Indus Valley Times

ବାଇକ ସହ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର

 Breaking News

ବାଇକ ସହ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର

ବାଇକ ସହ ମୁହାଁମୁହିଁ ଧକ୍କା: ଦୁଇ ଗୁରୁତର
October 19
20:34 2025

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୯/୧୦ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କଳିଙ୍ଗା ଠାରୁ ଘୁ.ଉଦୟଗିରି ମୁଖ୍ୟ ସଡ଼କର ପ୍ରଧାନ କଲୋନି ନିକଟରେ ବାଇକ ସହ ମୁହାଁମୁହିଁ ଧକ୍କା ହେବା ଫଳରେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ଆହତମାନେ ହେଲେ ଉଦ୍ଧବ ନାୟକ ଓ ସୁରେନ୍ଦ୍ର ନାୟକ।ସୂଚନା ଅନୁସାରେ, ଘୁ.ଉଦୟଗିରି ସହର ପଟୁ କଳିଙ୍ଗା ଅଭିମୁଖେ ଯାଉଥିବା କଳିଙ୍ଗା ଅଞ୍ଚଳର ଉଦ୍ଧବ ନାୟକ ନାମକ ଜଣେ ଯୁବକ ତାଙ୍କ ବାଇକ୍‌ରେ ଦ୍ରୁତଗତିରେ ଯାଉଥିଲେ। ସେହି ସମୟରେ ରାସ୍ତା ଦେଇ ଚାଲିଯାଉଥିବା ସୁରେନ୍ଦ୍ର ନାୟକଙ୍କ ସହ ଧକ୍କା ହୋଇଥିଲା।
ଧକ୍କାରେ ବାଇକ୍‌ର ଭାରସାମ୍ୟ ହରାଇ ଉଦ୍ଧବ ନିକଟସ୍ଥ ଆମ୍ବ ଗଛରେ ପିଟି ହେବାରୁ ଦୁହେଁ ତଳେ ପଡ଼ି ଗୁରୁତର ଆହତ ହୋଇଥିଲେ କ୍ଷ ଖବର ପାଇ ଜି.ଉଦୟଗିରି ପୋଲିସ ଏସଆଇ ରବୀନ୍ଦ୍ର ସେଠୀ ଘଟଣା ସ୍ଥଳରେ ପହଞ୍ଚି ବାଇକ କୁ ଜବତ କରି ଆହତ ମାନଙ୍କୁ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ଅଧିକ ଚିକିତ୍ସା ନିମନ୍ତେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିବା ଜଣାପଡିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ରାସ୍ତାରେ ପ୍ରାୟ ସମୟରେ ଅତ୍ୟଧିକ ଗତିରେ ଯାନ ଚଳାଚଳ ହୋଇଥାଏ ଏବଂ ଏହିପରି ଦୁର୍ଘଟଣା ଘଟିବାର ସମ୍ଭାବନା ଅଧିକ ଥାଏ।
ତେଣୁ ଏଥିପ୍ରତି ପୁଲିସ ଓ ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେଇ ଦୃତ ଗତିରେ ଯାଉଥିବା ଯାନ ନିୟନ୍ତ୍ରଣ ପାଇଁ ପଦକ୍ଷେପ ନେବାକୁ ଦାବି ହେଉଛି।

About Author

indadmin

indadmin

Related Articles

Archives

Calendar

March 2026
M T W T F S S
 1
2345678
9101112131415
16171819202122
23242526272829
3031