Indus Valley Times

ବଳରାମ ଯୋଜନା ର ଦୁଇ ଦିନିଆ ଶିବିର ଅନୁଷ୍ଠିତ

 Breaking News

ବଳରାମ ଯୋଜନା ର ଦୁଇ ଦିନିଆ ଶିବିର ଅନୁଷ୍ଠିତ

October 29
20:27 2020

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼ ,୨୯/୧୦: ନୟାଗଡ଼ ଜିଲ୍ଲା ଭାପୁର ବ୍ଲକ କୃଷି ବିଭାଗ ପକ୍ଷରୁ ବୁଧବାର ଦିନ ବଳରାମ ଯୋଜନା ର ଦୁଇ ଦିନିଆ ଶିବିର ବ୍ଲକ ଗୋଷ୍ଠୀ କୃଷି ଅଧିକାରୀ ରବିନ୍ଦ୍ର ନାଥ ପଣ୍ଡା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିର କୁ ମୁଖ୍ୟ ଅତିଥି ଭାବେ ଭାପୁର ବିଡ଼ିଓ ସତ୍ୟଶୁନ୍ଦର ରାଉତ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଗୟାଧର ପରିଡା ଯୋଗଦେଇଥିଲେ। ବଳରାମ ଯୋଜନା ରେ ଭୂମିହୀନ କୃଷିଜୀବୀ ମାନଙ୍କୁ ଋଣ ଦ୍ବାରା ସମ୍ବଳ ବୃଦ୍ଧି ଆବଶ୍ୟକ ବିଷୟରେ ତାଲିମ ଦିଆଯାଇଥିଲା। ବଳରାମ ତାଲିମି ଶିବିର କୁ ଭାରପ୍ରାପ୍ତ ଜିଲ୍ଲା କୃଷି ଅଧିକାରୀ ବସନ୍ତ କୁମାର ପଟ୍ଟନାୟକ, ସହକାରୀ କୃଷି ଅଧିକାରୀ ରାଜଶ୍ରୀ ସାହୁ, ପ୍ରଦିପ୍ତ କୁମାର ପଟ୍ଟନାୟକ, ବୈଷୟିକ ପରିଚାଳକ ପ୍ରତି ମୋହନ ଜୁଝାର ସିଂ, ବିପିନ୍ ବିହାରୀ ଷଡ଼ଙ୍ଗୀ, ବିଜୟ ଲକ୍ଷ୍ମୀ ଦାସ, ଗ୍ରାମ କୃଷି କର୍ମଚାରୀ ସଦାଶିବ ପଣ୍ଡା, ସନ୍ତୋଷ ପ୍ରଧାନ ପ୍ରମୁଖ ଯୋଗଦେଇ କାର‌୍ୟ୍ୟକ୍ରମ କୁ ପରିଚାଳନା କରୁଥିଲେ । ଏହି ଶିବିରରେ କୋଡିଏ ଟି ପଞ୍ଚାୟତ ର କୃଷକ ସାଥୀ ମାନେ ଯୋଗଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031