Indus Valley Times

ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ: ଜଳିଗଲା ୬ ଗାଡ଼ି, ୪ ଦୋକାନ ଓ ଘର

 Breaking News

ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ: ଜଳିଗଲା ୬ ଗାଡ଼ି, ୪ ଦୋକାନ ଓ ଘର

December 13
13:04 2025

ଭୁବନେଶ୍ୱର, ୧୩/୧୨ : ବାଲିଅନ୍ତା ବଜାରରେ ଭୟାଵହ ଅଗ୍ନିକାଣ୍ଡ। ନିଆଁ ଲାଗି ୬ ଦାମୀ ଗାଡ଼ି ସହ ୪ ଦୋକାନ ଏବଂ ଗୋଟିଏ ଘର ପୋଡ଼ି ପାଉଁଶ ହୋଇ ଯାଇଛି। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ବାଲିଅନ୍ତା ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଂଚି ଗାଡ଼ିରେ ଲାଗିଥିବା ନିଆଁ ଲିଭାଇଥିଲୋ। ତେବେ ନିଆଁ କିପରି ଲାଗିଲା ତାହା ସ୍ପଷ୍ଟ ଜଣା ପଡ଼ିନାହିଁ କିନ୍ତୁ ୧୦ ଜଣ ବ୍ୟକ୍ତି ଏହି ସ୍ଥାନରେ ନିଆଁ ଲଗାଇଥିବା ନେଇ ଜଣେ ବ୍ୟକ୍ତି କହିଛନ୍ତି।
ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତିରେ ବାଲିଅନ୍ତା ବଜାରରେ ହଠାତ ନିଆଁ ଲାଗିଯାଇଥିଲା। ନିଆଁ ଏତେ ତୀବ୍ରତର ହୋଇଯାଇଥିଲା ଯେ କ୍ଷଣକେ ମାତ୍ରକେ ଚା ଦୋକାନ, ଘର ଏବଂ ୬ ଦାମୀ ଗାଡ଼ି ଜଳିପୋଡି ପାଉଁଶ ହୋଇଯାଇଥିଲା। ତେବେ ବାଲିଅନ୍ତା ଅଗ୍ନିଶମ ବାହିନୀ ପହଁଞ୍ଚି ନିଆଁକୁ ଆୟତ୍ତ କରିଥିଲା। ତେବେ ଉକ୍ତ ସ୍ଥାନରୁ ଜଣେ ମହିଳାଙ୍କ ହାତରୁ ଏକ ଡିଆସିଲ ଜବତ ହୋଇଛି। ତେଣୁ ସନ୍ଦେହରେ ପୋଲିସ ଜଣେ ମହିଳାଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଥିବା ଜଣା ପଡିଛି।
ବାଲିଅନ୍ତା ଥାନା ଅଧିକାରୀ ଅନିଲ ପରିଡ଼ାଙ୍କ ସୂଚନା ଅନୁସାରେ ଅଟକ ଥିବା ମହିଳା ଜଣଙ୍କ ସ୍ଥାନୀୟ ଅଞ୍ଚଳର। ପାରିବାରିକ କାରଣରୁ ସେ ମାନସିକ ବିକାରଗ୍ରସ୍ତ ଅଛନ୍ତି। ତାଙ୍କ ଠାରୁ ଦିଆସିଲି ମୁଠା ଜବତ ହୋଇଛି। ସେହି ମହିଳା ପୂର୍ବରୁ ଏପରି ନିଆଁ ଲଗାଇ ଥିବା ପୁଲିସ ତଦନ୍ତରୁ ଜଣା ପଡିଛି। ଅନ୍ୟପକ୍ଷରେ ଏହି ଘଟଣାର ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ ୧୦ ଜଣ ଯୁବକ ଗାଡ଼ିରେ ନିଆଁ ଲଗାଉଥିବା ସେ ଦେଖିଛନ୍ତି।

About Author

indadmin

indadmin

Related Articles

Archives

Calendar

September 2026
M T W T F S S
 123456
78910111213
14151617181920
21222324252627
282930