Indus Valley Times

ବାଲିଗୁଡ଼ା: ଆଦିବାସୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଓ ଫିଜ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତ ତେଜିଲା

 Breaking News

ବାଲିଗୁଡ଼ା: ଆଦିବାସୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଓ ଫିଜ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତ ତେଜିଲା

ବାଲିଗୁଡ଼ା: ଆଦିବାସୀ ମହାବିଦ୍ୟାଳୟରେ ସ୍ଥାୟୀ ଅଧ୍ୟକ୍ଷ ଓ ଫିଜ୍ ବୃଦ୍ଧିକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅଶାନ୍ତ ତେଜିଲା
September 21
20:00 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡ଼ା,୨୧/୯ : କନ୍ଧମାଳ ଜିଲ୍ଲା ର ସର୍ବ ପୁରାତନ ଆଦିବାସୀ ମହାବିଦ୍ୟାଳୟରେ ଦୀର୍ଘ ଦିନ ହେବ ସ୍ଥାୟୀ ଅଧ୍ୟକ୍ଷ ପଦ ଖାଲି ଥିବା ବେଳେ ଦିନକୁ ଦିନ ଫିଜ ବୃଦ୍ଧି ସାଙ୍ଗକୁ ମହାବିଦ୍ୟାଳୟର ପରିବେଶ ଓ ଶ୍ରେଣୀ କୋଠରୀ ଗୁଡ଼ିକ ଦିନକୁ ଦିନ ପୁରୁଣା ହେଉଥିବା ବେଳେ ମରାମତି ନ ହେବା ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ନଥିବାରୁ ଦୀର୍ଘ ଦିନ ହେଲା ଛାତ୍ର ଅଶାନ୍ତି ଲାଗି ରହିଥିବା ବେଳେ ଆଜି ତାହା ଉଗ୍ର ରୂପ ନେଇଛି ।
ମହାବିଦ୍ୟାଳୟ ର ଶତାଧିକ ଛାତ୍ର ଛାତ୍ରୀ ଏକତ୍ରିତ ହୋଇ ଫାଟକ ରେ ତାଲା ପକାଇବା ସହ ଧାରଣାରେ ବସି ବିଭିନ୍ନ ଦାବୀ ପୂରଣ କରିବା ପାଇଁ ସ୍ଲୋଗାନ ମାନ ଦେଇ ଦୀର୍ଘ ସମୟ ପରେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଓ ଛାତ୍ର ଛାତ୍ରୀଙ୍କ ମଧ୍ୟରେ କୌଣସି ପ୍ରକାରେ ସମାଧାନର ପନ୍ଥା ନ ବାହାରି ବାରୁ ଛାତ୍ର ଛାତ୍ରୀମାନେ ବାଧ୍ୟ ହୋଇ ଧାରଣାରୁ ହଟିବା ସହ ଖୁବ ଶିଘ୍ର ୫୯ ନଂ. ଜାତୀୟ ରାଜପଥକୁ ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି ।
ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଛାତ୍ର ଛାତ୍ରୀଙ୍କ ଦାବୀ ଗୁଡିକୁ ପୂରଣ କରିବା କିମ୍ବା ସମାଧାନ ର ବାଟ ଖୋଜିବାକୁ ବୁଦ୍ଧିଜୀବି ମହଲରୁ ପ୍ରବଳ ମତ ପ୍ରକାଶ ପାଉଛି ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031