Indus Valley Times

ବରୁଣ ଗାନ୍ଧୀଙ୍କ ବଡ଼ ବୟାନ: ଯଦି ଅଗ୍ନବୀର ପେନ୍ସନରୁ ବଞ୍ଚିତ ହେବେ ତେବେ ନେତାମନ୍ତ୍ରୀମାନେ କାହିଁକି ପେନ୍ସନ୍ ପାଇବେ?

 Breaking News

ବରୁଣ ଗାନ୍ଧୀଙ୍କ ବଡ଼ ବୟାନ: ଯଦି ଅଗ୍ନବୀର ପେନ୍ସନରୁ ବଞ୍ଚିତ ହେବେ ତେବେ ନେତାମନ୍ତ୍ରୀମାନେ କାହିଁକି ପେନ୍ସନ୍ ପାଇବେ?

June 24
20:13 2022

ନୂଆଦିଲ୍ଲୀ,୨୪/୬: ଅଗ୍ନିବୀର ଯୋଜନାକୁ ନେଇ ଦେଶରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷର ଦେଖାଦେଇଥିଲା ବେଳେ ଶୁକ୍ରବାର ଦିନ ବେଜେପି ସାଂସଦ ବରୁଣ ଗାନ୍ଧୀ ଏହି ଯୋଜନାକୁ ନେଇ ସମାଲୋଚନା କରିଛନ୍ତି ।
କହିଛନ୍ତି, ଅଗ୍ନବିରୀମାନଙ୍କ ପାଇଁ ପେନ୍ସନ ଯୋଜନା ନଥିବାରୁ ଏହାକୁ ସମାଲୋଚନା କରିଛନ୍ତି ବରୁଣଗାନ୍ଧୀ। ଯଦି ଅଗ୍ନବୀର ପେନ୍ସନରୁ ବଞ୍ଚିତ ହେବେ ତେବେ ନେତାମନ୍ତ୍ରୀମାନେ କାହିଁକି ପେନ୍ସନ୍ ପାଇବେ ବୋଲି ସେ ପ୍ରଶ୍ନ କରିଛନ୍ତି। ସେ ନିଜେ ତାଙ୍କ ପେନ୍ସନ ଛାଡ଼ିବେ ବୋଲି ବରୁଣଗାନ୍ଧୀ ଟ୍ୱିଟ୍ କରି ସୂଚନା ଦେଇଛନ୍ତି।
ସେ ଟ୍ୱିଟ୍ କରି ଲେଖିଛନ୍ତି “ ଅଳ୍ପ ଅବଧି ପାଇଁ ସେବା କରିବାକୁ ଥିବା ଅଗ୍ନବୀରମାନେ ପେନସନର ହକଦାର ନୁହଁନ୍ତି। ତେବେ ଜନପ୍ରତିନିଧିଙ୍କ ପାଇଁ ଏହି ସୁବିଧା କାହିଁକି ? ଯଦି ରାଷ୍ଟ୍ର ରକ୍ଷକଙ୍କର ପେନ୍ସନ ପାଇବାର ଅଧିକାର ନାହିଁ ତେବେ ମୁଁ ବି ମୋ ପେନ୍ସନ ଛାଡ଼ିବାକୁ ପ୍ରସ୍ତୁତ ଅଛି। କଣ ଆମେ(ବିଧାୟକ/ସାଂସଦ) ନିଜର ପେନ୍ସନ ଛାଡ଼ି ଅଗ୍ନବୀରଙ୍କୁ ପେନ୍ସନ ଦେବା ସୁନିଶ୍ଚିତ କରିପାରିବାନି? ”
ଅଗ୍ନିବୀର ଯୋଜନାରେ ୪ ବର୍ଷ ପାଇଁ ସ୍ୱଳ୍ପ ଅବଧି ଚାକିରି ସାଙ୍ଗକୁ ପେନସନ ନ ମିଳିବା ଓ ସେନାର ଅନ୍ୟାନ୍ୟ ସୁବିଧା ନମିଳିବା ଘଟଣାକୁ ନେଇ ଦେଶରେ ଯୁବଗୋଷ୍ଠୀଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି। ଫଳରେ ଦେଶରେ ବିଦ୍ରୋହ କରିଛନ୍ତି ଯୁବଗୋଷ୍ଠୀ। ଏଥିପାଇଁ ରେଳବାଇକୁ ଶହ ଶହ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031