Indus Valley Times

ବଲାଙ୍ଗିର ଜିଲ୍ଲା ଜଙ୍ଗଲରୁ ବାରମ୍ବାର ବହୁ ପରିମାଣ ର ଖଇର ଏବଂ କେନ୍ଦୁ କାଠ ଚୋରାଚାଲାଣ

 Breaking News

ବଲାଙ୍ଗିର ଜିଲ୍ଲା ଜଙ୍ଗଲରୁ ବାରମ୍ବାର ବହୁ ପରିମାଣ ର ଖଇର ଏବଂ କେନ୍ଦୁ କାଠ ଚୋରାଚାଲାଣ

ବଲାଙ୍ଗିର ଜିଲ୍ଲା ଜଙ୍ଗଲରୁ ବାରମ୍ବାର ବହୁ ପରିମାଣ ର ଖଇର ଏବଂ କେନ୍ଦୁ କାଠ ଚୋରାଚାଲାଣ
June 10
22:50 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୧୦/୬: ବଲାଙ୍ଗିର ଜିଲ୍ଲା ରେ ଥିବା ଜଙ୍ଗଲ ମାନଙ୍କରୁ ବାରମ୍ବାର ଖଇର ଏବଂ କେନ୍ଦୁ ଗଣ୍ଡି ଚୋରାଚାଲାଣ ହେଉଛି।
ଇତି ମଧ୍ୟରେ ବଲାଙ୍ଗିର ଜଙ୍ଗଲ ବିଭାଗ ଅନେକ ଚୋରାଚାଲାଣ ହେଉଥିବା କାଠ ସହ ଚାରି ଚକିଆ ଯାନ ଜବତ କରିସାରିଛି।
କେଉଁଠି ଚୋର ଧରା ପଡୁଛି ତ କେଉଁଠି ଚୋର ଫେରାର ମରୁଛି।କିଛିଦିନ ହେଲା ଜଙ୍ଗଲ ଚୋର ଜଙ୍ଗଲ ବିଭାଗ ର ନିଦ ହଜେଇ ଦେଲେଣି।
ନୂତନ ଡିଏଫ୍ଓ ଅଜିତ ବିଶି ବଲାଙ୍ଗିର ଜଙ୍ଗଲ ବିଭାଗ ରେ ଯୋଗଦାନ କରିବା ଦିନ ଠାରୁ ବିଭାଗ ର କର୍ମଚାରୀ ମାନେ ବେଶ୍ ସଜାଗ ହୋଇଯାଇଛନ୍ତି।
ଏହା ପୂର୍ବରୁ ଏତେ ଧରପଗଡ ଦେଖିବାକୁ ମିଲୁ ନ ଥିଲା।ତେବେ ଏହା ଡିଏଫ୍ଓ ଅଜିତ ବିଶି ଙ୍କ କମାଲ ନୁହେଁ ତ ବୋଲି ଚର୍ଚ୍ଚ ଜୋର୍ ଧରିଛି।
ଜଙ୍ଗଲ ବିଭାଗ ସୂଚନା ଅନୁଯାୟୀ ଗତ ଚାରି ଦିନ ମଧ୍ୟରେ ବଲାଙ୍ଗିର ଜଙ୍ଗଲ ବିଭାଗ ରାତ୍ର ପେଟ୍ରୋଲିଂ ସମୟରେ ଚୋରାଚାଲାଣ କାଠ ବୋଝେଇ ଚାରି ଚକିଆ ଯାନ ସହ ଖଇର ଏବଂ କେନ୍ଦୁ କାଠ ଜବତ କରିଛି।
ଗତ ତା.୭.୬.୨୫ ରାତ୍ର ପେଟ୍ରୋଲିଂ ବେଳେ ରାତ୍ର ପ୍ରାୟ ୪.୩୦ ସମୟରେ ଝିମନପାଲି ଗ୍ରାମ ନିକଟରେ ସଇଁତଳା ରେଞ୍ଜ ଷ୍ଟାଫ୍ ଏକ ଆଲ୍ଫା ଅଟୋ (ଓଡି୦୩ଏଏ୦୭୩୫) ଯେଉଥିରେ ୧୪ଖଣ୍ଡ ଖଇର କାଠ ଯାହାର ଓଜନ ୪୧୮ କିଲୋଗ୍ରାମ କୁ ଜବତ କରି ତଦନ୍ତ ଜାରି ରଖିଛନ୍ତି।
ସେହିଦିନ ଧରୁଆଖମନ୍ ଗ୍ରାମ ନିକଟରେ ଲାଠୋର ରେଞ୍ଜ ଷ୍ଟାଫ୍ ଏକ ବୋଲେରୋ ପିକ୍ ଅପ୍ ରେ ୨୨ କ୍ଵିଣ୍ଟାଲ ଖଇର କାଠ ଚୋରାଚାଲାଣ ହେଉଥିବା ବେଳେ ଜବତ କରିଥିଲେ।
ଏ ସଂକ୍ରାନ୍ତ ରେ ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି। ତା.୮.୬.୨୫ ରାତ୍ର ପେଟ୍ରୋଲିଂ ସମୟରେ ଭରତ ବାହାଲ ଗ୍ରାମ ନିକଟରେ ବଲାଙ୍ଗିର ରେଞ୍ଜ ଷ୍ଟାଫ୍ ୩୨ କ୍ଵିଣ୍ଟାଲ ଖଇର କାଠ ବୋଝେଇ ଏକ ବୋଲେରୋ ପିକ ଅପ୍ (ଓଡ଼ି୧୯ଏଫ୍୨୬୨୧)କୁ ଧରି ତଦନ୍ତ ଜାରି ରଖିଛି।
ପୁଣି ତା୧୦.୬.୨୫ ରାତ୍ର ପେଟ୍ରୋଲିଂ ବେଳେ ବଲାଙ୍ଗିର ରେଞ୍ଜ ଷ୍ଟାଫ୍ ବଲାଙ୍ଗିର କଲେଜ୍ ଛକ ନିକଟରେ କେନ୍ଦୁ କାଠ ଚୋରାଚାଲାଣ ବୋଝେଇ ଏକ ଟ୍ରକ ଯାହାର ନମ୍ବର (ଓଆର ୧୫ଏନ ୨୨୮୭)କୁ ଜବତ କରି ଅଜୟ ସିଂହ ନାମକ ଜଣକୁ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031