Indus Valley Times

ବାଜି ମାରିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

 Breaking News

ବାଜି ମାରିଲା ଓଡ଼ିଶାର ପ୍ରଜ୍ଞାପନ ମେଢ଼

January 29
18:57 2024

ନୂଆଦିଲ୍ଲୀ/ଭୁବନେଶ୍ୱର,୨୯/୧: ସାଧାରଣତନ୍ତ୍ର ଦିବସ ପରେଡରେ ପ୍ରଥମ ସ୍ଥାନ ଅଧିକାର କଲା ଓଡିଶାର ପ୍ରଜ୍ଞାପନ ମେଢ ।
ଏଥର ଜାନୁଆରୀ ୨୬ରେ କର୍ତ୍ତବ୍ୟ ପଥରେ ପ୍ରଦର୍ଶିତ ହେଇଥିବା ଓଡିଶାର ପ୍ରଜ୍ଞାପନ ମେଢ ସମସ୍ତ ପ୍ରଜ୍ଞାପନ ମେଢ ଭିତରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ବିଚାରକ ମଣ୍ଡଳୀ ଓଡିଶାର ପ୍ରଜ୍ଞାପନ ମେଢକୁ ସବୁଠୁ ଅଧିକ ପସନ୍ଦ କରିଛନ୍ତି ।
ତେବେ ଏହା ପଛକୁ ରହିଛି ଗୁଜରାଟ ରାଜ୍ୟର ପ୍ରଜ୍ଞାପନ ମେଢ ଏବଂ ତୃତୀୟ ସ୍ଥାନ ଅକ୍ତିଆର କରିଛି ତାମିଲାନାଡୁର ପ୍ରଜ୍ଞାପନ ମେଢ । ଅନ୍ୟପଟେ ଲୋକଙ୍କ ପସନ୍ଦ ଅନୁସାରେ ଗୁଜରାଟ ରାଜ୍ୟ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।
ଏହା ପଛକୁ ଉତ୍ତର ପ୍ରଦେଶ ଦ୍ୱିତୀୟ ଏବଂ ଆନ୍ଧ୍ରପ୍ରଦେଶ ତୃତୀୟ ସ୍ଥାନରେ ରହିଛି । ତେବେ ଏଥର ଓଡିଶାର ପ୍ରଜ୍ଞାପନ ମେଢରେ ଓଡିଶାର କଳା କାରିଗରୀ ଦେଖିବାକୁ ମିଳିଥିଲା ।
ପଟ୍ଟଚିତ୍ର ସହିତ ହସ୍ତଶିଳ୍ପ ଏବଂ କୁଟୀର ଶିଳ୍ପକୁ ପ୍ରଜ୍ଞାପନ ମେଢରେ ଦର୍ଶାଯାଇଥିଲା । ଯାହାକି ଏବେ ଦିଲ୍ଲୀ ଦରବାରରେ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।
ସେପଟେ ବିଭାଗମାନଙ୍କ ଭିତରେ ସଂସ୍କୃତି ମନ୍ତ୍ରାଳୟର ପ୍ରଜ୍ଞାପନ ମେଢ ପ୍ରଥମ ସ୍ଥାନ ଅକ୍ତିଆର କରିଛି । ଏବଂ ଶିଖ୍ ରେଜିମେଣ୍ଟର ମାର୍ଚିଂ କଣ୍ଟିଜେଣ୍ଟ୍ ପ୍ରଥମ ସ୍ଥାନ ଅକ୍ତିଆର କରିଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031