Indus Valley Times

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ : ଚର୍ଚ୍ଚାରେ ୧୭ଫୁଟିଆ ଗଣେଷ ମୂର୍ତ୍ତି ପୂଜା

 Breaking News

ବାଲିଗୁଡାରେ ଗଣେଷ ପୂଜା ପାଳିତ: ନୂତନ ଛାତ୍ର ଛାତ୍ରୀ ଖଡ଼ି ଛୁଆଁଇଲେ : ଚର୍ଚ୍ଚାରେ ୧୭ଫୁଟିଆ ଗଣେଷ ମୂର୍ତ୍ତି ପୂଜା

September 07
19:18 2024

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୭/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ତଥା ଏହାର ଆଖପାଖ ଅଞ୍ଚଳରେ ସିଦ୍ଧି ପ୍ରଦାୟକ ଶ୍ରୀ ଶ୍ରୀ ଶ୍ରୀ ଗଜାନନଙ୍କ ପୂଜନୋତ୍ସବ ଯଥା ରୀତିନୀତି ଅନୁସାରେ ପାଳିତ ହୋଇ ଯାଇଛି ।
ଏହି ଅବସରରେ ଟାଉନର ସମସ୍ତ ଶିକ୍ଷାନୁଷ୍ଠାନ, ସ୍ବେଛାସେବୀ ଅନୁଷ୍ଠାନ, ସାଂସ୍କୃତିକ ଅନୁଷ୍ଠାନ ଗୁଡିକରେ ପୂଜାର୍ଚ୍ଚନା, ପୁଷ୍ପାଞ୍ଜଳି ଓ ପ୍ରସାଦ ସେବନ ସହ ନୂତନ ଛାତ୍ର ଛାତ୍ରୀ ମାନଙ୍କର ଖଡ଼ି ଛୁଆଁ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଟାଉନର ଫ୍ରେଣ୍ଡସ ଗ୍ରୁପ, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, ଶିକ୍ଷା ନିକେତନ, ଓ ମିଡ଼ିଆକିଆ ର ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ରେ ପୂଜା ଓ ସାଜସଜ୍ଜା ତଥା ଆଲୋକ ତୋରଣ ମନଲୋଭା ସହ ଆକର୍ଷଣୀୟ ହୋଇ ପାରିଥିଲା । ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଉଦ୍ଦୀପନା ଦେଖାଦେଇଛି ।
ସବୁ କ୍ଷେତ୍ରରେ ଚର୍ଚ୍ଚାରେ ରହି ଆସୁଥିବା ଟାଉନର ସାଂସ୍କୃତିକ ଅନୁଷ୍ଠାନ ଫ୍ରେଣ୍ଡସ ଗ୍ରୁପ ତରଫରୁ ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଏକ ଭିନ୍ନ ଧରଣର ୧୭ ଫୁଟିଆ ଗଣେଷ ମୂର୍ତ୍ତି ପ୍ରସ୍ତୁତ କରି ଅଷ୍ଟମ ବାର୍ଷିକ ଗଣେଷ ପୂଜା ମଧ୍ୟ ଆୟୋଜିତ କରିଛି ।ଏ ନେଇ ସନ୍ଧ୍ୟାରେ ୧୦୮ ଆଳତୀ କାର୍ଯ୍ୟକ୍ରମ ସହ ପ୍ରସାଦ ସେବନର ବ୍ୟବସ୍ଥା ମଧ୍ୟ ହୋଇଥିଲା । ଦିନ ତମାମ ସମସ୍ତ ପୂଜାସ୍ଥଳରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଥିଲା ।
ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବାଲିଗୁଡା ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ସମଗ୍ର ସହରରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯାଇଥିଲା ।
ରାଜ୍ୟ ରାଜପଥରେ ଟ୍ରକ ଅଟକାଇ ଲୁଟ କରିବା ମହଙ୍ଗା ପଡିଲା : ଯୁବକଙ୍କୁ ଗିରଫ ପରେ କୋର୍ଟ ଚାଲାଣ
ବାଲିଗୁଡା, ୭/୯ : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ଥାନା ଅଞ୍ଚଳରେ ରାଜ ରାସ୍ତାରୁ ଏକ ଟ୍ରକ କୁ ଅଟକାଇ ଲୁଟ କରୁଥି୍ବା ଜଣେ ଦୁର୍ବୃତ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା କ.ନୂଆଗାଁ ପୋଲିସ ପକ୍ଷରୁ ଜଣାପଡିଛି। ସୂଚନା ଅନୁସାରେ କଟକର ରତ୍ନାକର ବେହେରା ନାମକ ଜଣେ ବ୍ୟକ୍ତି ନିଜ ଟ୍ରକ ନଂ.ଓଡି-୦୨-ଇ-୬୩୨୨ ରେ ପ୍ଲାଷ୍ଟିକ ଧରି ବାଲିଗୁଡ଼ା ଦେଇ ଢେଙ୍କାନାଳ ଯାଉଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୯ ଟା ସମୟରେ ଜଣେ ଅଜଣା ବ୍ୟକ୍ତି ଓଡି-୧୨-ଏଫ- ୭୦୪୮ ନଂ ମଟର ସାଇକେଲ ଯୋଗେ ପିଛା କରି କ.ନୂଆଗାଁ ଥାନା ଅଞ୍ଚଳର ପାଇବର ସାହି ନିକଟରେ ଜୋର ଜବରଦସ୍ତ ଗାଡ଼ିକୁ ଅଟକାଇ ଥିଲା। ପରେ ତାଙ୍କ ଠାରୁ ମୋବାଇଲ ଓ ପର୍ସ ଛଡାଇ ନେଇଥି଼ବା ସହ ଫୋନପେକୁ ମଧ୍ୟ ପାଞ୍ଚ ହଜାର ଟଙ୍କା ପଠାଇବାକୁ ବାଧ୍ୟ କରିଥିଲା ।
ଏହାକୁ ନେଇ ରତ୍ନାକର କ.ନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲା। ଅଭିଯୋଗକୁ ଭିତ୍ତ କରି କ.ନୂଆଗାଁ ପୋଲିସ ଥାନା କେସ ନଂ ୧୩୬/୨୪, ଧାରା ୩୦୯ (୬) ବିଏନଏସ ମାମଲା ଋଜୁ କରିବା ସହିତ ଅନୁସନ୍ଧାନ କରି ଦୁର୍ବୃତ୍ତକୁ ଧରିବାରେ ସଫଳ ହୋଇଥିବା ବେଳେ ତାଠାରୁ ଉକ୍ତ ବାଇକ,ମୋବଇଲ,ପର୍ସ ଓ ନଗଦ ପାଞ୍ଚ ହଜାର ଟଙ୍କା ଜବତ କରି ଦୁର୍ବୃତ୍ତ ସାରଙ୍ଗଗଡ଼ ଥାନା ଅଞ୍ଚଳ ଦାସିଗୁଡ଼ାର ବସନ୍ଧ ବେହେରା (୪୦)କୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିବା କ.ନୂଆଗାଁ ଥାନା ଅଧିକାରୀ ପି.ସ୍ବରୂପ କିଷାନ ପ୍ରକାଶ କରିଛନ୍ତି।

About Author

indadmin

indadmin

Related Articles

Archives

Calendar

July 2026
M T W T F S S
 12345
6789101112
13141516171819
20212223242526
2728293031