Indus Valley Times

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

 Breaking News

ବଲାଙ୍ଗୀରରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ବାଦିକ ସମ୍ମିଳନୀ

November 03
19:47 2024

ମହେନ୍ଦ୍ର କୁମାର ଦର୍ଜିଙ୍କ ରିପୋର୍ଟ
ବଲାଙ୍ଗିର,୩/୧୧ : ମୁଖ୍ୟମନ୍ତ୍ରୀଙ୍କ ଦୁଇଦିନିଆ ବଲାଙ୍ଗିର ଗସ୍ତ କାର୍ଯ୍ୟକ୍ରମ ଅବସରରେ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତକରି କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେବା ପରେ ସ୍ଥାନୀୟ ସର୍କିଟ ହାଉସ ଠାରେ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
ସକାଳ ୧୦ ଟା ସମୟରେ ବଲାଙ୍ଗିରର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଡାକି ତାଙ୍କ ସହିତ ଭାବ ବିନିମୟ ଆଲୋଚନା କରିଥିଲେ।
ବଲାଙ୍ଗିର ଜିଲ୍ଲାକୁ ଓଡ଼ିଶାର ସମୃଦ୍ଧ ଜିଲ୍ଲା ଭାବେ ଗଢ଼ିବା ପାଇଁ୍ରୁ ସେ ପ୍ରସ୍ତୁତ ଅଛନ୍ତି ଏବଂ ଆମେ ସମସ୍ତେ ପ୍ରସ୍ତୁତ ଅଛୁ ବୋଲି କହିଥିଲେ।
ତଦନୁଯାୟୀ ଗଣମାଧ୍ୟମ ପ୍ରତିନିଧି ମାନେ ମଧ୍ୟ ସକାରାତ୍ମକ ଖବର ପରିବେଷଣ କରି ଜିଲ୍ଲାର ବିକାଶରେ ସାମିଲ ହୁଅନ୍ତୁ ବୋଲି ଆହ୍ବାନ ଦେଇଥିଲେ ।
ଓଡ଼ିଶା ସରକାର ଙ୍କ ଶାସନ ରେ ବଲାଙ୍ଗିର ଜିଲ୍ଲାର ଦୁଇଜଣ ବିଧାୟକଙ୍କୁ ଗୁରୁଦାୟିତ୍ଵ ପ୍ରଦାନ କରାଯାଇଛି।ବଲାଙ୍ଗିରରେ ଡବଲ ଇଞ୍ଜିନ ନୁହେଁ ଟ୍ରିପଲ୍ ଇଞ୍ଜିନ ଚାଲିଛି ବୋଲି କହିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି।
ଏହି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓ,ସାଂସଦ ସଙ୍ଗୀତା ସିଂ ଦେଓ, ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ,ଜିଲ୍ଲାପାଳ ଗୌରବ ଶିବାଜୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031