Indus Valley Times

ବଲାଙ୍ଗିର : ପୁନଃରୁଦ୍ଧାର ହେବ ଦେଉଳ ବନ୍ଧ,କରଙ୍ଗାକଟା

 Breaking News

ବଲାଙ୍ଗିର : ପୁନଃରୁଦ୍ଧାର ହେବ ଦେଉଳ ବନ୍ଧ,କରଙ୍ଗାକଟା

ବଲାଙ୍ଗିର : ପୁନଃରୁଦ୍ଧାର ହେବ ଦେଉଳ ବନ୍ଧ,କରଙ୍ଗାକଟା
December 20
13:09 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୨୦/୧୨: ବଲାଙ୍ଗିର ସହରର ପ୍ରଣବିନ୍ଦୁ ସର୍ବ ପୁରାତନ ଦେଉଲବନ୍ଧ ଏବଂ କରଙ୍ଗାକଟା ପୋଖରୀ ପଙ୍କ ରେ ପୋତି ହୋଇ ତାର ଅସ୍ତିତ୍ବ ହରାଇ ବସିଲାଣି।
ପୁନଃରୁଦ୍ଧାର ହେବ ବୋଲି ପ୍ରକାଶ କରିଛନ୍ତି ବଲାଙ୍ଗିର ପୌରପରିଷଦ ନିର୍ବାହୀ ଅଧିକାରୀ।ସର୍ବ ପୁରାତନ ଏହି ଦୁଇଟି ପୋଖରୀ ବଲାଙ୍ଗିର ସହରର ପ୍ରାଣକେନ୍ଦ୍ର କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ।
ଏହାର ଜଳ କୁ ନିତ୍ୟ ବ୍ୟବହାର୍ଯ୍ୟ ଭାବେ ବ୍ୟବହାର କରାଯାଉଥିଲା।ସେତେବେଳେ ସରକାରୀ ନଳ ପାଣି ବ୍ୟବହାର ହୋଇ ନ ଥିଲା।ଏଣୁ ଲୋକେ ଏହି ପୋଖରୀ ର ଜଳ କୁ ପିଇବା ପାଇଁ ବ୍ୟବହାର କରୁଥିଲେ।
ଏବେ ଏହି ଦୁଇ ପୋଖରୀ ଭିତରକୁ ଡ୍ରେନ ପାଣି,ଦୋକାନ ବଜାର ର ଅଳିଆ ଆବର୍ଜନା,ପୋଖରୀ କୁ ଘେରି ରହିଥିବା ବାସଗୃହ ମାନଙ୍କର ଲେଟ୍ରିନ ପାଣି,ଘର ମାନଙ୍କର ଆବର୍ଜନା ଏବଂ ପୂଜା ସମୟର ମୂର୍ତ୍ତି ବିସର୍ଜନ ପୋଖରୀ ଦ୍ବୟ କୁ ଅଳିଆ କୁଣ୍ଡ ରେ ପରିଣତ କରି ଦେଇସାରିଲେଣି।ଦେଉଳବନ୍ଧ ପୋଖରୀ ଭିତରେ ଚାଲିଛି କଦଳୀ ଚାଷ।
ପୋଖରୀ କୁ ଘେରି ଚତୁଃପାର୍ଶ୍ଵରେ ଥିବା ଦୋକାନ ମାନଙ୍କ ପାଇଁ ପୋଖରୀ ତାର ସୌନ୍ଦର୍ଯ୍ୟ ହରାଇ ବସିଲାଣି।ଏଣୁ ଏହି ଦୁଇ ପୋଖରୀ ର ପୁନରୁଦ୍ଧାର ଆବଶ୍ୟକ ହୋଇପଡିଛି।
ପୋଖରୀ ର ସୁରକ୍ଷା କୁ ନେଇ ଅନେକ ଅଗ୍ରୀମ ଅନୁଷ୍ଠାନ ଜିଲ୍ଲା ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିଛନ୍ତି।କୌଣସି ସୁଫଳ ମିଳିନାହିଁ।ପୋଖରୀ ପୁନଃରୁଦ୍ଧାର ଏବଂ ସୌନ୍ଦର୍ଯ୍ୟକରଣ ନାମରେ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ଆସି ବାଟମାରଣା ହୋଇଥିବା ଚର୍ଚ୍ଚା ଜୋର୍ ହେଉଛି।
ବର୍ଷା ସମୟରେ ପୋଖରୀ ପୁନଃରୁଦ୍ଧାର ପାଇଁ ଟଙ୍କା ଆସୁଥିବା ବେଳେ ବର୍ଷାରେ ଉପଯୁକ୍ତ କାମ ନ ହୋଇ ବିଲ ପାସ ହୋଇ ତୋର ଅଧେକୁ ମୋର ଅଧେ ହୁଏ।
ତେବେ ବଲାଙ୍ଗିର ପୌର ନିର୍ବାହୀ ଅଧିକାରୀ ଙ୍କୁ ପୋଖରୀ ପୁନଃରୁଦ୍ଧାର ସମ୍ପର୍କରେ ଫୋନ୍ ମାଧ୍ୟମ ରେ ପଚାରିବାରୁ ସେ ପ୍ରତ୍ତ୍ୟୁତ୍ତର ରେ ପୋଖରୀ ପାଙ୍କୌଦ୍ଧାର ସମ୍ପର୍କରେ କହିଥିଲେ।
ଜାନୁଆରୀ ୨୦୨୬ ରେ ଏହି ଦୁଇ ପୋଖରୀ ର ଜଳକୁ ସମ୍ପୂର୍ଣ ନିଷ୍କାସନ କରି ମାର୍ଚ୍ଚ ରୁ ମେ ମାସ ଭିତରେ ପୋଖରୀ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯିବ ବୋଲି କହିଥିଲେ।ଜୁନ ମାସ ବେଳକୁ ବର୍ଷା ଋତୁ ଆସୁଥିବାରୁ ନୂତନ ଜଳ ପୋଖରୀ ରେ ଭର୍ତ୍ତି ହେବ।
ଯଦି ଦୁଇ ଜଳାଶୟ କୁ ମିଶାଇ ମଝିରେ ବ୍ରିଜ କରି ନୌକା ଚଳାଚଳ କଲେ ପୌର ପରିଷଦ କୁ କିଛି ରାଜସ୍ବ ଆସିବା ସହ ପୋଖରୀ ଜଳ ସଦାସର୍ବଦା ପରିଷ୍କାର ରହିବ ବୋଲି ବୁଦ୍ଧିଜୀବୀ ମାନେ ମତ ପ୍ରକାଶ କରିଛନ୍ତି।
ସହର ମଧ୍ୟରେ ମନ୍ଦିର ଘେରା ରେ ଅବସ୍ଥିତ ଏହି ଦୁଇ ପୋଖରୀ।ପୋଖରୀ ଚତୁର୍ପାର୍ଶ୍ଵ ଅଳିଆ ଆବର୍ଜନା,ଅନାବନା ଗଛ ଏବଂ ନର୍କରେ ଭରି ରହିଛି। ପ୍ରକାଶ ଥାଉ କି ବଲାଙ୍ଗିର ସହର ଆଖ ପାଖ ରେ ନଦୀ ନାଳ ନାହିଁ।
ଗ୍ରୀଷ୍ମ ଦିନେ ଲୋକେ ଏହି ପୋଖରୀ ମାନଙ୍କ ଉପରେ ନିର୍ଭର କରିଥାନ୍ତି।ଏଣୁ ଯଥା ଶୀଘ୍ର ପୋଖରୀ ସଫା କାର୍ଯ୍ୟକ୍ରମ ଆରମ୍ଭ ହେଲେ ଲୋକେ ଉପକୃତ ହେବା ସହ କ୍ରିକେଟ ଫିଲ୍ଡ ରେ ପରିଣତ ହେବାକୁ ଯାଉଥିବା ପୋଖରୀ ଦ୍ବୟ ଜୀବନ ଫେରି ପାଆନ୍ତେ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031