Indus Valley Times

ବାଲିଗୁଡାକୁ ଜିଲ୍ଲା ଘୋଷଣା ଦାବୀ ଜୋରଧରିଲା: ଦ୍ୱିତୀୟ ବୈଠକରେ ସମସ୍ତଙ୍କ ସହଯୋଗ ରହିଲା

 Breaking News

ବାଲିଗୁଡାକୁ ଜିଲ୍ଲା ଘୋଷଣା ଦାବୀ ଜୋରଧରିଲା: ଦ୍ୱିତୀୟ ବୈଠକରେ ସମସ୍ତଙ୍କ ସହଯୋଗ ରହିଲା

ବାଲିଗୁଡାକୁ ଜିଲ୍ଲା ଘୋଷଣା ଦାବୀ ଜୋରଧରିଲା: ଦ୍ୱିତୀୟ ବୈଠକରେ ସମସ୍ତଙ୍କ ସହଯୋଗ ରହିଲା
December 11
20:56 2022

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୧୧/୧୨: ଓଡିଶାର ସର୍ବ ବୃହତ୍ତମ ଉପଖଣ୍ଡ ରୂପେ ପରିଚିତ ବାଲିଗୁଡାକୁ ଜିଲ୍ଲା ଦାବୀ ନେଇ ମିଳିତ ମଂଚର ଆବାହକ ତଥା ବରିଷ୍ଠ ଆଇନଜୀବୀ କୌଶିକ ସାହୁଙ୍କ ନେତୃତ୍ୱରେ ହୋଟେଲ ବିଭବ ଠାରେ ଦ୍ୱିତୀୟ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି ।
ଉକ୍ତ ବୈଠକରେ ଦଳମତ ନିର୍ବିଶେଷରେ ସମସ୍ତେ ଏକ ହୋଇ ବାଲିଗୁଡାକୁ ଜିଲ୍ଲା ଘୋଷଣା ପାଇଁ ଦାବୀ କରିବା ।ରାଜ୍ୟ ସରକାର ବାଲିଗୁଡାକୁ ଜିଲ୍ଲା ଘୋଷଣା ନକରିବା ପର‌୍ୟ୍ୟନ୍ତ ଏହି ଦାବୀ ପର‌୍ୟ୍ୟାୟ କ୍ରମେ ଚାଲିବ ବୋଲି ନିଷ୍ପତି ନିଆଗଲା ।
ପ୍ରଥମେ ଶାନ୍ତିଶୃଙ୍ଖଳାରେ ଦାବୀ କରାଯିବ ଆବଶ୍ୟକ ସ୍ଥଳେ ବାଲିଗୁଡାକୁ ବନ୍ଦ ବି କରାଯିବ ବୋଲି ଆଲୋଚନା ହୋଇଛି । ପୋଷ୍ଟର ଓ ବ୍ୟାନର କରି ସମସ୍ତ ବ୍ଲକ,ପଂଚାୟତ ସମେତ ଅନ୍ୟ ସ୍ଥାନରେ ମରାଯିବ ଏବଂ ଜିଲ୍ଲାଦାବୀ ପାଇଁ ସମସ୍ତ ଗ୍ରାମ ପଞ୍ଚାୟତରୁ ଦସ୍ତଖତ ଅଭିଯାନ କରାଯିବା ସହ ବାଲିଗୁଡା ବ୍ଲକ ସମେତ ଉପଖଣ୍ଡରେ ଥିବା ୯ଟି ଯାକ ବ୍ଲକକୁ ଏଥିରେ ସାମିଲ କରାଯିବ ।
ରବିବାର ଦିନ ମିଳିତ ମଂଚ ଜିଲ୍ଲା କରିବାକୁ ସର୍ମଥନ କରିବା ନିମନ୍ତେ କୋଟଗଡ ଏବଂ ତୁମୁଡିବନ୍ଧକୁ ଯାଇ ଅଂଚଳବାସୀ ତଥା କିଛି ନେତୃତ୍ୱ ମଣ୍ଡଳିକୁ ଭେଟି ବାଲିଗୁଡାକୁ ଜିଲ୍ଲା କରିବା ନିମନ୍ତେ ଦୁଇଟି ବ୍ଲକରେ ବୈଠକ କରାଯାଇଥିଲା, ବାଲିଗୁଡା ଜିଲ୍ଲା ହେଲେ ସମସ୍ତ ବ୍ଲକ ମାନଙ୍କର କଣ କଣ ଫାଇଦା ମିଳିବ ଓ ସମସ୍ତ ପ୍ରଶାସନିକ ଯୋଜନା ଆମକୁ ହାତ ପାହାନ୍ତରେ ମିଳିବ ବୋଲି ଆଲୋଚନା କରାଯାଇଥିଲା ।
ଏହା ପରେ ପରେ କ୍ରମାନୁୟାରେ ଦାରିଙ୍ଗବାଡି,କ,ନୁଆଗାଁ,ରାଇକିଆ ,ଜିଉଦୟଗିରି , ଟିକାବାଲି, ଚକାପାଦ ଆଦି ବ୍ଲକ ମାନଙ୍କୁ ଯାଇ ବୈଠକ କରାଯିବାର କାର‌୍ୟ୍ୟକ୍ରମ ରଖାଯାଇଛି ।
ଏହି ବୈଠକରେ ଆବାହକ ସମେତ,ଡଃ ବିଚିତ୍ରାନନ୍ଦ ଆଚାର‌୍ୟ୍ୟ, ଏନଏସି ଅଧକ୍ଷ ଗୋବିନ୍ଦ ଚନ୍ଦ୍ର ପ୍ରଧାନ,ଆଇନଜୀବୀ କ୍ଷମା ସାଗର ପ୍ରଧାନ, ଓକିଲ ସଂଘର ସଭାପତି ତଥା ଆଇନଜୀବି ଟି.ହରିଶ୍ଚନ୍ଦ୍ର ରାଓ,ବଣିକ ସଂଘର ସମ୍ପାଦକ ଶ୍ୟାମ ସୁନ୍ଦର ପାତ୍ର, ଠିକାଦାର ସଂଘର ସଭାପତି ସ୍ଵପ୍ନେଶ୍ୱର ସାହୁ, ବସ ମାଲିକ ସଂଘର ସମ୍ପାଦକ ରବିଚନ୍ଦ୍ର ପାତ୍ର, ଅଟୋ ସଂଘର ସଭାପତି ତାପସ ନାୟକ, କ୍ଷୁଦ୍ର ବଣିକ ସଂଘର ସଭାପତି ସନ୍ୟାସୀ ନାୟକ, ଉପଖଣ୍ଡ କଳାକାର ସଂଘର ସୁକଦେବ ନାୟକ,ବନବାସୀ ସେବା ସମିତିର କୋଷାଧ୍ୟକ୍ଷ ରବିନ୍ଦ୍ର ମହାପାତ୍ର .ଶାନ୍ତମୈତ୍ରୀ ଅନୁଷ୍ଠାନର ପ୍ରଭାତବାବୁ, ଡ୍ରାଇଭର ସଂଘର ଅଖିଳ ବିଶ୍ୱାଳ, ସାମ୍ବାଦିକ ସଂଘର ସମସ୍ତ କର୍ମକର୍ତ୍ତା ଓ ଅନ୍ୟମାନେ ଉପସ୍ଥିତ ରହି ବାଲିଗୁଡା କୁ ଜିଲ୍ଲା କରିବା ପାଇଁ ନିଜ ନିଜର ମତାମତ ଦେଇଥିଲେ ।

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031