Indus Valley Times

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ଛଅଟି ସ୍ଥାନରେ ଇଡିର ଏକକାଳୀନ ଚଢ଼ାଉ

 Breaking News

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ଛଅଟି ସ୍ଥାନରେ ଇଡିର ଏକକାଳୀନ ଚଢ଼ାଉ

ବହୁଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲା: ଛଅଟି ସ୍ଥାନରେ ଇଡିର ଏକକାଳୀନ ଚଢ଼ାଉ
November 10
11:00 2022

ଭୁବନେଶ୍ୱର,୧୦/୧୧ : ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଗିରଫ ମାମଲା । ଅର୍ଚ୍ଚନା ନାଗ୍ଙ୍କ ଘରେ ଇଡିର ଖୋଳତାଡ଼ । ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାରସ୍ଥିତ ଘରେ ଇଡିର ପକ୍ଷରୁ ଚଢାଉ ଜାରି ରହିଛି ।
ଇଡିର ୫ ଜଣିଆ ଟିମ୍ ଅର୍ଚ୍ଚନାଙ୍କ ଘରେ ପହଞ୍ଚି କରୁଛନ୍ତି ତନଘନା । ବେଆଇନ ଆର୍ଥିକ କାରବାରକୁ ନେଇ ଇଡି କରୁଛି ରେଡ । ଅର୍ଚ୍ଚନାଙ୍କ ବେଆଇନ ସମ୍ପତ୍ତିର ଖିଅ ଖୋଜୁଛି ଇଡି ।
ଖବର ଅନୁଯାୟୀ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଗିରଫ ହେବା ପରେ ଆକ୍ସନକୁ ଆସିଛି ଇଡି । ଅର୍ଚ୍ଚନାଙ୍କ ବେଆଇନ୍ ସଂପତ୍ତିର ଖୋଳତାଡ଼ ଆରମ୍ଭ କରିଛି ଇଡି ।
ଏହିକ୍ରମରେ ଗୁରୁବାର ଦିନ ସକାଳରୁ ଅର୍ଚ୍ଚନା ଓ ଜଗବନ୍ଧୁଙ୍କ ସତ୍ୟ ବିହାର ସ୍ଥିତ ଘରେ ଇଡିର ୫ଜଣିଆ ଟିମ୍ ପହଞ୍ଚି ଚଢାଉ ଆରମ୍ଭ କରିଛି । ଚଢାଉ ସମୟରେ ସ୍ଥାନୀୟ ପୋଲିସ ଓ ସିଆରପିଏଫ୍ ବାହିନୀ ନିୟୋଜିତ ରହିଛନ୍ତି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031