Indus Valley Times

ବରିଷ୍ଠ ନାଗରିକ ତୀର୍ଥଯାତ୍ରା : ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ , ଅଯୋଧ୍ୟା ବାରଣାସୀ ଯାତ୍ରା

 Breaking News

ବରିଷ୍ଠ ନାଗରିକ ତୀର୍ଥଯାତ୍ରା : ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ , ଅଯୋଧ୍ୟା ବାରଣାସୀ ଯାତ୍ରା

ବରିଷ୍ଠ ନାଗରିକ ତୀର୍ଥଯାତ୍ରା : ଆଧ୍ୟାତ୍ମିକତାର ଦିବ୍ୟ ଅନୁଭବ , ଅଯୋଧ୍ୟା ବାରଣାସୀ ଯାତ୍ରା
September 10
11:01 2025

ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟ
ଖୋର୍ଦ୍ଧା , ୧୦/୯ : ମଙ୍ଗଳବାର ଖୋର୍ଦ୍ଧା ଜିଲ୍ଲା ପର୍ଯ୍ୟଟନ ବିଭାଗ ପକ୍ଷରୁ ଅଯୋଧ୍ୟା – ବାରାଣସୀ ବରିଷ୍ଟ ନାଗରିକ ମାନଙ୍କ ତୀର୍ଥଯାତ୍ରା ପର୍ଯ୍ୟଟନ ଅଧିକାରୀ ମୀରା ବେହେରାଙ୍କ ପରିଚାଳନାରେ ଶୁଭାରମ୍ଭ କରାଯାଇଅଛି ।
ଏହି ଉପଲକ୍ଷେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ବ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ ମୁଖ୍ୟଅତିଥି ଭାବେ ଯୋଗଦେଇ କହିଲେ ଯେ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ଗରିବ ଗୁରବା ମାନଙ୍କ ପାଇଁ ଏକ ଅପୂର୍ବ ଯୋଜନା ।
ଓଡ଼ିଶାର ପରମ୍ପରା ସଂସ୍କୃତି ବାହାର ରାଜ୍ୟ ସହ ଆଦାନ ପ୍ରଦାନ ଏବଂ ଆଧ୍ୟାତ୍ମିକତାର ଦିବ୍ୟ ଅନୁଭୂତି ଏହି ଯୋଜନାର ମୂଳ ଲକ୍ଷ୍ୟ ଅଟେ ।
ରାଜ୍ୟ ସରକାରଙ୍କ ପକ୍ଷରୁ ବରିଷ୍ଟ ନାଗରିକ ତୀର୍ଥ ଯାତ୍ରା ଯୋଜନା ପ୍ରତିବର୍ଷ ଚାଲୁରହିଛି ।
ଯେଉଁମାନେ ଚଳିତ ବର୍ଷ ଯାଇପାରି ନାହାନ୍ତି ପୁନଶ୍ଚ ସରକାରଙ୍କ ବିଜ୍ଞପ୍ତି ପ୍ରକାଶ ପାଇଲେ ସେମାନେ ଅନ୍ ଲାଇନ୍ ମାଧ୍ୟମରେ ଆବେଦନ କରି ଏହି ତୀର୍ଥ ଭ୍ରମଣର ସୁଯୋଗ ନେଇ ପାରିବେ ।
ଆଜି ଖୋର୍ଦ୍ଧା ଜିଲ୍ଲାର ୧୬୯ ତୀର୍ଥ ଯାତ୍ରୀ ଯେଉଁ ମାନଙ୍କ ମଧ୍ୟରେ ସହଯୋଗୀ ତୀର୍ଥ ଯାତ୍ରୀ ୦୨ ଜଣ, ଦମ୍ପତି ତୀର୍ଥ ଯାତ୍ରୀ ୭୦ ଜଣ ଏବଂ ଏକକ ତୀର୍ଥ ଯାତ୍ରୀ ୯୭ ଜଣଙ୍କୁ ନେଇ ବସ ଗୁଡ଼ିକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ଠାରୁ ଭୁବେଶ୍ଵରର ରେଳ ଷ୍ଟେସନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ।
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିୟମାନୁସାରେ ପ୍ରତ୍ୟେକ ତୀର୍ଥ ଯାତ୍ରୀ ଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଥିଲା । ମୁଖ୍ୟଅତିଥି ସମସ୍ତ ତୀର୍ଥ ଯାତ୍ରୀଙ୍କୁ ପୁଷ୍ପ ଗୁଚ୍ଛ ପ୍ରଦାନ କରି ସେମାନଙ୍କର ୬ ଦିବସୀୟ ତୀର୍ଥ ଯାତ୍ରା ସଫଳ କାମନା କରି ଆନନ୍ଦର ସହ ଖୋର୍ଦ୍ଧା ଫେରିବାକୁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା ରଖି ଶ୍ରିଫଳ ବାଡେଇ ସବୁଜ ପତାକା ଦେଖାଇ ବସ୍ ଯାତ୍ରାର ଶୁଭାରମ୍ଭ କରିଥିଲେ।
ସମସ୍ତ ତୀର୍ଥ ଯାତ୍ରୀ ଙ୍କ ସହାୟତା କାରୀ ଅଧିକାରୀ ମାନେ ସଦାସର୍ବଦା ଜାଗ୍ରତ ରହି ତୀର୍ଥ ଯାତ୍ରୀ ମାନଙ୍କ ଯତ୍ନ ନେଇ ସଫଳ ଭାବେ ଖୋର୍ଦ୍ଧା ଫେରିବାକୁ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପ୍ରଧାନ ନିର୍ଦ୍ଦେଶ ଦେଇଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଲା କ୍ରୀଡା ଅଧିକାରୀ ଗୀତାଞ୍ଜଳି ପଣ୍ଡା ଯୋଗଦେଇ ତୀର୍ଥ ଯାତ୍ରୀ ମାନଙ୍କୁ ପ୍ରୋତ୍ସାହିତ କରିଥିଲେ ।
ଏସ୍କର୍ଟ ଅଫିସର ଭାବେ ନିହାର ରଞ୍ଜନ ମହାନ୍ତି, ବିନୋଦ ଚନ୍ଦ୍ର ବାରିକ, ସଂଗ୍ରାମ କେଶରୀ ଦାସ,ଅଟଳ କୁମାର ଧର୍ମରାଜ୍ ଏବଂ ସତ୍ୟବ୍ରତ ତ୍ରିପାଠୀ ତୀର୍ଥ ଯାତ୍ରା କାର୍ଯ୍ୟ ସମ୍ପାଦନ ନିମନ୍ତେ ନିଯୁକ୍ତି ଦିଆଯାଇଛି।
ତୀର୍ଥ ଯାତ୍ରୀ ମାନେ ଆଜି ଭୁବନେଶ୍ୱରରେ ରାତ୍ରୀ ଯାପନ କରି ଆସନ୍ତା କାଲି ସ୍ଵତନ୍ତ୍ର ଟ୍ରେନ୍ ରେ ଅଯୋଧ୍ୟା ବାରଣାସୀ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ।
ଭୁବନେଶ୍ୱର ଠାରେ ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ଯୋଗଦାନ କରି ଅଯୋଧ୍ୟା ବାରଣାସୀ ଟ୍ରେନ୍ ର ଶୁଭାରମ୍ଭ କାର୍ଯ୍ୟକ୍ରମ ରହିଅଛି ।
ଆଜିର ଏହି କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ, ଜିଲ୍ଲା ପର‌୍ୟ୍ୟଟନ କାର୍ଯ୍ୟାଳୟ ଏବଂ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଧିକାରୀ ଏବଂ କର୍ମଚାରୀ ଓ ଗଣମାଧ୍ୟମ ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031