Indus Valley Times

ବାରିପଦା ଏମ୍‌କେସି ହାଇସ୍କୁଲରେ ପଶିଲା ଦନ୍ତା: ଭାଙ୍ଗିଲା ଛୋଟ ଫାଟକ, ଆତଙ୍କିତ ପିଲା

 Breaking News

ବାରିପଦା ଏମ୍‌କେସି ହାଇସ୍କୁଲରେ ପଶିଲା ଦନ୍ତା: ଭାଙ୍ଗିଲା ଛୋଟ ଫାଟକ, ଆତଙ୍କିତ ପିଲା

ବାରିପଦା ଏମ୍‌କେସି ହାଇସ୍କୁଲରେ ପଶିଲା ଦନ୍ତା: ଭାଙ୍ଗିଲା ଛୋଟ ଫାଟକ, ଆତଙ୍କିତ ପିଲା
January 18
11:09 2024

ବାରିପଦା, ୧୮/୧: ଗତ କାଲି ରାତିରେ ବାରିପଦା ସହରରେ ଏକ ଦନ୍ତା ହାତୀ ଲୋକଙ୍କ ନିଦ ହଜାଇ ଦେଇଛି। । ଏ ଗଳିରୁ ସେ ଗଳି ବୁଲି ବନ ବିଭାଗକୁ କରୁଛି ନାକେଦମ୍। ବନ ବିଭାଗ ହାତୀଟି ଟ୍ରାଙ୍କୁଲାଇଜ କରିବା କରିବାକୁ ଚେଷ୍ଟା କରୁଥିଲେ ମଧ୍ୟ ତାହା ସମ୍ଭବ ହୋଇପାରି ନାହିଁ। ଘଟଣା ଘଟିଛି ବାରିପଦା ସହରର ଏମକେସି ହାଇସ୍କୁଲ ପରିସରରେ।
ଗତକାଲି ରାତିରେ ପାଚେରି ଭାଙ୍ଗି ଏମକେସି ହାଇସ୍କୁଲ ପରିସରକୁ ଦନ୍ତା ହାତୀଟି ପଶି ଆସିଥିଲା। ସ୍ଥାନୀୟ ଲୋକେ ଏନେଇ ବନ ବିଭାଗକୁ ଖବର ଦେଇଥିଲା। ବନ ବିଭାଗର ଟିମ୍ ସ୍କୁଲରେ ପହଞ୍ଚି ହାତୀଟିକୁ ଘଉଡାଇବା ପାଇଁ ପହଞ୍ଚିଥିଲେ। ହେଲେ ହାତୀଟି ଏଗଳିରୁ ସେ ଗଳି ବୁଲି ବନ ବିଭାଗକୁ ନାକେଦମ୍ କରିଥିଲା। ପରେ ବନ ବିଭାଗ ପକ୍ଷରୁ ହାତୀଟିକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମ କରାଯାଇଥିଲା।
ହେଲେ ହାତୀଟିକୁ ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ ବିଫଳ ହୋଇଥିଲେ। ପରେ ହାତୀଟି ସ୍କୁଲ ପରିସରରୁ ବାହାରି ଆସି ରାସ୍ତାରେ ଦୌଡ଼ିବାରେ ଲାଗିଛି। ଦନ୍ତାକୁ ଘଉଡାଇବାକୁ ବନ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ଅନ୍ୟପକ୍ଷରେ କୌଣସି ଅଘଟଣ ନ ଘଟିବା ପାଇଁ ଲୋକମାନଙ୍କୁ ଘରେ ରହିବା ପାଇଁ ମାଇକ ଦ୍ୱାରା ପୁଲିସ ସଚେତନ କରୁଛି।
କିଛି ଦିନ ତଳେ ଶିମିଳିପାଳ ଅଭୟାରଣ୍ୟରୁ ହାତୀପଲ ଖାଦ୍ୟ ଅନ୍ୱେଷଣରେ ଜଙ୍ଗଲ ବାହାରକୁ ଚାଲି ଆସିଥଲା।ସେଥିରୁ ଗୋଟିଏ ଦନ୍ତାହାତୀ ଅଲଗା ହୋଇ ସହର ଭିତରକୁ ପଶି ଆସିଛି । ବିଳମ୍ବିତ ରାତିରେ ଏହି ହାତୀଟି ଏମକେସି ହାଇସ୍କୁଲର ପାଚେରି ଭାଙ୍ଗି ପଶିଯାଇଥିଲା।

About Author

indadmin

indadmin

Related Articles

Archives

Calendar

May 2024
M T W T F S S
 12345
6789101112
13141516171819
20212223242526
2728293031