Indus Valley Times

ବଲିଉଡର ବାଦଶାହ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ମିଳିଲାନି ବେଲ, ମନରେ ରହିଗଲା ମା’ଙ୍କ ଜନ୍ମଦିନ

 Breaking News

ବଲିଉଡର ବାଦଶାହ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ମିଳିଲାନି ବେଲ, ମନରେ ରହିଗଲା ମା’ଙ୍କ ଜନ୍ମଦିନ

ବଲିଉଡର ବାଦଶାହ ଶାହାରୁଖଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ମିଳିଲାନି ବେଲ, ମନରେ ରହିଗଲା ମା’ଙ୍କ ଜନ୍ମଦିନ
October 08
16:19 2021

ମୁମ୍ୱାଇ ,୮/୧୦: ବଲିଉଡର ବାଦଶାହ ଶାହାରୁଖଙ୍କ ପୁଅ ଆର‌୍ୟ୍ୟନ୍ ଖାନଙ୍କୁ ମିଳିଲାନି ବେଲ୍ । ଶେଷରେ ଜେଲ୍ ଗଲେ ଷ୍ଟାର ସନ୍ ।
ମୁମ୍ବାଇର ଜିଲ୍ଲା କୋର୍ଟରେ ଜାମିନ୍ ଆବେଦନ ନେଇ ଶୁଣାଣି ପରେ ଏହି ନିଷ୍ପତ୍ତି ହୋଇଛି । ମୁମ୍ବାଇର ଆର୍ଥର ରୋଡ ଜେଲ୍ ଯାଇଛନ୍ତି ଆର‌୍ୟ୍ୟନ୍ ଖାନ୍ । ହସ୍ପିଟାଲରେ ଆର‌୍ୟ୍ୟନ୍ଙ୍କ କୋଭିଡ଼ ଟେଷ୍ଟ ଓ ସ୍ବାସ୍ଥ୍ୟ ପରୀକ୍ଷା ହୋଇଛି ।
ପରେ ଏନ୍ସିବି ହେପାଜତରୁ ବିଚାର ବିଭାଗୀୟ ହାଜତ ଯାଇଛନ୍ତି ଆର୍ଯ୍ୟନ୍ ଖାନ୍ । ଆର୍ଯ୍ୟନ୍ ଖାନ୍ ଗତ ୭ ଦିନ ଧରି ଏନସିବି ହେପାଜତରେ ଅଛନ୍ତି । ମୁମ୍ବାଇରୁ ଗୋଆ ଯିବାକୁ ଥିବା ଏକ କ୍ରୁଜ୍ ଜାହାଜରେ ଚାଲୁଥିବା ଡ୍ରଗ୍ ପାର୍ଟିର ସାମିଲ ଥିବାରୁ ତାଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିଥିଲା ।
ଅକ୍ଟୋବର ୨ ଶନିବାର ଦିନ ତାଙ୍କୁ ଏନସିବି ଗିରଫ କରିଥିଲା। ତେବେ ଆର୍ଯ୍ୟନ୍ ଖାନଙ୍କ ପାଖରୁ କୌଣସି ଡ୍ରଗ୍ସ ଜବତ କରାଯାଇ ନାହିଁ ବୋଲି କୁହାଯାଇଥିଲା ।
ସେପଟେ ଆଜି ମାଆ ଗୌରୀ ଖାନଙ୍କ ଜନ୍ମଦିନ ଥିଲା । ଏହି ଅବସରରେ ଶାହାରୁଖ ଏବଂ ଗୌରୀ ନିଜ ପୁଅକୁ ଯଥାଶୀଘ୍ର ନିଜ ଘରେ ଦେଖିବାକୁ ଚାହୁଁଥିଲେ । ଏଥି ସହିତ ବଲିଉଡର ସେଲିବ୍ରେଟମାନେ ଖୋଲାଖୋଲି ଭାବେ ଶାହାରୁଖ ଏବଂ ଆର‌୍ୟ୍ୟନଙ୍କୁ ସମର୍ଥନ କରୁଥିଲେ। ସମ୍ପ୍ରତି, ହ୍ରିତିକ ଆର୍ଯ୍ୟନ୍ ଙ୍କ ପାଇଁ ଏକ ଲମ୍ବା ପୋଷ୍ଟ ସେୟାର କରିଥିଲେ, ଯେଉଁଥିରେ ସେଲିବ୍ରିଟିମାନେ ପ୍ରତିକ୍ରିୟା ପ୍ରକାଶ କରିଥିଲେ ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031