Indus Valley Times

ବାରହା ପାଇଁ ବିଛା ଯାଇଥିଲା ଜାଲ, ଫାସରେ ପଡ଼ିଗଲେ ହେଲପର

 Breaking News

ବାରହା ପାଇଁ ବିଛା ଯାଇଥିଲା ଜାଲ, ଫାସରେ ପଡ଼ିଗଲେ ହେଲପର

ବାରହା ପାଇଁ ବିଛା ଯାଇଥିଲା ଜାଲ, ଫାସରେ ପଡ଼ିଗଲେ ହେଲପର
September 17
11:24 2022

କଳାହାଣ୍ଡି, ୧୭/୯: ବିଦ୍ୟୁତ୍ ଚାର୍ଜିତ ବାରହା ଫାଶ ସଂସ୍ପର୍ଶରେ ଆସି ଜଣେ ନାବାଳକର ମୃତ୍ୟୁ ଘଟିଛି। ନାବାଳକଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଆଉ ଜଣେ ଗୁରୁତର ହୋଇଛନ୍ତି। ଏଭଳି ଅଘଟଣ ଘଟିଛି କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକର ଓଲାବୁଲା ଗାଁରେ।
ମିଳିଥିବା ସୂଚନା ଅନୁଯାୟୀ, ଏକ ପିକଅପ ଭ୍ୟାନରେ ହେଲପର ଭାବେ କାମ କରୁଥିବା ସଂଜୀବ ରଣା(୧୭) ଗତକାଲି ରାତିରେ ଶୌଚ ହେବାକୁ ବାହାରିଥିଲେ। ହେଲେ ସେ ଆଉ ଫେରି ନଥିଲେ। ଏହା ଦେଖି ପିକଅପ ଭ୍ୟାନର ଚାଳକ ସୁରେନ୍ଦ୍ର ବାଗ ସଂଜୀବଙ୍କୁ ଖୋଜିବାକୁ ବାହାରିଥିଲେ।
ସେତେବେଳକୁ ବିଦ୍ୟୁତ୍ ଚାର୍ଜିତ ବାରହା ଫାଶ ସଂସ୍ପର୍ଶରେ ଆସି ଛଟପଟ ହେଉଥାନ୍ତି। ଆଉ କାଳ ବିଳମ୍ବ ନ କରି ସୁରେନ୍ଦ୍ର ସଂଜୀବଙ୍କୁ ରକ୍ଷା କରିବା ଲାଗି ଉଦ୍ୟମ କରିଥିଲେ। ହେଲେ ସେ ବି ଗୁରୁତର ହୋଇପଡ଼ିଥିଲେ। ଘଟଣାସ୍ଥଳରେ ସଂଜୀବଙ୍କର ମୃତ୍ୟୁ ଘଟିଥିଲା। ଏଣେ ଗ୍ରାମବାସୀ ଗୁରୁତର ସୁରେନ୍ଦ୍ର ବାଗଙ୍କୁ ବଲାଙ୍ଗୀର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031