Indus Valley Times

ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ନୂଆ ଆଡଭୋକେଟ ଜେନେରାଲ

 Breaking News

ବରିଷ୍ଠ ଆଇନଜୀବୀ ପିତାମ୍ବର ଆଚାର୍ଯ୍ୟ ନୂଆ ଆଡଭୋକେଟ ଜେନେରାଲ

July 19
19:43 2024

ଭୁବନେଶ୍ବର, ୧୯/୭: ଓଡ଼ିଶା ହାଇକୋର୍ଟଙ୍କ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଆଡଭୋକେଟ୍ ଜେନେରାଲ ହୋଇଛନ୍ତି। ଶ୍ରୀ ଆଚାର୍ଯ୍ୟଙ୍କୁ ରାଜ୍ୟ ସରକାର ଏହି ବଡ଼ ଦାୟିତ୍ବ ଦେଇଛନ୍ତି। ପୀତାମ୍ବରଙ୍କ ନିଯୁକ୍ତି ରାଜ୍ୟ ଆଇନ ବିଭାଗ ସୂତ୍ରରୁ ସୂଚନା ଦିଆଯାଇଛି।
ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବାର ମାସେ ଅତିକ୍ରମ କରିଛି। ଆଜି ଯାଏଁ ଏଜି ନିଯୁକ୍ତି ହୋଇ ନଥିବାରୁ ବିଭିନ୍ନ ମହଲରୁ ଉଦବେଗ ପ୍ରକାଶ ପାଉଥିଲା। ଏପରିକି ବରିଷ୍ଠ ରାଜନେତା ବିଜୟ ମହାପାତ୍ର ଏନେଇ ପ୍ରଶ୍ନ କରିଥିଲେ। ବିରୋଧୀ ବିଜେଡି ମଧ୍ୟ ସରକାରଙ୍କୁ ଘେରିଥିଲା।
କାରଣ, ଆଡଭୋକେଟ୍ ଜେନେରାଲ ଏକ ସାମ୍ୱିଧାନିକ ପଦବି। ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟରେ ଏଜି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି କରିବା କଥା। ଏକାଧିକ ବରିଷ୍ଠ ଆଇନଜୀବୀ ଲବିରେ ଥିବାରୁ ନିଷ୍ପତ୍ତି ବିଳମ୍ୱ ହୋଇଥିଲା। ମୋହନ ସରକାର ଶେଷରେ ଓଡ଼ିଶା ହାଇକୋର୍ଟର ବରିଷ୍ଠ ଆଇନଜୀବୀ ପୀତାମ୍ୱର ଆଚାର୍ଯ୍ୟଙ୍କ ନାଁରେ ମୋହର ମାରିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930