Indus Valley Times

ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କଲେ ବିଚାରପତି

 Breaking News

ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କଲେ ବିଚାରପତି

ବର୍ଷା-ଅନୁଭବ ବିବାଦ: ମଧ୍ୟସ୍ଥତା କଲେ ବିଚାରପତି
September 14
20:08 2022

କଟକ,୧୪/୯: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ କଟକ ପରିବାର ଅଦାଲତ ବିଚାରପତି କରିଛନ୍ତି ମଧ୍ୟସ୍ଥତା। ବୁଧବାର ଦିନ ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରକୁ ଉଭୟଙ୍କୁ ଡାକି ଅଲୋଚନା କରିଥିବା ଜଣାପଡ଼ିଛି। ତେବେ ମଧ୍ୟସ୍ଥତାର କୌଣସି ଫଳାଫଳ ସ୍ପଷ୍ଟ ହୋଇନି।
ସୂଚନା ମୁତାବକ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ, ଆଜି ଉଭୟ ପରିବାର ଅଦାଲତରେ ହାଜର ହୋଇଥିଲେ। ୫ ହଜାର ଟଙ୍କା ତଣ୍ଡ ଦେଇ ରସିଦ୍ କାଟିଥିଲେ। କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ମୁତାବକ ଉଭୟ ଦାଖଲ କରିଥିବା ୫ ହଜାର ଟଙ୍କାର ପ୍ରମାଣ ଦେଇଥିଲେ। ସେପଟେ କୋର୍ଟ କାର‌୍ୟ୍ୟରେ ବିଚାର ପ୍ରକ୍ରିୟାକୁ ସହଯୋଗ କରିବା, ଅଯଥା ସମୟ ନନେବା, କୋର୍ଟରେ କୌଣସି ମିଥ୍ୟା ତଥ୍ୟ ଦାଖଲ ନକରିବା ନେଇ ସତ୍ୟପାଠ ଦାଖଲ କରିଥିଲେ ବର୍ଷା। ପରେ ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ।
ସୂଚନା ଥାଉକି, ଚଳିତ ମାସ ୯ ତାରିଖରେ କୋର୍ଟ ଦେଇଥିବା ନିର୍ଦ୍ଦେଶ ମୁତାବକ ଉଭୟ ଆଜି ହାଜର ହୋଇଥିଲେ।
ଏନେଇ ବର୍ଷାଙ୍କ ଓକିଲ ସିଦ୍ଧାର୍ଥ ଦାସ କହିଛନ୍ତି, ଅପରାହ୍ନ ୨ଟାରେ ମଧ୍ୟସ୍ଥତା ଆରମ୍ଭ ହୋଇଥିଲା। ଯାହା ଅପରାହ୍ନ ସାଢ଼େ ୪ଟାରେ ସରିଥିଲା। କୋର୍ଟ ନିର୍ଦ୍ଦେଶନାମା ଆସିବା ପରେ ଏ ବାବଦରେ କ’ଣ ନିଷ୍ପତ୍ତି ହୋଇଛି କୁହାଯାଇପାରିବ। ଅନୁଭବଙ୍କ ଓକିଲ ଲଲିତେନ୍ଦୁ ମିଶ୍ର କହିଛନ୍ତି, ୪ଗୋଟି ପଏଣ୍ଟରେ ବର୍ଷା ପ୍ରିୟଦର୍ଶନୀଙ୍କୁ ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଥିଲେ। ଆସନ୍ତା ତାରିଖରେ କୋର୍ଟରେ ଉଭୟଙ୍କୁ ଜେରା କରାଯିବ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031