Indus Valley Times

ବନ୍ଦ ଘରୁ ମିଳିଲା ମାଆ-ଝିଅଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

 Breaking News

ବନ୍ଦ ଘରୁ ମିଳିଲା ମାଆ-ଝିଅଙ୍କ ମୃତଦେହ, ଆତ୍ମହତ୍ୟା ସନ୍ଦେହ

March 16
16:00 2023

କୋରାପୁଟ,୧୬/୩ : ଏକ ଘର ଭିତରୁ ମା’ ଓ ୨ ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅନ୍ତର୍ଗତ ଲଚ୍ଛମଣି ଗାଁରେ। ମୃତକମାନେ ହେଲେ ପଦ୍ମା ସାଉନ୍ତା ଓ ତାଙ୍କ ଝିଅ ମେରିଓମ ସାଉନ୍ତା।
ପଦ୍ମା ଓ ତାଙ୍କ ଝିଅଙ୍କ ମୃତଦେହ ଘରେ ଝୁଲି ରହିଥିବା ଆଜି ସକାଳେ ପଡ଼ୋଶୀମାନେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଛି। ଏହି ସମୟରେ ପଦ୍ମାଙ୍କ ଘରେ କେହି ନଥିଲେ। ତାଙ୍କ ସ୍ୱାମୀ କାମକୁ ବାହାରକୁ ଯାଇଥିଲେ।
ପଦ୍ମା ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ତାହା ସ୍ପଷ୍ଟ ହୋଇପାରି ନାହିଁ। ପାରିବାରିକ କଳହ ଯୋଗୁ ପଦ୍ମା ଓ ତାଙ୍କ ଝିଅ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031