Indus Valley Times

ବାଲିଗୁଡା : ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ

 Breaking News

ବାଲିଗୁଡା : ଅପହରଣ ପରେ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଚାରି ଅଭିଯୁକ୍ତ ଗିରଫ

October 29
19:33 2021

ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ
ବାଲିଗୁଡା, ୨୯/୧୦ :କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ଦଣ୍ଡପଦର ରେ ଅଭାବନୀୟ ଘଟଣା ଘଟିଛି କ୍ଷ ଏକ ନାବାଳିକାଙ୍କୁ ଗଣ ଦୁଷ୍କର୍ମ ଅଭିଯୋଗରେ ବାଲିଗୁଡା ପୋଲିସ ଚାରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କ୍ଷ ଗିରଫ ଅଭିଯୁକ୍ତ ମାନେ ହେଲେ ଦଣ୍ଡପଦର ର ଚକାଡୋଳା ଡିଗାଲ, ମୁଣ୍ଡା ସାହିର ଜୋସେଫ ନାୟକ, ହାଟପଦା ର ଶିବ ସେଠୀ ଓ ସାରଙ୍ଗଡ଼ ର ରୀତିକ ନାୟକ କ୍ଷ
ସୂଚନାପ୍ରକାରେ ନାବାଳିକା ଜଣକ ନୟାଗଡ ର କିନ୍ତୁ ସେ ନିଜ ଆଇ ଘର ଫୁଲବାଣୀ ରେ ରହୁଥିବା ବେଳେ ସେଠାରୁ ଗତ ୨୬ ତାରିଖ ରାତିରେ ଚକାଡୋଳା ଓ ରୀତିକ ଏକ କାରଯୋଗେ ବାଲିଗୁଡା ସ୍ଥିତ ଦଣ୍ଡପଦର ସିଟି ସ୍କୁଲ ନିକଟରେ ଥିବା ଏକ ଘରକୁ ଆଣିଥିଲେ ସମ୍ପୃକ୍ତ ନାବାଳିକା ଚାରି ଅଭିଯୁକ୍ତ ଜବରଦସ୍ତ ଦୁଷ୍କର୍ମ କରିଥିବା ନେଇ ପରିବାର ପକ୍ଷରୁ ବାଲିଗୁଡା ଥାନା ରେ ଏତଲା ଦାୟର ହୋଇଥିଲା କ୍ଷ
ପରିବାର ଲୋକଙ୍କ ଅଭିଯୋଗ କ୍ରମେ ବାଲିଗୁଡା ଥାନା ପୋଲିସ କେଶ ନଂ. ୨୨୦/୨୧ ରେ ଏକ ମାମଲା ରୁଜ୍ଜୁ କରି ଚାରି ଅଭିଯୁକ୍ତ ଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିବା ବିଷୟ ଥାନା ସୂତ୍ରରୁ ପ୍ରକାଶ କ୍ଷ

About Author

indadmin

indadmin

Related Articles

Archives

Calendar

July 2024
M T W T F S S
1234567
891011121314
15161718192021
22232425262728
293031