Indus Valley Times

ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସମେତ ଶୋକ ଜଣାଇଲେ ବିଶିଷ୍ଟ ବ୍ୟକ୍ତି

 Breaking News

ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସମେତ ଶୋକ ଜଣାଇଲେ ବିଶିଷ୍ଟ ବ୍ୟକ୍ତି

ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକ: ରାଜ୍ୟପାଳ-ମୁଖ୍ୟମନ୍ତ୍ରୀଙ୍କ ସମେତ ଶୋକ ଜଣାଇଲେ ବିଶିଷ୍ଟ ବ୍ୟକ୍ତି
May 23
21:06 2022

ଭୁବନେଶ୍ବର,୨୩/୫: ବିଶିଷ୍ଟ ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ପରଲୋକରେ ସୋମବାର ଦିନ ଅପରାହ୍ନରେ ପରଲୋକ ହୋଇଯାଇଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ଡାକ୍ତରଖାନାରେ ପୂର୍ବତନ ସାଂସଦ ଶ୍ରୀ ପଟ୍ଟନାୟକଙ୍କ ଦେହାନ୍ତ ହୋଇଛି। ସିପିଆଇ(ଏମ୍) ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ ଏହି ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୯୨ ବର୍ଷ ହୋଇଥିଲା।
ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ସମେତ ବିଶିଷ୍ଟ ବ୍ୟକ୍ତିମାନେ ଗଭୀର ଶୋକପ୍ରକାଶ କରିଛନ୍ତି। ରାଜ୍ୟପାଳ ଗଣେଶୀ ଲାଲ ତାଙ୍କ ଶିବାଜୀଙ୍କର ପରିବାର ଓ ଆତ୍ମୀୟ ସ୍ଵଜନଙ୍କୁ ସମବେଦନା ଜଣାଇଛନ୍ତି । ଭୁବନେଶ୍ଵର ଲୋକସେବା ସାଂସଦ ଥିବା ସମୟରେ ତାଙ୍କର ଜନକଲ୍ୟାଣକାରୀ କାର‌୍ୟ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ରହିବେ ବୋଲି ରାଜ୍ୟପାଳ କହିଛନ୍ତି।
ଭୁବନେଶ୍ୱରର ପୂର୍ବତନ ସାଂସଦ ତଥା ବର୍ଷୀୟାନ ରାଜନେତା ଶିବାଜୀ ପଟ୍ଟନାୟକଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରିଛନ୍ତି। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି।
ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ଶିବାଜୀ ପଟ୍ଟନାୟକଙ୍କ ବିୟୋଗ ଖବର ଶୁଣି ମୁଁ ଦୁଃଖିତ । ଜଣେ ରାଜନୈତିକ ଓ ସାମାଜିକ କାର‌୍ୟ୍ୟକର୍ତ୍ତା ଭାବରେ ଜୀବନବ୍ୟାପୀ ଗରିବ ଏବଂ ଅସହାୟ ଲୋକଙ୍କ ସଂଗ୍ରାମ ପାଇଁ ସେ ଚିର ସ୍ମରଣୀୟ ହୋଇ ରହିବେ । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି ।
ପୂର୍ବତନ ସାଂସଦ ତଥା ବାମପନ୍ଥୀ ନେତା ଶିବାଜୀ ପଟ୍ଟନାୟକଙ୍କ ବିୟୋଗରେ ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ତାଙ୍କ ଆବର୍ତମାନରେ ବାମପନ୍ଥୀ ରାଜନୀତିରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହେଲା । ଦିବଙ୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031