାରେ କୋଶଲ ରାଜ୍ୟ ସମନ୍ୱୟ ସମିତିର ଯୁବ ସଂଙ୍ଗଠନ ସଭାପତି ଡୋଳାମଣି ପ୍ରଧାନ, ଭୀଷ୍ମରଞ୍ଜନ ପାତ୍ର, ସନ୍ତୋଷ ସାହୁ, ପ୍ରଶାନ୍ତ କର୍ଣ୍ଣ, ଷଣ୍ଢେଶ୍ୱର ଜଗଦଲା, ଶମ୍ଭୁପ୍ରସାଦ ମିଶ୍ର, ପ୍ରମୋଦ ମେହେର, ସୁଜିତ୍ ଜଗଦଲା, ସଞ୍ଜିବ ଭେତ୍ରା, କୋସଲ ସେନାର ସଂଗଠକ ଶ୍ରବଣ କର୍ଣ୍ଣ ,ଆଶିଷ ସାହୁ ଓ ମଧୁସୂଦନ ସଲମା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031