Indus Valley Times

ବଲାଙ୍ଗୀରରେ ତେଜିଲା ଆନ୍ଦୋଳନ: ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ବନ୍ଦ ଡାକରା

 Breaking News

ବଲାଙ୍ଗୀରରେ ତେଜିଲା ଆନ୍ଦୋଳନ: ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ବନ୍ଦ ଡାକରା

ବଲାଙ୍ଗୀରରେ ତେଜିଲା ଆନ୍ଦୋଳନ: ହାଇକୋର୍ଟ ବେଞ୍ଚ ପୁନଃସ୍ଥାପନ ଦାବିରେ ବନ୍ଦ ଡାକରା
October 20
11:20 2022

ବଲାଙ୍ଗୀର, ୨୦/୧୦: ବଲାଙ୍ଗୀର ଠାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ଦାବିରେ ଆଜି ବଲାଙ୍ଗୀର ୧୨ ଘଣ୍ଟିଆ ବନ୍ଦ ପାଳନ । ବଲାଙ୍ଗୀର ଏକ୍ସନ କମିଟି ଓ ଜିଲ୍ଳା ଓକିଲ ସଙ୍ଘର ବନ୍ଦ ଡାକରାରେ ସକାଳ ୬ ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯାଉଛି । ତେବେ ପାଟଣା ରାଜ୍ୟ ଥିବା ସମୟରେ ବଲାଙ୍ଗୀର ଠାରେ ହାଇକୋର୍ଟର ଏକ ବେଞ୍ଚ କାମ କରୁଥିଲା ।
ତେବେ ଇତିହାସରେ ଅଛି ବଲାଙ୍ଗୀରରେ ହାଇକୋର୍ଟ ଥିବା କଥା ତ ବଲାଙ୍ଗୀର ହିଁ ଏକମାତ୍ର ବିକଳ୍ପ ସ୍ଥାନ ହାଇକୋର୍ଟ ବେଞ୍ଚ ସ୍ଥାପନ ପାଇଁ ବୋଲି କହିବା ସହ ବନ୍ଦ ପାଳନ କରାଯାଉଛି । ତେବେ ଦୀର୍ଘ କିଛି ବର୍ଷ ହେଲା ଆନ୍ଦୋଳନ ଫିକା ପଡିଥିବା ବେଳେ ପୁଣି ଆନ୍ଦୋଳନକୁ ଜୋରଦାର କରାଯାଇଛି ।
ତେବେ ଆଜି ବନ୍ଦ୍ ପାଳନରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମସ୍ତ କାର୍ଯ୍ୟାଳୟ, କୋର୍ଟ କଚେରୀ, ବ୍ୟାଙ୍କ ଓ ପୋଷ୍ଟଫିସ ବନ୍ଦ କରାଯାଇଥିବା ବେଳେ ଦୋକାନ ବଜାର ସ୍କୁଲ କଲେଜ, ଗାଡିଚାଳଚଳକୁ ବାଦ ଦିଆଯାଇଛି ।
ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏଭଳି ଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ଚେତାବନୀ ଦିଆଯାଇଛି । ସେପଟେ ଏ ଆନ୍ଦୋଲନରେ ୨୦ରୁ ଅଧିକ ସଂଗଠନ ସମର୍ଥନ ଦେବା ସହ ସାମିଲ ହୋଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031