Indus Valley Times

ବର ଗଛ ମୂଳରେ ଛିଡ଼ା ହୋଇଥିଲେ; ବଜ୍ରପାତରେ ଟଳି ପଡ଼ିଲେ ୩ ଯୁବକ

 Breaking News

ବର ଗଛ ମୂଳରେ ଛିଡ଼ା ହୋଇଥିଲେ; ବଜ୍ରପାତରେ ଟଳି ପଡ଼ିଲେ ୩ ଯୁବକ

ବର ଗଛ ମୂଳରେ ଛିଡ଼ା ହୋଇଥିଲେ; ବଜ୍ରପାତରେ ଟଳି ପଡ଼ିଲେ ୩ ଯୁବକ
June 26
17:56 2024

ବରଗଡ଼,୨୬/୬: ବର୍ଷାରୁ ବର୍ତ୍ତିବା ପାଇଁ ଗଛ ତଳେ ଛିଡ଼ା ହୋଇଥିବା ବେଳେ ବଜ୍ରପାତ ହୋଇଛି। ଏଥିରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଅଛନ୍ତି। ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ଆଜି ଅପରାହ୍ଣରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକମାନଙ୍କର ପରିଚୟ ମିଳିପାରି ନାହିଁ।
ସୂଚନା ଅନୁସାରେ ଆଜି ଅପରାହ୍ଣରେ ରାଜ୍ୟର ଅନ୍ୟ ସ୍ଥାନ ଭଳି ବରଗଡ଼ ଜିଲ୍ଲା ପଦ୍ମପୁର ବ୍ଲକ୍ ଖଲିଆପାଲି ପଞ୍ଚାୟତ ଦୁଆନଡିହି ଗାଁରେ ମଧ୍ୟ ବର୍ଷା ହୋଇଥିଲା।
ଏହି ସମୟରେ ସ୍ଥାନୀୟ ଅଞ୍ଚଳର ୫ ଜଣ କୌଣସି କାମରେ ଯାଇଥିଲେ। ବର୍ଷାର ମାତ୍ରା ବଢ଼ିବାରୁ ସେମାନେ ଏକ ବଡ଼ ଗଛ ତଳେ ଛିଡ଼ା ହୋଇଥିଲେ। ଏତିକି ବେଳେ ଗଛ ଉପରେ ବଜ୍ର ପଡ଼ିଥିଲା।
ଫଳରେ ୫ ଜଣ ଲୋକ ଅଚେତ ହୋଇ ପଡ଼ିଥିଲେ। ପରେ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ସହାୟତାରେ ୫ ଜଣଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟ ୨ ଜଣଙ୍କର ଚିକିତ୍ସା ଜାରି ରହିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031