Indus Valley Times

ବନ୍ୟା ପରିସ୍ଥିତିରେ ବୈଦ୍ୟୁତିକ ସୁରକ୍ଷାକୁ ଟିପିଏନଓଡିଏଲର ଗୁରୁତ୍ଵ : ସମସ୍ତ କଠିନ ପରିସ୍ଥିତିରେ ବି କାର୍ଯ୍ୟରତ ଟିପିଏନଓଡିଏଲ କର୍ମଚାରୀ

 Breaking News

ବନ୍ୟା ପରିସ୍ଥିତିରେ ବୈଦ୍ୟୁତିକ ସୁରକ୍ଷାକୁ ଟିପିଏନଓଡିଏଲର ଗୁରୁତ୍ଵ : ସମସ୍ତ କଠିନ ପରିସ୍ଥିତିରେ ବି କାର୍ଯ୍ୟରତ ଟିପିଏନଓଡିଏଲ କର୍ମଚାରୀ

ବନ୍ୟା ପରିସ୍ଥିତିରେ ବୈଦ୍ୟୁତିକ ସୁରକ୍ଷାକୁ ଟିପିଏନଓଡିଏଲର ଗୁରୁତ୍ଵ : ସମସ୍ତ କଠିନ ପରିସ୍ଥିତିରେ ବି କାର୍ଯ୍ୟରତ ଟିପିଏନଓଡିଏଲ କର୍ମଚାରୀ
July 28
19:52 2025

ସୁଦାମ ପାତ୍ରଙ୍କ ରିପୋର୍ଟ
ବାଲେଶ୍ଵର, ୨୮/୭ : ଉତ୍ତର ଓଡ଼ିଶାରେ ଜାରି ରହିଥିବା ବନ୍ୟା ପରିସ୍ଥିତିରେ ମଧ୍ୟ ଟିପିଏନଓଡ଼ିଏଲର କର୍ମଚାରୀମାନେ ସମସ୍ତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ପ୍ରଭାବିତ ବିଦ୍ୟୁତ୍ ଭିତ୍ତିଭୂମି ସ୍ଵାଭାବିକ କରିବା ପାଇଁ ଅହୋରାତ୍ର ପ୍ରୟାସ ଜାରି ରଖିଛନ୍ତି।
ଲଗାଣ ବର୍ଷା ଯୋଗୁ ଜଳାର୍ଣ୍ଣବ ତଳିଆ ଅଞ୍ଚଳ ଓ ଅଧିକାଂଶ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିଥିବାରୁ ପୁନରୁଦ୍ଧାର କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ନଈ ନାଳରେ ସରୀସୃପଙ୍କ ଭୟ। ଧାନ ବିଲରେ ମିଳୁନି ରାସ୍ତା।
ପାଦେ ପାଦେ ରହିଛି ବିପଦ। ପାଣି କାଦୁଅରେ ପାଦ ସଳଖି ଛିଡ଼ା ହେବା କଷ୍ଟ। ହେଲେ ଏପରି ସ୍ଥିତିରେ ବି ଓଜନିଆ ବିଦ୍ୟୁତ ଖୁଣ୍ଟି ବୁହା ହେଉଛି। ତାର, ଶଙ୍ଖ ଭଳି ଭାରି ସାମଗ୍ରୀ କର୍ମଚାରୀ କାନ୍ଧେଇ ନେଉଛନ୍ତି ।
ମରମାତିରେ ମାତିଛନ୍ତି। ବିଶେଷତଃ ଜଳମଗ୍ନ ଅଞ୍ଚଳକୁ ସୁରକ୍ଷା ଦୃଷ୍ଟିରୁ ବିଦ୍ୟୁତ୍ ବିଛନ୍ନ କରାଯାଇଥିବାବେଳେ ସ୍ଥିତି ସ୍ଵାଭାବିକ ହେବା କ୍ଷଣି ବିଦ୍ୟୁତ୍ ପୁନଃ ସଂଯୋଗ କରାଯାଉଛି।
ଉପଭୋକ୍ତାଙ୍କ ପାଇଁ ଗୁଣାତ୍ମକ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ଟିପିଏନଓଡିଏଲ୍ ଗୁରୁତ୍ଵ ଦେବା ସହ ଉପଭୋକ୍ତା, କର୍ମଚାରୀଙ୍କ ପାଇଁ ସମସ୍ତ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛି।
ବନ୍ୟା ପରିସ୍ଥିତିରେ ଦେଖାଦେଉଥିବା ବିଦ୍ୟୁତ୍ ଜନିତ ଘଟଣାଗୁଡ଼ିକୁ ନଜରରେ ରଖି କେତେକ ସରଳ ପ୍ରତିଷେଧମୂଳକ ପଦକ୍ଷେପ ପ୍ରତି ଧ୍ୟାନ ଦେବାକୁ ମଧ୍ୟ ଟିପିଏନଓଡ଼ିଏଲ ପକ୍ଷରୁ ପରାମର୍ଶ ଦିଆଯାଇଛି।
ଜଳମଗ୍ନ କିମ୍ବା ମିଟର କ୍ୟାବିନ୍‌ରେ ଲିକେଜ୍ ଭଳି ଘଟଣାରେ ମେନ୍ ୱିଚ୍କୁ ବନ୍ଦ କରିବା, ଓୟାରିଂରେ କିଛି ପରିବର୍ତ୍ତନ ହୋଇଥିଲେ ତାକୁ ଭଲ ଭାବେ ଯାଞ୍ଚ କରିବା, ଜଣେ ଲାଇସେନ୍ସପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କ ଦ୍ଵାରା ତାହା ପରୀକ୍ଷା କରିବାକୁ ଉପଭୋକ୍ତାଙ୍କୁ ପରାମର୍ଶ ଦିଆଯାଇଛି।
କୌଣସି ବିଦ୍ୟୁତ୍ ଭିତ୍ତିଭୂମିକୁ ଓଦା ହାତରେ ସ୍ପର୍ଶ ନ କରିବା, ଅନୁମୋଦିତ ଲୋଡ୍‌ଠାରୁ ଅଧିକ ବିଦ୍ୟୁତ୍ ବ୍ୟବହାର ନ କରିବାକୁ ମଧ୍ୟ କୁହାଯାଇଛି। ତଳେ ପଡ଼ିଥିବା ବିଦ୍ୟୁତ୍ ତାର ଉପରେ ଗାଡ଼ି ନ ଚଲାଇବା, ଷ୍ଟ୍ରିଟ୍‌ଲାଇଟ୍ ଖୁଣ୍ଟ କିମ୍ବା ବଣ୍ଟନ ସ୍ତମ୍ଭରେ ଯଦି କୌଣସି ସ୍କାର୍କ ଦେଖାଯାଉଛି ।
ତେବେ ତାକୁ ସ୍ପର୍ଶ ନ କରି ଉପଭୋକ୍ତା ସହାୟତା ନମ୍ବରରେ ଯୋଗାଯୋଗ କରିବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ ଦର୍ଶାଯାଇଛି।
ସେହିପରି ସମସ୍ୟାଗୁଡ଼ିକର ତ୍ବରିତ ସମାଧାନ ସହିତ ଯେକୌଣସି ପ୍ରକାର ଅଭାବନୀୟ ଘଟଣାର ସୂଚନା ଦେବା ଲାଗି ଟିପିଏନ୍‌ଓଡିଏଲ୍ ପକ୍ଷରୁ କୁହାଯାଇଛି। ବିଦ୍ୟୁତ ସେବା ସମ୍ପର୍କିତ ଯେ କୌଣସି ସହାୟତା ପାଇଁ ଉପଭୋକ୍ତା ସହାୟତା ନମ୍ବର ୧୮୦୦-୩୪୫-୬୭୧୮ କିମ୍ବା ୧୯୧୨କୁ କଲ୍ କରିବାକୁ ଟିପିଏନ୍ଓଡିଏଲ୍ ପକ୍ଷରୁ କୁହାଯାଇଛି।
ଫଳ ସ୍ୱରୂପ ବର୍ଷା ଋତୁରେ ବିଦ୍ୟୁତ୍ ସୁରକ୍ଷା ସୁନିଶ୍ଚିତ ହୋଇପାରିବ ଓ ଧନଜୀବନ ସୁରକ୍ଷିତ ରହି ପାରିବ ବୋଲି ଟିପିଏନଓଡ଼ିଏଲ ଦର୍ଶାଇଛି ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031