Indus Valley Times

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ

 Breaking News

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ
September 19
21:06 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୧୯/୯:କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି । ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଟାଉନର ଫ୍ରେଣ୍ଡସ ଗ୍ରୁପ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷା ନିକେତନ ଓ ବଡ଼ଗାଁ ର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରେ ପୂଜା ଓ ସାଜସଜ୍ଜା ତଥା ଆଲୋକ ତୋରଣ ମନଲୋଭା ସହ ଆକର୍ଷଣୀୟ ହୋଇ ପାରିଥିଲା । ଭକ୍ତ ଓ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଥିଲା ।
ଟାଉନର ସବୁଠାରୁ ନିଆରା ଗ୍ରୁପ ଭାବେ ପରିଚିତ ପାଟଖଣ୍ଡା ମନ୍ଦିର ନିକଟରେ ହେଉଥିବା ଫ୍ରେଣ୍ଡସ ଗ୍ରୁପର ସପ୍ତମ ବାର୍ଷିକ ଗଣେଷ ପୂଜା ଯଥାରିତି ନୀତି ଭାବେ ହୋଇଥିବା ବେଳେ ସନ୍ଧ୍ୟାରେ ୧୦୮ ଆଳତୀ କାର୍ଯ୍ୟକ୍ରମ ସହ ଭକ୍ତ ମାନଙ୍କୁ ପ୍ରସାଦ ସେବନର ବ୍ୟବସ୍ଥା ସବୁଠାରୁ ଆକର୍ଷଣୀୟ ହୋଇପାରିଥିଲା ।
ଏଥିରେ ଶହ ଶହ ଭକ୍ତ ଙ୍କ ସମାଗମ ହୋଇଥିଲା । ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ଚାଲିବ ବୋଲି ଗ୍ରୁପର ସଦସ୍ୟ ରାକେଶ ପାତ୍ର, ପ୍ରଭାକର ପାତ୍ର, ମନୋଜ ପ୍ରଧାନ, ସି.ଏଚ. ଆଶିଷ ପାତ୍ର, ଶିବା ପାତ୍ର, ସନ୍ୟାସୀ ସିଅ, ପ୍ରେମାନନ୍ଦ ପାତ୍ର, ସତ୍ୟ ନାରାୟଣ ଆଚାରୀ, ନାରାୟଣ ପାତ୍ର, ବାଲ କିଶୋର ପାତ୍ର, ନାରାୟଣ ନାୟକ, କାହ୍ନ।ପାତ୍ର, ମନୋଜ ପଣ୍ଡା ଅନିଲ ପାଣିଗ୍ରାହୀ, ଭିକି ଦାସ, ଚନ୍ଦନମହାପାତ୍ର, ଲିକୁ ପଣ୍ଡା, ପ୍ରତାପ ପାତ୍ର, ମିଟୁ ଦୋରା ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିବା ସହ ପ୍ରକାଶ କରିଛନ୍ତି ।

କନ୍ଧମାଳ ଅବକାରୀ ବିଭାଗ ପକ୍ଷରୁ ଟ୍ରକ ସହ ଗଞ୍ଜେଇ ଜବତ: ଆସାମୀ ଫେରାର
କନ୍ଧମାଳ,୧୯/୯: କିଛି ଦିନର ବ୍ୟବଧାନ ପରେ ପୁଣି ଜବତ ହୋଇଛି ଗଞ୍ଜେଇ । ଫୁଲବାଣୀ ସଦର ଅବକାରୀ ବିଭାଗ ସୋମବାର ସକାଳେ ପାଟ୍ରୋଲିଂ କରୁଥିବା ବେଳେ ଫିରିଙ୍ଗିଆ ଥାନା ଅନ୍ତର୍ଗତ ମାଝିପଡା ମୁଖ୍ୟ ରାସ୍ତାରେ ଗୋଟିଏ ଟ୍ରକକୁ ଅଟକାଇ ଯାଞ୍ଚ କରିଥିଲେ ।
ସେହି ସମୟରେ ଟ୍ରକ ଡ୍ରାଇଭର ଫେରାର ହୋଇ ଯାଇଥିବା ବେଳେ ସେହି ଟ୍ରକରୁ ୨ କୁଇଣ୍ଟାଲ ୨୦ କିଲୋଗ୍ରାମ ଗଞ୍ଜେଇ ବାହାରି ଥିଲା। ଟ୍ରକ ସହ ଗଞ୍ଜେଇ ଜବତ କରିଛି ଅବକାରୀ ବିଭାଗ । ଏ ନେଇ ଫୁଲବାଣୀ ସଦର ଅବକାରୀ ଥାନାରେ ଏକ ମାମଲା ରୁଜ୍ଜୁ କରାଯାଇଥିବା ସଦର ଅବକାରୀ ଇନ୍ସପେକ୍ଟର ଶ୍ରୀଧର ହେମ୍ବ୍ରମ ସୂଚନା ଦେଇଛନ୍ତି ।
ଏହି ଚଢଉରେ ଏଏସଆଇ ଭୃଗୁପତି ଦିଗାଲ, ସୁଜିତ କୁମାର ମୁଦୁଲି, ପ୍ରଦୀପ କୁମାର ମଲ୍ଲିକ, କନେଷ୍ଟବଳ ସଦାଶିବ ରଣା,ସଚିନ ଗୁରୁ ,ଏମ ସଞ୍ଜୀବ କୁମାର ଏବଂ ଜଗନ୍ନାଥ ସାମିଲ ଥିଲେ।
କନ୍ଧମାଳ ରେ ତୃଟିପୂର୍ଣ୍ଣ ହୋଲଡିଂ ଟ୍ୟାକ୍ସ ମୂଲ୍ୟାୟନର ଶୁଣାଣି ବନ୍ଦ ପାଇଁ ଦାବୀ
କନ୍ଧମାଳ,୧୯/୯ : କନ୍ଧମାଳ ଜିଲ୍ଲା ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ସଂଗ୍ରହ ପୂର୍ବରୁ ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ସଂଶୋଧନ କରିବାକୁ ଜିଲା ମିଳିତ ନାଗରିକ କମିଟି ପକ୍ଷରୁ ଦାବୀ କରାଯାଇଛି । ଫୁଲବାଣୀ ପୌର ପରିଷଦ ପକ୍ଷରୁ ହୋଲଡିଂ ଟ୍ୟାକ୍ସ ବଢାଇବାକୁ ନଗର ଉନ୍ନୟନ ବିଭାଗ ପକ୍ଷରୁ ୨୦-୦୩-୨୦୧୮ରେ ଫୁଲବାଣୀ ପୌର ପରିଷଦକୁ ଚିଠ କରାଯାଇଥିଲା । କିନ୍ତୁ ଜନସାଧାରଣଙ୍କ ମତାମତ ଲୋଡା ନଯାଇ ମୂଲ୍ୟାୟନ ଟିମ ମନ ଇଛାରେ ପୂର୍ବରୁ ଦେଉଥିବା ଟିକସର ୨୦- ୩୦ ଗୁଣରୁ ଅଧିକ ଟିକସ ବୃଦ୍ଧି ପାଇଁ ମୂଲ୍ୟାୟନ କରି ଟିକସ ଆଦାୟ ସୁପାରିଶ କରିଥିଲେ। ଯାହା ଜନସାଧାରଣଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଭିନ୍ନ ସାହିର ଜନସାଧାରଣଙ୍କୁ ମିଳିଥିବା ଚିଠି ଏବଂ ବିଭିନ୍ନ ୱାଡରେ ଟଙ୍ଗା ଯାଇଥିବା ନୋଟିସ ଅନୁଯାୟୀ ବହୁତ ପ୍ରିୟା ପ୍ରୀତି ତୋଷଣ ଓ ପାତର ଅନ୍ତର କରାଯାଇଥିବା ଜଣା ପଡିଥିଲା ।
ତେଣୁ ବେଆଇନ ହୋଲଡିଂ ଟିକସ ଆଦାୟ ଓ ଅଭିଯୋଗର ଜନ ଶୁଣାଣି ବନ୍ଦ କରିବାକୁ ଜିଲାପାଳଙ୍କୁ ଦାବି କରାଯାଇଥିଲା । ବେଆଇନ ମୂଲ୍ୟାୟନ ସମ୍ପର୍କରେ ମୁଖ୍ୟମନ୍ତ୍ରୀ, ନଗର ଉନ୍ନୟନ ବିଭାଗ, ମୂଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ତତ୍କାଳୀନ ମୂଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏହା ବେଆଇନ ଓ ଅଗଣତାନ୍ତ୍ରିକ ବୋଲି ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।
ଜନ ଆନ୍ଦୋଳନ ଫଳରେ ଜନଶୁଣାଣୀ ଓ ଟିକସ ଆଦାୟ ସ୍ଥଗିତ ହୋଇଥିଲେ ମଧ୍ୟ ଏହାର ସ୍ଥାୟୀ ସମାଧାନ ପାଇଁ ଇତି ମଧ୍ୟରେ ନଗର ଉନ୍ନୟନ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଗଲା ନାହିଁ ।
କିନ୍ତୁ ପୂନର୍ବାର ବେଆଇନ ମୂଲ୍ୟାୟନ ଉପରେ ଜନ ଶୁଣାଣି ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ବର୍ତ୍ତମାନ ନୋଟିସ ଜାରୀ କରାଯାଇଥିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡ. ଅରୂପ କୁମାର ଜେନା, ଆବାହକ ଅଶୋକ ପରିଡା, ନବୀନ କିଶୋର ପଣ୍ଡା, କମଳାକାନ୍ତ ପାଣ୍ଡେ, ବଂଶୀଧର ପଣ୍ଡା, ପ୍ରଶନ୍ନ ପଣ୍ଡା, ବିଜୟ ମହାନ୍ତି, ପ୍ରଣବ ମଣ୍ଡଳ, ବିକାଶ ମହାନ୍ତି, ପ୍ରଭାକର ପାଳ ପ୍ରମୁଖ ପୌର ପରିଷଦ ନିର୍ବାହୀ ଅଧିକାରୀ ଅଜିତ କୁମାର ପଟନାୟକଙ୍କ ସହ ଏହାର ସ୍ଥାୟୀ ସମାଧାନ ପାଇଁ ଆଲୋଚନା କରିବା ସହ କନ୍ଧମାଳ ଜିଲାପାଳ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି ।ଆସନ୍ତା ଶୁଣାଣି ପୂର୍ବରୁ ସଠିକ ମୁଲ୍ୟାୟନ ପାଇଁ ଏକ ସମନ୍ୱୟ ବୈଠକ ଆୟୋଜନ କରି ମାନଦଣ୍ଡ ସ୍ଥିର କଲେ ପୌର ପରିଷଦ ଓ ଜନ ସାଧାରଣ ଉପକୃତ ହୋଇପାରିବେ ।

About Author

indadmin

indadmin

Related Articles

Archives

Calendar

June 2024
M T W T F S S
 12
3456789
10111213141516
17181920212223
24252627282930