Indus Valley Times

ବାର୍ଡ ଫ୍ଲୁ ଭୟ : ଭାରତରେ ଚଳିତ ବର୍ଷ ପ୍ରଥମ ଥର ୧୨ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ମୃତ୍ୟୁ

 Breaking News

ବାର୍ଡ ଫ୍ଲୁ ଭୟ : ଭାରତରେ ଚଳିତ ବର୍ଷ ପ୍ରଥମ ଥର ୧୨ ବର୍ଷୀୟ ବାଳକ ବାର୍ଡ ଫ୍ଲୁରେ ମୃତ୍ୟୁ

July 21
08:50 2021

ନୂଆଦିଲ୍ଲୀ, ୨୧/୭ : ଭାରତରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବାର୍ଡ ଫ୍ଲୁ ଚିହ୍ନଟ ହୋଇଛି । ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ୧୨ ବର୍ଷୀୟ ବାଳକର ଏଚ୍୫ଏନ୍୧ରେ ଆଭିଆନ ଇନଫ୍ଲଏନଜାରେ ମୃତ୍ୟୁ ହୋଇଛି । ଏମ୍ର ମହାମାରୀ ବିଭାଗରେ ବାଳକର ମଙ୍ଗଳବାର ମୃତ୍ୟୁ ହୋଇଛି ।
୧୨ ବର୍ଷୀୟ ବାଳକ ହସ୍ପିଟାଲର ଡି୫ ୱାର୍ଡରେ ଭର୍ତ୍ତି ହୋଇଥିଲା ଏବଂ ପରେ ସେ ଏଚ୍୫ଏନ୍୧ ସଂକ୍ରମଣରେ ପୀଡ଼ିତ ଥିବା ପରୀକ୍ଷାରୁ ଜଣାପଡ଼ିଥିଲା । ବାଳକ ଜଣକ ଲେଉକେମିଆ ଏବଂ ପିନେମୋନିଆ ରୋଗରେ ଆକ୍ରାନ୍ତ ଥିଲା । ପରେ ତାକୁ ଏମ୍ସର ଆଇସିୟୁରେ ଭର୍ତ୍ତି କରାଯାଇଥିଲା ବୋଲି କୁହାଯାଇଛି ।
ବାଳକ ଜଣକ ହସ୍ପିଟାଲରେ ଭର୍ତ୍ତି ଥିବା ବେଳେ କୋଭିଡ ଏବଂ ଇନଫ୍ଲୁଏନଜା ପରୀକ୍ଷା କରାଯାଇଥିଲା । କିନ୍ତୁ ତାର କୋଭିଡ-୧୯ ନମୁନା ପରୀକ୍ଷା ରିପୋର୍ଟରେ ନେଗେଟିଭ ଥିବା ଜଣାପଡ଼ିଥିଲା । କିନ୍ତୁ ଇନଫ୍ଲଏନଜା ପାଇଁ ପଜିଟିଭ ଆସିଥିଲା । ଏହା ପରେ ରିପୋର୍ଟକୁ ପୁନେସ୍ଥିତ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜୀକୁ ପଠାଯାଇଥିଲା । ଏନ୍ସିଡିସ ଦ୍ୱାରା ତମାମ ପରୀକ୍ଷାରୁ ଜଣାଯାଇଛି ଯେ, ବାର୍ଡ ଫ୍ଲୁ ଯୋଗୁଁ ବାଳକର ମୃତ୍ୟୁ ହୋଇଛି ।
ସାଧାରଣତଃ ଏଚ୍୫ଏନ୍୧ ସଂକ୍ରମଣ ପକ୍ଷୀମାନଙ୍କୁ ସଂକ୍ରମିତ କରିଥାଏ । କିନ୍ତୁ ଏହା ମଧ୍ୟ ମଣିଷଙ୍କୁ ସଂକ୍ରମିତ କରିପାରେ । ରୋଗୀଣା ପକ୍ଷୀଙ୍କ ସଂସ୍ପର୍ଶରେ ଆସିଥିବା ମନୁଷ୍ୟକୁ ଏହି ବାର୍ଡ ଫ୍ଲୁ ଡେଇଁବାର ଆଶଙ୍କା ଥାଏ । ଏହା ପୁଣି ଜଣଙ୍କ ଠାରୁ ଅନ୍ୟକୁ ଡେଇଁବାର ଆଶଙ୍କା ରହିଛି । ମାତ୍ର ମନୁଷ୍ୟମାନଙ୍କ ଠାରେ ବାର୍ଡ ଫ୍ଲୁ ସଂକ୍ରମଣ ବହୁତ କମ ମାତ୍ରାରେ ଦେଖାଯାଇଥାଏ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031