Indus Valley Times

ବନ୍ଧୁକ କାରବାର ଘଟଣାରେ ଅଭିନେତା ସମେତ ୪ ଜଣଙ୍କୁ ଗିରଫ ଦୁର୍ବୃତ୍ତକୁ ଗିରଫ କଲା ପୁଲିସ

 Breaking News

ବନ୍ଧୁକ କାରବାର ଘଟଣାରେ ଅଭିନେତା ସମେତ ୪ ଜଣଙ୍କୁ ଗିରଫ ଦୁର୍ବୃତ୍ତକୁ ଗିରଫ କଲା ପୁଲିସ

October 05
18:15 2021

କଟକ, ୫/୧୦ : ବାଦାମବାଡ଼ି ଥାନା ପୁଲିସ ବନ୍ଧୁକ କାରବାର ଘଟଣାରେ ଜଣେ ଅଭିନେତାଙ୍କ ସମେତ ୪ ଜଣ ଦୁର୍ବୃତ୍ତକୁ ଗିରଫ କରିଛି। ପୁଲିସ ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ ଦେଶୀ ୯ ଏମଏମ ପିସ୍ତଲ, ଗୋଟିଏ ଦେଶୀ ୭.୬୫ ଏମଏମ ପିସ୍ତଲ, ଗୋଟିଏ ସିକ୍ସର, ୧୬ଟି ଜୀବନ୍ତ ଗୁଳି ଜବତ କରିଛି।
ସୂଚନା ଅନୁଯାୟୀ, ବାଦାମବାଡ଼ି ଅଞ୍ଚଳରୁ ବନ୍ଧୁକ ଡ଼ିଲ୍ ବେଳେ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି ବାଦାମବାଡ଼ି ଥାନା ପୁଲିସ। ଅଭିଯୁକ୍ତମାନେ ହେଉଛନ୍ତି ସଦର ଥାନା ଝିଙ୍କିରିଆର ଜ୍ଞାନ ରଞ୍ଜନ ସାହୁ ଓରଫ ନବ, ଶଙ୍କରପୁର ଦାସସାହିର ପ୍ରକାଶ ରାଉତ ଓରଫ ପପୁ, ବାଲିସାହିର ପ୍ରମୋଦ କୁମାର ରାଉତ ଓରଫ ଜିତୁ, ଚାଉଳିଆଗଞ୍ଜ ଗତିରାଉତ ପାଟଣାର ସୁଶାନ୍ତ ପରିଡ଼ା।
ପୁଲିସ ଏହି ଗ୍ୟାଙ୍ଗ ନିକଟରୁ ଗୋଟିଏ ଦେଶୀ ୯ ଏମଏମ ପିସ୍ତଲ, ଗୋଟିଏ ଦେଶୀ ୭.୬୫ ଏମଏମ ପିସ୍ତଲ, ଗୋଟିଏ ସିକ୍ସର, ୧୬ଟି ଜୀବନ୍ତ ଗୁଳି ଜବତ କରିଛି। ନବ ବିରୋଧରେ ୭ଟି, ପପୁ ବିରୋଧରେ ୫ଟି, ସୁଶାନ୍ତ ବିରୋଧରେ ଦୁଇଟି ଅପରାଧୀକ ମାମଲା କମିସନରେଟ ପୁଲିସରେ ରହିଥିବା ନେଇ ସୂଚନା ଦେଇଛନ୍ତି କଟକ ଡ଼ିସିପି ପ୍ରତୀକ୍ ସିଂହ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031