Indus Valley Times

ବଲାସିଙ୍ଗା ରିଜର୍ଭ ପଡିଆ ଠାରେ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

 Breaking News

ବଲାସିଙ୍ଗା ରିଜର୍ଭ ପଡିଆ ଠାରେ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ

ବଲାସିଙ୍ଗା ରିଜର୍ଭ ପଡିଆ ଠାରେ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ
October 22
18:08 2025

କମ୍ଭୁଧର କ୍ଷେତିଙ୍କ ରିପୋର୍ଟ
ବୌଦ୍ଧ, ୨୨/୧୦ : ମଙ୍ଗଳବାର ସକାଳ ୮ଘ ୩୦ ମିନିଟ ସମୟରେ ବଲାସିଙ୍ଗା ସ୍ଥିତ ପୋଲିସ ରିଜର୍ଭ ପଡିଆ ଠାରେ ଜିଲ୍ଲା ପୋଲିସ ପକ୍ଷରୁ ୬୬ ତମ ପୋଲିସ ଶହୀଦ ସ୍ମୃତି ଦିବସ ପାଳିତ ହୋଇଯାଇଛି ।
ଆରକ୍ଷୀ ଅଧୀକ୍ଷକ ରାହୁଲ୍ ଗୋୟଲ ପୋଲିସ ପତାକା ଉତ୍ତୋଳନ କରିବା ସହିତ ଅନୁଷ୍ଠିତ ସମ୍ମିଳିତ ପାରେଡରେ ଅଭିବାଦନ ଗ୍ରହଣ କରିଥିଲେ ।
ଉକ୍ତ କାର୍ଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ବିଭୁତି ଭୁଷଣ ନାୟକ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ । ରିଜର୍ଭ ପଡିଆ ପରିସରରେ ଥିବା ପୋଲିସ ଶହୀଦ ସ୍ମୃତି ସ୍ତମ୍ଭ ନିକଟରେ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଓ ବରିଷ୍ଠ ପୋଲିସ ଅଧିକାରୀ ମାନେ ପୁଷ୍ପ ଗୁଚ୍ଛ ଅର୍ପଣ କରି ଦେଶ ପାଇଁ ପ୍ରାଣ ବଳୀ ଦେଇଥିବା ପୋଲିସ କର୍ମଚାରୀ ମାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031