Indus Valley Times

ବାଲିଗୁଡ଼ା ଏନଏସିରେ ହୋଇଥିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

 Breaking News

ବାଲିଗୁଡ଼ା ଏନଏସିରେ ହୋଇଥିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର

ବାଲିଗୁଡ଼ା ଏନଏସିରେ ହୋଇଥିବା ବିଭିନ୍ନ ଦୁର୍ନୀତି ଘଟଣା : ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ଦୁଇ କାଉନ୍‌ସିଲର
June 24
21:06 2026

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଏନଏସିରେ ହୋଇଥିବା ଦୁର୍ନୀତି ଏବଂ ବିଭିନ୍ନ ଅଭିଯୋଗ କରି ସୋମବାର ଠାରୁ ଦୁଇ ଜଣ କାଉନ୍‌ସିଲର ଧାରଣାରେ ବସିଥିଲେ ।
ତିନି ଦିନ ଧରି ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ବିବେକାନନ୍ଦ ଦଳାଇ, ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ପୋଲିସ କତ୍ତୃପକ୍ଷ ବହୁ ବୁଝା ସୁଝା କରିବା ପରେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ରହିଥିଲେ ।
ଗାନ୍ଧୀ ଫୋଟ ଚିତ୍ରରେ ପୁଲ ମାଳ ଦେଇ ଫ୍ଲାଗ କାର୍ଡ ଧରି ୫ ଟି ପ୍ରମୁଖ ଅଭିଯୋଗ ଓ ୪ ଦାବୀ ର ଭିଜିଲାନ୍ସ ତଦନ୍ତ ସହ ସିଏଜି ତଦନ୍ତ କରିବା ପାଇଁ ଶାନ୍ତି ପୂର୍ଣ୍ଣ ଭାବରେ ଗଣତାନ୍ତ୍ରିକ ଉପାୟରେ ୧ନଂ. ୱାର୍ଡ଼ ର ଅଜୟ କୁମାର ନାୟକ ଓ ୧୩ ନଂ ୱାର୍ଡ ର ଆଲୋକ କୁମାର ନାୟକ ଏହି ଦୁଇଜଣ କାଉନସିଲର ଅନିର୍ଦ୍ଧିଷ୍ଟ କାଳ ପାଇଁ ଏନ ଏ ସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ରେ ବସିଥିଲେ ।
ବୁଧବାର ରାତ୍ର ପ୍ରାୟ ୮ ଘଣ୍ଟ ସମୟରେ ଉପ-ଜିଲାପାଳ ପ୍ରଣୀତା ଦାସ ଏବଂ ଏସଡିପିଓ ଶୁଭମ ଭୋସଲେ ଏନଏସି କାର‌୍ୟ୍ୟାଳୟରେ ପହଞ୍ଚି ଧାରଣାରତ କାଉନସିଲର ଅଜୟ ଦିଗାଲ ଓ ଆଲୋକ ନାୟକଙ୍କୁ କାର୍ଯ୍ୟାଳୟ ପରିସରକୁ ଡାକି ତିନି ଘଣ୍ଟାରୁ ଅଧିକ ସମୟ ଧରି ରୁଦ୍ଧଦ୍ବାର ବୈଠକ କରିଥିଲେ ।
ଏନଏସିର ଆୟବ୍ୟୟ ସହ ବିଭିନ୍ନ ଦାବୀ ଓ ଅଭିଯୋଗ ଗୁଡିକ ଭିଜିଲାନ୍ସ ତଦନ୍ତ ସହ ସିଏଜି ତଦନ୍ତ କରାଯିବ ବୋଲି ଲିଖୂତ ପ୍ରତିଶ୍ରୁତି ମିଳିବା ପରେ ସେମାନେ ଧାରଣାରୁ ହଟିଥିଲେ ।
ଏହି ରୁଦ୍ଧ ଦ୍ୱାର ବୈଠକରେ ତହସିଲଦାର ଦୀପ୍ତି ପ୍ରକାଶ ବେହେରା ଓ ଏନଏସି କାର୍ଯ୍ୟନିର୍ବାହୀ ଅଧୂକାରୀ ବିବେକାନନ୍ଦ ଦଳେଇ ପ୍ରମୁଖ ଉପସ୍ଥିତ ଥିଲେ ।
ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ଆୟୋଜିତ : ୭୨ ଜଣଙ୍କୁ ସମ୍ମାନିତ
ବାଲିଗୁଡା, ୨୪/୬ : କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଠାରେ ରାଜ୍ୟ ସରକାର ଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ “ବିକାଶ ଧାରା ଓଡ଼ିଶା ସାରା” କାର୍ଯ୍ୟକ୍ରମ ସ୍ଥାନୀୟ ପଞ୍ଚାୟତ ସମିତି ପରିସରରେ ବିଡିଓ ଅକ୍ଷୟ କୁମାର ମଲ୍ଲିକଙ୍କ ତତ୍ତ୍ୱାବଧାନରେ ଆୟୋଜନ ହୋଇଥିଲା ।
ଏହି କାର୍ଯ୍ୟକ୍ରମକରେ ଅତିଥି ମାନଙ୍କ ମଧ୍ୟରେ ବିଜେପି ନେତ୍ରୀ ଶ୍ରୀମତୀ କଳ୍ପନା କହଁର , ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ, ବାଲିଗୁଡା ବିଜେପି ମଣ୍ଡଳ ସଭାପତି ମନୋଜ କୁମାର ରଥ, ଆଦିକନ୍ଦ ପଟ୍ଟନାୟକ, ବାଲିଗୁଡା ଏସଟି ମୋର୍ଚ୍ଚା ସଭାପତି ଲକ୍ଷ୍ମୀ ନାରାୟଣ ମଲ୍ଲିକ ପ୍ରମୁଖ ଅତିଥି ମାନେ ଯୋଗ ଦେଇ ବିଭିନ୍ନ ଅନୁସୂଚିତ ଜନଜାତି (ଏସଟି) ଏବଂ ଅନୁସୂଚିତ ଜାତି (ଏସସି) ସମ୍ପ୍ରଦାୟର ମୋଟ ୩୨୭ ଜଣ ଅଂଶ ଗ୍ରହଣକାରୀ ଯୋଗ ଦେଇଥିଲେ।
ଏହି କାର୍ଯ୍ୟକ୍ରମ ପାରସ୍ପରିକ କ୍ରିୟା, ସଚେତନତା ସୃଷ୍ଟି ଏବଂ ସାମୁଦାୟିକ ସଶକ୍ତିକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମଞ୍ଚ ଭାବରେ କାର୍ଯ୍ୟ କରିଥିଲା।
ଏଥିରେ ସବୁଠାରୁ ପ୍ରମୁଖ ଆକର୍ଷଣ ଥିଲା ଏସଟି ଏବଂ ଏସସି ସମ୍ପ୍ରଦାୟର ୭୨ ଜଣ ଉତ୍କୃଷ୍ଟ କୃତିତ୍ୱ ଯାହାକି,କଳା ଓ ସଂସ୍କୃତି, ସମାଜସେବା, ଶିକ୍ଷା ଏବଂ ମହିଳା ଉଦ୍ୟୋଗ କ୍ଷେତ୍ରରେ ସେମାନଙ୍କର ଅସାଧାରଣ ଅବଦାନ ଏବଂ ସଫଳତା ପାଇଁ ଏହି ବ୍ୟକ୍ତି ମାନଙ୍କୁ ସମ୍ମାନିତ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ବାଲିଗୁଡା ଡବ୍ଲୁ ଇ ଓ ଦୀପକ କନୱାର, ଜି ପି ଇ ଓ ଅମରେଶ ରଥ ଙ୍କ ସକ୍ରିୟ ସହଯୋଗ ରେ ଆୟୋଜିତ ହୋଇଥିଲା ।
ଏହି ଅବସରରେ, ସମ୍ମାନିତ ବ୍ୟକ୍ତିମାନେ ଅନ୍ତର୍ଭୁକ୍ତ ବିକାଶ, ସାମାଜିକ ସଶକ୍ତିକରଣ, ଆଦିବାସୀ ସଂସ୍କୃତିର ସଂରକ୍ଷଣ, ଶିକ୍ଷାଗତ ଉନ୍ନତି ଏବଂ ଅବହେଳିତ ସମ୍ପ୍ରଦାୟ ମଧ୍ୟରେ ଉଦ୍ୟୋଗୀତା କୁ ପ୍ରୋତ୍ସାହନର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଥିଲେ।
ସେମାନେ ଜନ ଜାତି ସମ୍ବାଦ ବୈଠକ ଭଳି କାର୍ଯ୍ୟକ୍ରମ ମାଧ୍ୟମରେ ବିକାଶ ପଦକ୍ଷେପ ଗୁଡ଼ିକୁ ଲୋକଙ୍କ ନିକଟତର କରିବାରେ ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ।
ମା\’ ବନଦୁର୍ଗା ଦେବୀଙ୍କ ନୂତନ ମନ୍ଦିର ଓ ବିଗ୍ରହ ପ୍ରାଣ ପ୍ରତିଷ୍ଠା ଉତ୍ସବ ଉଦଯାପିତ
ବାଲିଗୁଡ଼ା, ୨୪/୬: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିକଟସ୍ଥ ବିରାଗୁଡା ଠାରେ ଜ୍ୟେଷ୍ଠ ମାସ ଶୁକ୍ଳପକ୍ଷ ଅଷ୍ଟମୀ ତିଥି ଠାରୁ ତିନି ଦିନ ଧରି ମାଁ ବନଦୁର୍ଗା ଦେବୀଙ୍କ ପ୍ରତିଷ୍ଠା କାର୍ଯ୍ୟ ବୈଦିକ ରୀତିନୀତି ରେ ଆରମ୍ଭ ହୋଇ ବୁଧବାର ଉଦଯାପିତ ହୋଇଯାଇଛି ।
ପ୍ରଥମ ଦିନ ରେ ଦମଦେଇ ଓ ଆପ୍ରା ନଦୀ ର ସଙ୍ଗମ ସ୍ଥଳ ରୁ କଳସ ରେ ପଵିତ୍ର ଜଳ ନେଇ କଳସ ଯାତ୍ରା ହୋଇଥିବା ବେଳେ, ଅଙ୍କୁରାରୋପଣ ଓ ଅଧିବାସ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ତଥା ମଙ୍ଗଳବାର ଦିନ ନାମଯଜ୍ଞ, ଘୃତଯଜ୍ଞ, ଅନ୍ନଯଜ୍ଞ, ରତ୍ନମୁଦ ସହ ମନ୍ଦିର ପ୍ରତିଷ୍ଠା ଉତ୍ସବ ଯଥା ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇ ବୁଧବାର ଦିନ ଯମୁନା ଯାତ୍ରା, ମାଁ ଙ୍କ ପ୍ରାଣ ପ୍ରତିଷ୍ଠା ଓ ଯଜ୍ଞର ପୂର୍ଣ୍ଣାହୂତି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ପ୍ରତିଦିନ ଆଖ ପାଖ ଅଞ୍ଚଳ ରୁ ଶତାଧିକ ଭକ୍ତ ଓ ଜନସାଧାରଣ ଙ୍କ ସମାଗମ ହୋଇଥିଲା ।
ତିନି ଦିନ ଧରି ଆୟୋଜିତ ଏହି ଉତ୍ସବ ରେ ମୁଖ୍ୟ ପୂଜକ ଭାବେ ପ୍ରମୋଦ କୁମାର ମହାପାତ୍ର, ଜଗତସିଂପୁର ର ଜଗନ୍ନାଥ ପଣ୍ଡା, ଯାଜପୁରର ପ୍ରକାଶ ପଣ୍ତା କାର୍ଯ୍ୟରେ ନିୟୋଜିତ ରହିଥିବା ବେଳେ କର୍ତ୍ତା ଭାବରେ ସୁରେଶ ପଣ୍ତା ଓ ଧର୍ମ ପତ୍ନି ମଧୁ ଲିକା ପଣ୍ତା ନିଜ ନିଜର ଦାୟିତ୍ୱ ସମ୍ପାଦନ କରିଥିଲେ ।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031