Indus Valley Times

ବାଉଳା ହେଲା ବନବିଭାଗ: ନିର୍ଦୋଷ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ ବନବିଭାଗ କର୍ମଚାରୀ, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକଙ୍କ ଦାବି

 Breaking News

ବାଉଳା ହେଲା ବନବିଭାଗ: ନିର୍ଦୋଷ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲେ ବନବିଭାଗ କର୍ମଚାରୀ, ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ପରିବାର ଲୋକଙ୍କ ଦାବି

November 12
20:55 2022


ବିଶ୍ୱ ଭୂଷଣ ମହାପାତ୍ର /ମମତା ମହାପାତ୍ରଙ୍କ ରିପୋର୍ଟ

ନୂଆଗାଁ, ୧୨/୧୧ :ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ସିଙ୍ଗାରପଲ୍ଲୀ ପଞ୍ଚାୟତ ଶୁଣ୍ଢିଝୋଲା ଗ୍ରାମର ଅମୂଲ୍ୟ ବେହେରାଙ୍କୁ ବନବିଭାଗ କର୍ମଚାରୀମାନେ ମଙ୍ଗଳବାର ରାତ୍ରୀରେ ଗୋଡାଇ ଗୋଡାଇ ପିଟିଥିବା ଅଭିଯୋଗ ହୋଇଛି। ବନ ବିଭାଗ କର୍ମଚାରୀମାନେ କୌଣସି କାରଣରୁ ଅମୂଲ୍ୟକୁ ପିଛା କରି ଶୁଣ୍ଢିଝୋଲା ଗ୍ରାମ ନିକଟରେ ପ୍ରବଳ ମାଡମାରି ରକ୍ତାକ୍ତ କରିଦେଇଥିଲେ।
ମାଡ ମାରିସାରିବା ପରେ ଅମୂଲ୍ୟଙ୍କ ଗାଡି ଯାଞ୍ଚ ହୋଇଥିଲେ ସୁଦ୍ଧା ସେଥିରୁ କିଛି ସାମଗ୍ରୀ ମିଳିନଥିଲା। କିଛି ନମିଳିବା ପରେ ବନ ବିଭାଗ କର୍ମଚାରୀମାନେ ସେଠାରୁ ପଳେଇ ଯାଇଥିଲେ।
ହେଲେ ଦାୟିତ୍ବରେ ଥିବା ବନ କର୍ମଚାରୀମାନଙ୍କର ରାଗ ଏପରି ଭାବେ ବଢି ଯାଇଥିଲା ଯେ, ଜଣେ ନିର୍ଦେ୍ଦାଷୀକୁ ମାଡମାରି ରକ୍ତାକ୍ତ କରିବାକୁ ବିଭାଗୀୟ କର୍ମଚାରୀମାନେ ପଛଘୁଞ୍ଚା ଦେଇନଥିଲେ ।
ଏଭଳି ପରିସ୍ଥିତିରେ ବିଭାଗୀୟ କର୍ମଚାରୀମାନେ ଜଣେ ନିଦ୍ଦୋର୍ଷୀକୁ ଦୋଷୀ ସଜାଇବାକୁ ଯାଇ ଏଭଳି ଅମାନୁଷିକ ଭାବେ ମାଡ ମାରିବା ଘଟଣାକୁ ଅଂଚଳବାସୀ ଦୃଢ ନିନ୍ଦା କରିବା ସହ ବିଭାଗୀୟ କର୍ମଚାରୀଙ୍କ ଗୁଣ୍ତାରାଜ ପ୍ରତି ଅଧିକରୁ ଅଧିକ ମାତ୍ରାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ଲୋକେ ଦାବି କରିଛନ୍ତି।
ତେବେ କାଠମାଫିଆ ଏବଂ ଶିକାରୀମାନଙ୍କୁ ଧରିବାରେ ବିଫଳ ହେଉଥିବା ବନ ବିଭାଗ ନିଦ୍ଦୋର୍ଷୀଙ୍କ ଉପରେ ମରଣାତ୍ମକ ଆକ୍ରମଣ କରିବା ସେମାନଙ୍କ କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେବେ ଏ ଘଟଣାରେ ବିଭାଗୀୟ କର୍ମଚାରୀଙ୍କ ଉପରେ ବନ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ନା ମିଛ ସତ କହି ଘଟଣାକୁ ଚପାଇ ଦେଉଛି ତାହା ଦେଖିବାକୁ ବାକି ରହିଲା। ଏହି ବିଷୟରେ ମହିପିରୁ ବନାଚଳ ଅଧିକାରୀ ଙ୍କ ସହିତ ଯୋଗାଯୋଗ କରିଥିଲୁ କିନ୍ତୁ ସମ୍ଭବ ହୋଇପାରିନଥିଲା କ୍ଷ
ଜରି ପାଲ ତଳେ ବିତୁଛି କଇଁ ଙ୍କ ଜୀବନ: ଭତା ଓ ଆବାସ ଯୋଜନାରୁ ବଞ୍ଚିତ
ନୂଆଗାଁ, ୧୨/୧୧:ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତ ବେଗୁନିଆସାହି ଗ୍ରାମରେ ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଜାରିପାଲ ତଳେ ରହୁଥିବା ଦେଖିବାକୁ ମିଳିଛି। କହିବାକୁ ଗଲେ ସରକାରଙ୍କ ସମସ୍ତ ମୌଳିକ ସୁବିଧା ପାଇବା ପାଇଁ ହିଁ ଏ ପ୍ରକୃତରେ ଯୋଗ୍ୟ ହିତାଧିକାରୀ।
ହେଲେ ଭତା ଏବଂ ଆବାସ ଯୋଜନା ଭଳି ସୁବିଧା ତାଙ୍କ ପାଖରେ ପହଂଚି ପାରିନାହିଁ।
ଏ ନେଇ ସେ ପ୍ରଶାସନ ଏବଂ ନେତାଙ୍କୁ ଜଣାଇଛନ୍ତି ହେଲେ ଆଜି ପର‌୍ୟ୍ୟନ୍ତ ତାହା କୌଣସି ଫାଇଦା ହୋଇନାହିଁ।
ସୂଚନା ମୁତାବକ, ନୂଆଗାଁ ବ୍ଲକ ଅନ୍ତର୍ଗତ ମାଳିସାହି ଗ୍ରାମପଞ୍ଚାୟତ ବେଗୁନିଆସାହି ଗ୍ରାମରେ କଇଁ ନାଏକ ରୁହନ୍ତି। ପରିବାର କହିଲେ ସ୍ୱାମୀ ପଳଉ ନାଏକ ଦିନ ମଜୁରିଆ ଏବଂ ପୁଅ ୧୨ବର୍ଷ ର ।
ଦୁଃଖ କେବେ ତାଙ୍କ ପିଛା ଛାଡିବା ନାଁ ଧରୁନି। । ଯଦିଓ ଆଗରୁ ମୂଲ ଲାଗି ଚଳୁଥିଲେ ବର୍ତମାନ ସେତିକ ମଧ୍ୟ ନାହିଁ। ରୋଜଗାର କହିଲେ ଟଙ୍କାଟିଏ ବି ନାହିଁ। ଏଭଳି ପରିସ୍ଥିତିରେ ତାଙ୍କର ଆଜି ପର‌୍ୟ୍ୟନ୍ତ ଭତା ପାଇପାରୁନାହାଁନ୍ତି କି ପଞ୍ଚାୟତ ତରଫରୁ କୌଣସି ସରକାରୀ ସହାୟତା ପାଉନାହାନ୍ତି ।
ତେବେ ସବୁଠାରୁ ବଡ ଦୁଃଖ ହେଲା କି ଚଳିବା ପାଇଁ ଘର ଖଣ୍ଡେ ନଥିବା କାରଣରୁ ସେ ବାଧ୍ୟ ହୋଇ ଏକ ଜାରିପାଲ ଘରର ଆଶ୍ରୟ ନେଇଛନ୍ତି। ଅଯୋଗ୍ୟ ବ୍ୟକ୍ତିମାନେ ଆବାସ ଯୋଜନାରେ ଘର ହାତେଇଥିବା ବେଳେ ଆଜି ପର‌୍ୟ୍ୟନ୍ତ କଇଁ ଙ୍କ ଭଳି ଜଣେ ମାନସିକ ବିକାର ଗ୍ରସ୍ତ ମହିଳା ଙ୍କୁ ତାହା ମିଳିନପାରିବା ସମସ୍ତଙ୍କୁ ଦୁଃଖିତ କରିଛି।
ଏଭଳି କି ସରକାରଙ୍କ ପକ୍ଷରୁ ମିଳୁଥିବା ଚାଉଳ, ଗହମ, କିରୋସିନ ବି ତାଙ୍କ ପାଖରେ ପହଂଚି ପାରିନାହିଁ। ବିଭିନ୍ନ ସମୟରେ ଅଧିକାରୀମାନେ ଏହି ଗ୍ରାମକୁ ଆବାସ ଯୋଜନାରେ ଘର ପାଇବାକୁ ଥିବା ହିତାଧିକାରୀଙ୍କୁ ଯୋଗ୍ୟ କିମ୍ବା ଅଯୋଗ୍ୟ ବୋଲି ଚିହ୍ନଟ କରିବାକୁ ଯାଉଥିଲେ ସୁଦ୍ଧା କେହି କଇଁ ଙ୍କୁ ଆଡ ଆଖିରେ ବି ଦେଖନ୍ତି ନାହିଁ ।
କଇଁ ଙ୍କର ଏଭଳି ଅବସ୍ଥା ଦେଖି ସ୍ଥାନୀୟ ଲୋକମାନେ କେତେବେଳେ କେମିତି ନିଜ ସକ୍ଷମ ଅନୁଯାୟୀ ସାହାର‌୍ୟ୍ୟ କରୁଥିବା ବେଳେ ସେ ସେହି ଟଙ୍କାରେ ଚଳୁ ଥିବା କହିଛନ୍ତି କଇଁ ।
ଅଥଚ ନିର୍ବାଚନ ସମୟରେ ନେତାମାନେ ଭୋଟ ପାଇଁ କଇଁ ଙ୍କ ପାଖରେ ପହଂଚିଥାନ୍ତି। ଜିତିଲେ ତାଙ୍କ ପାଇଁ ସବୁ ସୁବିଧା ଯାଗାଇ ଦେବେ ବୋଲି ମଧ୍ୟ ପ୍ରତିଶ୍ରୃତି ଦେଇଥାନ୍ତି। ହେଲେ ନିର୍ବାଚନ ସରିଯିବା ପରେ ସେସବୁ ସତେ ଯେମିତି ନେତାମାନେ ଭୁଲିଯାଆନ୍ତି। କେବେ କଇଁ ଙ୍କ ପାଖରେ ଆବାସ ଯୋଜନାରେ ଘର ଏବଂ ଭତା ଯୋଗାଇ ଦିଆଯାଉଛି ତାହା ଦେଖିବାକୁ ବାକି ରହିଲା।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031