Indus Valley Times

ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଯୁକ୍ତି, ସରକାରୀ ଦସ୍ତାବିଜ ବାବଦରେ ମୁହଁ ତ ଖୋଲ

 Breaking News

ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଯୁକ୍ତି, ସରକାରୀ ଦସ୍ତାବିଜ ବାବଦରେ ମୁହଁ ତ ଖୋଲ

ବର୍ଷାଙ୍କ ଅଭିଯୋଗ ପରେ ଅନୁଭବଙ୍କ ଯୁକ୍ତି, ସରକାରୀ ଦସ୍ତାବିଜ ବାବଦରେ ମୁହଁ ତ ଖୋଲ
April 11
19:58 2023

ଭୁବନେଶ୍ୱର,୧୧/୪:ସୋମବାର ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାହୁ କହିଥିଲେ- ‘ମୋ’ ଜୀବନରେ ଝଡ଼ ଆସିଛି, ମଁଁ ପୀଡ଼ିତା’। ତାଙ୍କର ଏପରି ବୟାନ ଉପରେ ଆଜି ଜବାବ ଦେଇଛନ୍ତି ସ୍ୱାମୀ ଅନୁଭବ ମହାନ୍ତି।
ପୋଷ୍ଟ କରିଥିବା କିଛି ଅଫିସିଆଲ୍ ଡକୁମେଣ୍ଟକୁ ପୋଷ୍ଟ କରି ଏହା ବିରୋଧରେ ମୁହଁ ଖୋଲିବାକୁ ବର୍ଷାଙ୍କୁ ନିବେଦନ କରିଛନ୍ତି ଅନୁଭବ। ସୋଶାଲ ମିଡିଆରେ ସ୍ୱାମୀ ଓ ସ୍ତ୍ରୀଙ୍କ ଏହି ବାକ୍ ଯୁଦ୍ଧ ଟୁଇଟାଳିଙ୍କୁ ଆଲୋଚନା କରିବା ପାଇଁ ଖୋରାକ ଯୋଗାଇଛି।
ସୋଶାଲ୍ ମିଡିଆ ଟ୍ୱିଟର ଓ ଫେସ୍ବୁକ୍ରେ ଅନୁଭବ ଲେଖିଛନ୍ତି, ମିଛ ଅପପ୍ରଚାର ହେଉଛି ଯଦି, ତା ବିରୋଧରେ ଆପଣ ଓ ସମସ୍ତେ ନିହାତି ମୁହଁ ଖୋଲିବା ଦରକାର। ମୁଁ ମଧ୍ୟ ଏ ବିଷୟରେ ଏକମତ। ଦୟାକରି ଏଇ କିଛି ସରକାରୀ ଦସ୍ତାବିଜ ବିରୋଧରେ ମୁହଁ ଖୋଲନ୍ତୁ ବୋଲି ଅନୁଭବ ଲେଖିଛନ୍ତି। ଆମଣଙ୍କ ଜବାବର ଅକ୍ଷେପରେ ମୁଁ, ଆଉ ଓଡ଼ିଶାବାସୀ। ସବା ଶେଷରେ ସେ ଲେଖିଛନ୍ତି, ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ।
ସୂଚନାରୁ ପ୍ରକାଶ, ଭୁବନେଶ୍ୱରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ବର୍ଷା କହିଥିଲେ, ଜୀବନ ଅନିଶ୍ଚିତ। କେତେ ବେଳେ କ’ଣ ଘଟିବ କେହି ଜାଣିନଥାନ୍ତି। ମୁଁ ଲାଜୁଆ, ଡରୁଆ ପ୍ରକୃତିର ଝିଅ। ମୋ ଜୀବନରେ ଝଡ଼ ଆସିଲା। ଯାହା ଆଶା କରିନଥିଲି ସେୟା ହେଲା। ଜୀବନ ମତେ ବହୁତ ଥର ପକେଇବାକୁ ଚେଷ୍ଟା କରିଛି। କିନ୍ତୁ ମୁଁ ପୁଣି ଥରେ ଛିଡା ହୋଇଛି। ସୋଶାଲ ମିଡିଆରେ ମୁଁ କାହିଁକି ମତ ରଖେନି ବୋଲି ବହୁ ଲୋକ ପ୍ରଶ୍ନ କରିବାରୁ ମୋର ସାମାଜିକ କାର‌୍ୟ୍ୟକ୍ରମର ଫଟୋ ଶେଆର କଲି। ଏହା ପରେ ବହୁତ ଲୋକ କମେଣ୍ଟ କଲେ ଯେ, ରାଜନୀତିରେ ଯୋଗଦେବାକୁ ଓ ଟିକେଟ ପାଇବାକୁ ଏସବୁ କରୁଛନ୍ତି। ଛୋଟ ବେଳୁ ମୁଁ ସାମାଜିକ କାମରେ ଜଡ଼ିତ ଥିଲି। ସେତେବେଳେ କଣ ପଲିଟିକ୍ସକୁ ଆସିବାକୁ ଚାହୁଁଥିଲି କି ବୋଲି ବର୍ଷା ପ୍ରଶ୍ନ କରିଥିଲେ।

About Author

indadmin

indadmin

Related Articles

Archives

Calendar

December 2024
M T W T F S S
 1
2345678
9101112131415
16171819202122
23242526272829
3031