Indus Valley Times

ବଲାଙ୍ଗିର : ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ

 Breaking News

ବଲାଙ୍ଗିର : ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ

ବଲାଙ୍ଗିର : ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଶୁଭାରମ୍ଭ
February 07
20:25 2025

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର, ୭/୨ : ଜିଲ୍ଲାରେ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନାରେ ବରିଷ୍ଠ ନାଗରିକ ମାନେ ତୀର୍ଥ ଯାତ୍ରାରେ ବାହାରିଛନ୍ତି।ସ୍ଥାନୀୟ ପର୍ଯ୍ୟଟନ ଅଫିସରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମ୍ୱର୍ଦ୍ଧନା ଦେବାସହ ସମସ୍ତ ଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲ।
ଏହାପରେ ସେମାନେ ବସ ଯୋଗେ ସମ୍ବଲପୁର ଅଭିମୁଖେ ବାହାରିଥିଲେ।ଜିଲ୍ଲାପାଳ ଶ୍ରୀ ଗୌରୱ ଶୀୱାଜୀ ଇସଲୱାର,ଅତିରିକ୍ତ ଜିଲ୍ଲାପାଳ ଡ଼। ବିଜୟାନନ୍ଦ ସେଠୀ ସବୁଜ ପତାକା ଦେଖେଇ ଏହି ଯାତ୍ରା ଆରମ୍ଭ କରିଥିଲେ।
ସେମାନେ ସ୍ଵତନ୍ତ୍ର ଟ୍ରେନରେ ସମ୍ବଲପୁର ରୁ ଯାତ୍ରା ଆରମ୍ଭ କରିବେ। ପ୍ରଥମ ପର୍ଯ୍ୟାୟରେ ଫେବୃଆରୀ ୦୬ ତାରିଖ ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରୀ ମାନେ ତୀର୍ଥ ଭ୍ରମଣ କରିବେ।୫ ଦିନ ର ଏହି ଯାତ୍ରାରେ ଏହି ଯାତ୍ରୀ ମାନେ କୋଲକାତା ଏବଂ କାମାକ୍ଷା ଦେବୀ ମନ୍ଦିର ବୁଲିବେ।ଉଭୟ ଅନଲାଇନ ଓ ଅଫଲାଇନରେ ବରିଷ୍ଠ ନାଗରିକ ମାନେ ନିଜକୁ ପଞ୍ଜୀକୃତ କରାଇଥିଲେ।
ଭାରପ୍ରାପ୍ତ ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ରଶ୍ମୀ ରଞ୍ଜନ ମିଶ୍ର ଙ୍କ ଦ୍ୱାରା ସଂପୂର୍ଣ୍ଣ କାର୍ଯ୍ୟକ୍ରମ ପରିଚାଳନା ହୋଇଥିଲା।ଏଥିରେ ବ୍ୟକ୍ତିଗତ ଏବଂ ଦମ୍ପତି ରୂପେ ସମୁଦାୟ ୧୩୫ ଜଣ ଗସ୍ତ କରିଛନ୍ତି।ଏହି ଯୋଜନା ମାଧ୍ୟମରେ ଜିଲ୍ଲାର ୬୦ ରୁ ୭୫ ବର୍ଷ ପର୍ଯ୍ୟନ୍ତ ନାଗରିକ ମାନଙ୍କୁ ଦୁଇଟି ପର୍ଯ୍ୟାୟ ରେ ତୀର୍ଥ କରିବାର ସୁଯୋଗ ମିଳିବ।
ପ୍ରଥମ ପର୍ଯ୍ୟାୟରେ ଡିସେମ୍ବର ୦୬ ତାରିଖ ରୁ ୧୧ତାରିଖ ଏବଂ ଦ୍ଵିତୀୟ ପର୍ଯ୍ୟାୟରେ ଆଗାମୀ ମାସ ଏହି ତୀର୍ଥ ଯାତ୍ରା ହେବ।୨୦୧୬ ରୁ ଆରମ୍ଭ ହେଇଥିବା ଏହି ଯୋଜନା ରେ ରାଜ୍ୟରୁ କୋଡିଏ ହଜାରରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଉପକୃତ ହୋଇଛନ୍ତି।ଯାତ୍ରାରେ ବାହାରିଥିବା ନାଗରିକଙ୍କ ସୁବିଧା ଅସୁବିଧା ବୁଝିବା ପାଇଁ ଡାକ୍ତରୀ ଦଳ,ଏସ୍କର୍ଟ ଅଫିସର ମାନେ ନିଯୋଜିତ ହେଇଛନ୍ତି ।

About Author

indadmin

indadmin

Related Articles

Archives

Calendar

October 2026
M T W T F S S
 1234
567891011
12131415161718
19202122232425
262728293031