Indus Valley Times

ବାଇକରେ ୫ ଜଣ ଯାଉଥିବା ବେଳେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା, ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ

 Breaking News

ବାଇକରେ ୫ ଜଣ ଯାଉଥିବା ବେଳେ ଟ୍ରକ୍ ସହ ମୁହାଁମୁହିଁ ଧକ୍କା, ଶିଶୁ ସମେତ ୪ ଜଣଙ୍କର ମୃତ୍ୟୁ

July 04
18:53 2022

ନୂଆପଡ଼ା,୪/୭: ଟ୍ରକ୍ ଧକ୍କାରେ ୪ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଆହତ ହୋଇଥିବା ମହିଳାଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତକଙ୍କ ଭିତରେ ଜଣେ ଶିଶୁ ଅଛନ୍ତି।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ ଜଣ ଯୁବକ, ଜଣେ ମହିଳା ଓ ଜଣେ ଛୋଟ ଶିଶୁ ବାଇକରେ କୋମନା ପାର୍ଶ୍ୱରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ। ତେବେ କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍। ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା।
ସ୍ଥାନୀୟ ଲୋକେ ମହିଳା ଓ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମନା ମେଡିକାଲ୍ରେ ଭର୍ତ୍ତି କରିଥିଲେ। ମାତ୍ର ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର। ତେବେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି। ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031