Indus Valley Times

ବାଦଲଫଟା ବର୍ଷା ପରେ ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

 Breaking News

ବାଦଲଫଟା ବର୍ଷା ପରେ ଭୂମିକମ୍ପରେ ଥରିଲା ଜମ୍ମୁ-କାଶ୍ମୀର

July 09
07:48 2022

ନୂଆଦିଲ୍ଲୀ,୯।୭: ପ୍ରକୃତିର କରାଳ ରୂପ ପୁଣି ଥରେ ଜାମ୍ମୁ-କାଶ୍ମୀରେ ଦେଖିବାକୁ ମିଳିଛି । ପ୍ରଥରେ ବାଦଲ ଫାଟିଲା ପରେ ଭୂମିକମ୍ପ । ବାଦଳଫଟା ବର୍ଷା ପାଇଁ ଏକାଧିକ ଶ୍ରଦ୍ଧାଳୁ ପ୍ରାଣ ଜରାଇଛନ୍ତି। ତେବେ ଭୂମିକମ୍ପରେ କାହାରି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, ଶୁକ୍ରବାର ଅମରନାଥ ଯାତ୍ରା ବେଳେ ଗୁମ୍ଫା ନିକଟରେ ବାଦଲଫଟା ବର୍ଷା ହୋଇଥିଲା । ଫଳରେ ଅନେକ ଟେଣ୍ଟ୍ ବହି ଯାଇଥିଲା । ୧୫ରୁ ଅଧିକ ଶ୍ରଦ୍ଧାଳୁ ମଧ୍ୟ ପାଣିରେ ଭାସି ଯାଇଥିଲେ । ଯାହା ପରେ ଉଦ୍ଧାରକାର‌୍ୟ୍ୟ ଆରମ୍ଭ ହୋଇଥିଲା । ଏହାମଧ୍ୟରେ ଭୂମିକମ୍ପରେ ଥରିଛି ଜମ୍ମୁ-କାଶ୍ମୀର ମାଟି ।
ପ୍ରବଳ ବର୍ଷା ପରେ ସନ୍ଧ୍ୟା ୫ଟା ୨୧ରେ ଏଠାରେ ଭୂମିକମ୍ପ ଆସିଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ବୋଲି ଜଣାପଡିଛି । ଜମ୍ମୁ-କାଶ୍ମୀରର ଅନେକ ସ୍ଥାନରେ ଝଟକା ଅନୁଭବ ହୋଇଥିବା ବେଳେ ଏହାର କେନ୍ଦ୍ରସ୍ଥାଳୀ ପାକିସ୍ତାନ ବୋଲି ସୂଚନା ମିଳିଛି । ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି ।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031