Legatus

ବାଲିଗୁଡାରେ ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

 Breaking News

ବାଲିଗୁଡାରେ ରଥଯାତ୍ରା ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

June 07
22:24 2023

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା,୭/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ପୂର୍ବ ବର୍ଷ ମାନଙ୍କ ଭଳି ଚଳିତ ବର୍ଷ ମଧ୍ୟ ରଥଯାତ୍ରା ଆୟୋଜନ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ଉପଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲାପାଳ ଏମ.ଏସ. ମଧୁମିତା ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ବିଧାୟକ ଚକ୍ରମଣି କହଁର, ସମ୍ମାନିତ ଅତିଥି ଭାବେ ଆଇଟିଡିଏର ପ୍ରକଳ୍ପ ଅଧିକାରୀ ମଧୁ ସୂଦନ ବେହେରାଙ୍କ ସମେତ ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟ ଓ ବିଭିନ୍ନ ବିଭାଗ ଅଧିକାରୀ, ପୋଲିସଅଧିକାରୀ, ବଣିକ ସଂଘ ସଦସ୍ୟ ତଥା ଅଞ୍ଚଳର ବହୁ ବୁଦ୍ଧିଜୀବୀ ସମୂହ ଉପସ୍ଥିତି ରହି ଦାୟିତ୍ୱ ବଣ୍ଟନ କରାଯାଇ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ହୋଇ ଆସୁଥିବାବେଳ ଚଳିତ ବର୍ଷ ମଧ୍ୟ ଅନୁଷ୍ଠିତ ହେବାକୁଥିବା ଜଗନ୍ନାଥଙ୍କ ଘୋଷଯାତ୍ରା ଠାରୁ ବାହୁଡା଼ଯାତ୍ରା କିଭଳି ଶାନ୍ତି ଶୃଙ୍ଖଳାରେ ଅନୁଷ୍ଠିତ ହେବ ସେ ନେଇ ଆଲୋଚନା କରାଯାଇଥିଲା ।
ବାଲିଗୁଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ
ବାଲିଗୁଡା,୭/୬:କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ ସଭା ଗୃହ ପରିସରରେ ବିଡିଓ ଶଶାଙ୍କ ଶେଖର ପାତ୍ରଙ୍କ ସଭାପତିତ୍ୱରେ ବାଲିଗୁଡା ପଞ୍ଚାୟତ ସମିତିର ଚତୁର୍ଥ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏଥିରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ନନ୍ଦିନୀ ମଲିକ, ବ୍ଲକ ଅଧ୍ୟକ୍ଷା ନିଶାବତୀ ମଲିକ, ଜିଲ୍ଲାପରିଷଦ ସଭ୍ୟ ଆଶିଷ ଦିଗାଲ, ବ୍ଲକ ଉପାଧ୍ୟକ୍ଷଙ୍କ ସମେତ ୧୪ଟି ପଞ୍ଚାୟତର ସରପଞ୍ଚ, ସମିତିସଭ୍ୟ ଉପସ୍ଥିତ ଥିବାବେଳେ ବ୍ଲକରେ କାର୍ଯ୍ୟରତ ସମସ୍ତ ଶିକ୍ଷା ବିଭାଗ ଅଧିକାରୀ, ବନବିଭାଗ ଅଧିକାରୀ,ଉଦ୍ୟାନ ବିଭାଗ,ମୂର୍ତ୍ତିକା ବିଭାଗ, ଗ୍ରାମ୍ୟ ଉନୟନ ବିଭାଗ ଭଳି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗର କର୍ମଚାରୀ ମାନେ ଉପସ୍ଥିତ ରହି ରାଜ୍ୟ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାର କାର୍ଯ୍ୟକ୍ରମ କିପରି ଚାଲିଛି ଓ କିଭଳି କାମ ତ୍ଵାରାନ୍ୱିତ ହୋଇ ଜନସାଧାରଣଙ୍କ ନିକଟରେ ପହଞ୍ଚି ପାରିବ ଏବଂ ବର୍ତ୍ତମାନ ଆସିଥିବା \”ମୋ ଘର \” ଯୋଜନା ଉପରେ କିଭଳି ହିତାଧିକାରୀ ଉପକୃତ ହେବେ ତାହାରି ଉପରେ ବିସ୍ତୁତ ଆଲୋଚନା ସହ ପ୍ରତ୍ୟେକ ଗାଁ ଗାଁ ରେ ଥିବା ହିତାଧିକାରୀ ମାନେ କିପରି ସୁବିଧାରେ ଉପକୃତ ହୋଇପାରିବେ ସେ ନେଇ ଚେଷ୍ଟା ଜାରି ରଖିବାକୁ ଗୁରୁତ୍ୱାରୋପ କରିଥିଲେ ।
ଗଦ୍ରିଙ୍ଗିଆ ଘାଟିରେ ପେଟ୍ରୋଲ ଟ୍ରକ ଓଲଟିଲା : ଗାଈର ମୃତ୍ୟୁ
ବାଲିଗୁଡା,୭/୬:କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଗଦ୍ରିଙ୍ଗିଆ ଘାଟିର ଇପିଗୁଡା ଛକଠାରେ ବୁଧବାର ସନ୍ଧ୍ୟା ରେ ଗୋଟିଏ ପେଟ୍ରୋଲ ଟ୍ରକ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଯାହାଫଳର ଗୋଟିଏ ଗାଈର ମୃତ୍ୟୁ ହୋଇଯାଇଛି ।
ଘଟଣାରୁ ପ୍ରକାଶ ଯେ, ଗୋଟିଏ ଭାରତ ପେଟ୍ରୋଲ ଟ୍ରକ ନଂ ଓଡି-୦୪ଜି-୨୬୮୧ ପାରାଦୀପରୁ ରାୟଗଡା ଅଭିମୁଖେ ଯାଉଥିବା ବେଳେ ଗଦ୍ରିଙ୍ଗିଆ ଘାଟିର ଇପିଗୁଡା ଛକଠାରେ ବିପରିତ ଦିଗରୁ ଚାରୋଟି ଗାଡି ଦ୍ରୁତ
ଗତିରେ ଏହି ଟ୍ରକର ସମ୍ମୁଖରେ କାଟିଯିବା ଫଳରେ
ଏହି ପେଟ୍ରୋଲ ଗାଡି ଏହି ଚାରୋଟି ଗାଡିକୁ ବଞ୍ଚାଇବାକୁ ଯାଇ ଜୋରରେ ବ୍ରେକ ଦେଇଥିଲେ । ଯାହାଫଳରେ ଏହି ଟ୍ରକଟି ରାସ୍ତା ମଝିରେ ଓଲଟି ଯାଇଥିଲା । ଟ୍ରକର ଧକ୍କା ଫଳରେ ଗୋଟିଏ ଗାଈ ମରିଯାଇଛି ।
କିନ୍ତୁ ଆଉ କାହାର କିଛି କ୍ଷତି ହୋଇନାହିଁ । ଏହି ଟ୍ରକ୍ରଟି ଦୁର୍ଘଟଣା ହୋଇଯିବା ଖବର ପାଇବା ପରେ ଲୋକେ ଏହି ଟ୍ରକରେ ଥିବା ପେଟ୍ରୋଲକୁ ବୋତଲ, ବାଲତି, ଡେକଚିରେ ବୋହି ନେଉଥିବା ଦେଖିବାକୁ ମିଳିଥିଲା । ପୋଲିସ ଖବର ପାଇ ଘଟଣା ସ୍ଥଳକୁ ଆସି ତଦନ୍ତ ଅବ୍ୟାହତ ରଖିଛନ୍ତି ।

About Author

indadmin

indadmin

Related Articles

Archives

Calendar

April 2025
M T W T F S S
 123456
78910111213
14151617181920
21222324252627
282930