Indus Valley Times

ବାମପନ୍ଥୀ ଦଳ ମାନଙ୍କ ଭାରତ ବନ୍ଦକୁ ସମର୍ଥନ ଜଣାଇଲା ନୟାଗଡ଼ ଜିଲ୍ଲା କଂଗ୍ରେସ

 Breaking News

ବାମପନ୍ଥୀ ଦଳ ମାନଙ୍କ ଭାରତ ବନ୍ଦକୁ ସମର୍ଥନ ଜଣାଇଲା ନୟାଗଡ଼ ଜିଲ୍ଲା କଂଗ୍ରେସ

ବାମପନ୍ଥୀ ଦଳ ମାନଙ୍କ ଭାରତ ବନ୍ଦକୁ ସମର୍ଥନ ଜଣାଇଲା ନୟାଗଡ଼ ଜିଲ୍ଲା କଂଗ୍ରେସ
July 15
19:15 2021

କିଶୋର ମହାପାତ୍ରଙ୍କ ରିପୋର୍ଟ
ନୟାଗଡ଼,୧୫/୭ : ନୟାଗଡ଼ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଅହେତୁକ ଦରବୃଦ୍ଧି ପ୍ରତିବାଦରେ କମ୍ୟୁନିଷ୍ଟ ଦଳ ପକ୍ଷରୁ ଓଡ଼ିଆ ବନ୍ଦ ଆଜି ଜିଲ୍ଲା ସିପିଆଇ ଏମ୍ ଏଲ ଏକ ଶୋଭାଯାତ୍ରାରେ ବାହାରି ଦିନ ବାରଟା ପର୍ଯ୍ୟନ୍ତ ଜାତୀୟ ରାଜପଥକୁ ଅବରୋଧ କରିବା ସହିତ ସହରର ସମସ୍ତ ଦୋକାନ ବଜାର ବନ୍ଦ କରାଯାଇଥିଲା। ଏହି ଆନ୍ଦୋଳନକୁ ଜିଲ୍ଲା କଂଗ୍ରେସ ସମର୍ଥନ କରିଥିବା ଜିଲ୍ଲା ସଭାପତି ଆଇନଜୀବି ରଞ୍ଜିତ ଦାସ ପ୍ରକାଶ କରିଛନ୍ତି। କେନ୍ଦ୍ର ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ ଲଗାତାର ମୂଲ୍ୟ ବୃଦ୍ଧି ଯୋଗୁଁ ଦେଶବାସୀଙ୍କ ଉପରେ ଦରବୃଦ୍ଧିର ବୋଝ ଲଦି ହେଉଥିବା ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଞ୍ଜିତ ଦାସ ପ୍ରକାଶ କରିଥିଲେ। ସିପିଆଇ ଏମ୍ ଏଲ ନେତା ବିଶ୍ବନାଥ ମହାପାତ୍ରଙ୍କ ନେତୃତ୍ବରେ କର୍ମୀମାନେ ଆନ୍ଦୋଳନ ରେ ଯୋଗ ଦେଇ ଦରଦାମ୍ ବୃଦ୍ଧିର ପ୍ରତିବାଦ କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031