Indus Valley Times

ବନ୍ଧୁକ ମୁନରେ ୧୨ ଲକ୍ଷ ଟଙ୍କା ଲୁଟ୍, ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଆହତ

 Breaking News

ବନ୍ଧୁକ ମୁନରେ ୧୨ ଲକ୍ଷ ଟଙ୍କା ଲୁଟ୍, ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଆହତ

ବନ୍ଧୁକ ମୁନରେ ୧୨ ଲକ୍ଷ ଟଙ୍କା ଲୁଟ୍, ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣେ ଆହତ
July 09
17:08 2024

ଖଇରା/ସୋର, ୯/୭: ବ୍ୟାଙ୍କ ସମ୍ମୁଖରେ ଗୁଳି ଫୁଟାଇ ୧୨ ଲକ୍ଷ ଟଙ୍କା ଲୁଟ୍ ନେଇ ଅଭିଯୋଗ ହୋଇଛି। ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲେଶ୍ବର ଜିଲ୍ଲା ଖଇରା ଥାନା ଅନ୍ତର୍ଗତ କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଜଣେ କର୍ମଚାରୀ ଆଜି ଅପରାହ୍ଣରେ ଏହି ଗୁଳିମାଡ଼ର ଶିକାର ହୋଇଛନ୍ତି।
ସୂଚନା ଅନୁସାରେ କୁପାରୀ କୃପେଶ୍ୱର ପେଟ୍ରୋଲ ପମ୍ପର ଦୁଇ ଜଣ କର୍ମଚାରୀ ଅଜୟ ମହାପାତ୍ର ଓ ବିଷ୍ନୁପଦ ମହାପାତ୍ର ଆଜି ଅପରାହ୍ଣରେ ଏକ ବାଇକରେ ୧୨ ଲକ୍ଷ ଟଙ୍କା ନେଇ ବର୍ତନାସ୍ଥିତ ଇଣ୍ଡିଆନ ବ୍ୟାଙ୍କରେ ଜମା କରିବା ଯାଉଥିଲେ।
ଉଭୟ ଅଜୟ ଓ ବିଷ୍ଣୁପଦ ବ୍ୟାଙ୍କ ସାମ୍ନାରେ ପହଞ୍ଚି ଥିଲେ। କିନ୍ତୁ ଏହି ସମୟରେ ବ୍ୟାଙ୍କ ଫାଟକ ନିକଟରେ ଦୁଇଟି ପଲସର ଗାଡ଼ିରେ ୪ ଜଣ ଦୁର୍ବୃତ୍ତ ପହଞ୍ଚି ଟଙ୍କା ବ୍ୟାଗକୁ ଛଡାଇ ନେଇଥିଲେ। କିଛି ସମୟ ଧରି ଲୁଟେରା ଓ ପେଟ୍ରୋଲ ପମ୍ପ କର୍ମଚାରୀଙ୍କ ମଧ୍ୟରେ ଲଢ଼େଇ ହୋଇଥିଲା। ଶେଷରେ ଲୁଟେରାମାନେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ।
ପ୍ରଥମ ଗୁଳିଟି ବିଷ୍ଣୁଙ୍କ କାନ୍ଧ ଦେଇ ପଳେଇ ଯାଇଥିବା ବେଳେ ଦ୍ୱିତୀୟଟି ତାଙ୍କର ଗୋଡ଼ରେ ବାଜିଥିଲା। ଲୁଟେରାମାନେ ଟଙ୍କା ବ୍ୟାଗ ନେଇ ଆଗରପଡା ଆଡ଼କୁ ଫେରାର ହୋଇଯାଇଥିଲେ। ଅଂଚଳର ଲୋକମାନେ ଭୟଭୀତ ଥିବା ବେଳେ ଖଇରା ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031